କ’ଣ ହେବ କୋଟିଏ

ଢେଙ୍କାନାଳ ଅଫିସ, ୩।୩ ରାଜସ୍ବ ଆଦାୟର ଅନ୍ୟତମ ପନ୍ଥା ପର୍ଯ୍ୟଟନ ଶିଳ୍ପ। ବିଳମ୍ବରେ ହେଲେ ମଧ୍ୟ ଏ କଥାକୁ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ନିଜର ପଞ୍ଚମ ପାଳି ଶାସନରେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ଫୋକସ୍‌ କରିଛନ୍ତି ନବୀନ ସରକାର। ନିକଟରେ ୨୩ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ମଞ୍ଜୁର କରାଯାଇଛି ଅନୁଦାନ। ଏହି କ୍ରମରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସକୁ ମିଳିଛି ୧ କୋଟି ଟଙ୍କା। ଦ୍ୱାଦଶ ଶତାବ୍ଦୀର ଏହି ପ୍ରାଚୀନ ପୀଠକୁ ମିଳିଥିବା ଅନୁଦାନ ଅର୍ଥ ଯଦିଓ ସମୁଦ୍ରକୁ ଶଙ୍ଖେ, ତଥାପି ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି ଟଙ୍କା ଖର୍ଚ୍ଚ ହେବ କେମିତି। କାରଣ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ହାତକୁ ଯିବା ପରେ ଏଠାରେ ଜାରି ହୋଇଛି କଟକଣା। ଏଏସ୍‌ଆଇର ବିନା ଅନୁମତିରେ ପୀଠରେ ଅନ୍ୟ ବିଭାଗର ଟଙ୍କାଟିଏ ଖର୍ଚ୍ଚ ହୋଇପାରିବ ନାହିଁ। ଏପରି କି ବିକାଶମୂଳକ କାର୍ଯ୍ୟ କରିବା ମଧ୍ୟ ବେଆଇନ। ଅନ୍ୟପଟେ ଜଟିଳ ଜଙ୍ଗଲ ଆଇନରେ ଛନ୍ଦି ହୋଇ ରହିଛି ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳ। ଫଳରେ ଅନୁଦାନ ଟଙ୍କା ମିଳିବା ଆଗରୁ ଏହାକୁ କିପରି ବିନିଯୋଗ କରାଯିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି ଦେବୋତ୍ତର ବିଭାଗ।
ଆଧ୍ୟାତ୍ମିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଯୁଗଳବନ୍ଦୀ ହେଉଛି କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସ। ଏହି ପବିତ୍ର କ୍ଷେତ୍ରରେ ବର୍ଷତମାମ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେବେ ପାନୀୟଜଳ ସମସ୍ୟା, ଆଲୋକୀକରଣ, ବିଶ୍ରାମାଗାର ନିର୍ମାଣ ହେଉ ନ ଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ଅନେକ ସମୟରେ ତିକ୍ତ ଅନୁଭୂତି ନେଇ ଫେରିଥାନ୍ତି। ଏପରି ସ୍ଥିତିରେ ୨୦୦୭ରୁ ଏଏସ୍‌ଆଇ ହାତରେ ନ୍ୟସ୍ତ କରାଯାଇଛି ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱ। ଦୀର୍ଘ ୧୩ ବର୍ଷ ମଧ୍ୟରେ ମନ୍ଦିର ସମେତ ଏହାର ଆଖପାଖ ଅଞ୍ଚଳରେ ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ଥିବାରୁ ଏଠାରେ ଅନ୍ୟ ବିଭାଗର ଅନୁଦାନ ଖର୍ଚ୍ଚ ହୋଇପାରିବ ନାହିଁ ବୋଲି କଟକଣା ରହିଛି। ସେହିପରି ପୀଠକୁ ଲାଗି ରହିଥିବା କପିଳାସ ସଂରକ୍ଷିତ ଜଙ୍ଗଲ ଅନ୍ୟ ଏକ ପ୍ରତିବନ୍ଧକ। ଏସବୁ ଭିତରେ ନିକଟରେ ଜିଲା ପ୍ରଶାସନ ପକ୍ଷରୁ ପୀଠକୁ ଅଧିକ ଆକର୍ଷଣୀୟ କରିବା ଲାଗି ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ଆଲୋଚନା ପରେ ଏହା ସରକାରଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ମନ୍ଦିର ପାଦଦେଶରେ ଶ୍ରଦ୍ଧାଳୁଙ୍କ ରହିବା ଏବଂ ବିଶ୍ରାମ ପାଇଁ ଭକ୍ତନିବାସ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି ଦେବୋତ୍ତର ବିଭାଗ। ହେଲେ ପରିବେଶ ଆଇନ ଭଳି ଗୋଲକଧନ୍ଦାରୁ ମୁକୁଳି ନ ପାରିବା ଏବଂ ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ଲାଗି ରହିଥିବା ଜଟିଳ ପ୍ରକ୍ରିୟା ହିଁ ମନ୍ଦିର ବିକାଶରେ ପ୍ରମୁଖ ପ୍ରତିବନ୍ଧକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଜଙ୍ଗଲ ଆଇନ ମୁତାବକ କାର୍ଯ୍ୟ ହେଲେ ସବୁକିଛି ସମ୍ଭବ ହୋଇପାରିବ। ଜଙ୍ଗଲ ଜମିକୁ ଉପଯୋଗ କରି ଶିଳ୍ପ ପ୍ରତିଷ୍ଠା ହୋଇପାରୁଛି ା କପିଳାସ ଭଳି ପ୍ରାଚୀନ ଶୈବପୀଠର ମଧ୍ୟ ବିକାଶ ହୋଇପାରିବ। ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଅନୁଦାନ ଆସିବା ପରେ ମନ୍ଦିରର ଉନ୍ନତୀକରଣ କଥା ଚିନ୍ତା କରାଯିବ। ମନ୍ଦିର ଦାୟିତ୍ୱରେ ପ୍ରତ୍ନତତ୍ତ୍ୱ ବିଭାଗ ରହିଛି। ପ୍ରଶାସନ ପକ୍ଷରୁ ମନ୍ଦିର ବାହାର ଅଞ୍ଚଳରେ ଆବଶ୍ୟକ ବିକାଶମୂଳକ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, କପିଳାସର ଉନ୍ନତୀକରଣ ଲାଗି ଯୋଜନା ପ୍ରସ୍ତୁତ କରି ପଠାଇବାକୁ ସରକାରୀ ନିର୍ଦ୍ଦେଶ ଆସିଥିଲା। ତଦନୁଯାୟୀ ଯୋଜନା ପ୍ରସ୍ତୁତ କରି ପଠାଯାଇଥିଲା। ନିକଟରେ ରାଜ୍ୟ ସରକାର ଅନୁଦାନ ମଞ୍ଜୁର କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ବିକାଶ କାର୍ଯ୍ୟ ସମ୍ପର୍କିତ ଡିପିଆର ପ୍ରସ୍ତୁତ କରି ରଖାଯାଇଛି। ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲେ ଏହାକୁ ପଠାଯିବ। ସମସ୍ତଙ୍କ ସହଯୋଗ ମିଳିଲେ କପିଳାସ ପୀଠର ବିକାଶ ହୋଇପାରିବ ବୋଲି ଜିଲାପାଳ ନିଜ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri