କଟାଗୋଡ଼ର ରହସ୍ୟ ଖୋଜି ପାଉନି ପୋଲିସ: ଆଜି ଫରେନ୍‌ସିକ୍‌ ଲାବ୍‌କୁ ପଠାଯିବ ନମୁନା

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ବରମୁଣ୍ଡା ଓଭରବ୍ରିଜ୍‌ ଶଙ୍ଖ ନିକଟ ଓୟୁଏଟି ନାଳରୁ ମଙ୍ଗଳବାର ଜଣେ ମଣିଷର କଟାଗୋଡ଼ ମିଳିଥିଲା। ଆଣ୍ଠୁ ତଳକୁ ମାଂସ ରହିଥିବାବେଳେ ଉପର ଅଂଶଟି କେବଳ ହାଡ଼ ଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ବି ପୋଲିସକୁ ଉକ୍ତ କଟାଗୋଡ ସମ୍ପର୍କରେ କୌଣସି ଅଧିକ ତଥ୍ୟ ପ୍ରମାଣ ମିଳିପାରି ନାହିଁ। ଶରୀରର ଅନ୍ୟ କୌଣସି ଅଙ୍ଗ ମିଳି ନ ଥିବା ଘଟଣା ରହସ୍ୟ ଘେରରେ ରହିଛି। ଗୁରୁବାର ଉକ୍ତ କଟା ଗୋଡ଼ର ପଞ୍ଚନାମା ପରେ ଏହାର ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଷ୍ଟେଟ ଫରେନସିକ ସାଇନ୍ସ ଲ୍ୟାବ୍‌(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପରୀକ୍ଷା କରିବାକୁ ପଠାଯିବ। ଯଦି ଅନ୍ୟ କୌଣସି ଥାନାରେ ହତ୍ୟା କିମ୍ବା ନିଖୋଜ ସଂକ୍ରାନ୍ତ ଅଭିଯୋଗ ଆସିବ, ତେବେ ଏହାର ଡିଏନ୍‌ଏ ମ୍ୟାଚ୍‌ କରାଯାଇ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।
ତାଙ୍କ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଜଣେ ବ୍ୟକ୍ତି ଓୟୁଏଟି ନାଳକୁ ଶୌଚପାଇଁ ଯାଇଥିବାବେଳେ ଉକ୍ତ କଟାଗୋଡ଼ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୋଲିସ ଉକ୍ତ ଗୋଡକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଗୋଡ଼ ମିଳିବା ସ୍ଥାନ ଓ ଆଖପାଖରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ମୃତ ବ୍ୟକ୍ତି କିମ୍ବା ଅନ୍ୟ କୌଣସି ଅଙ୍ଗ ମିଳିପାରିନି। ଏହି ଗୋଡ଼ଟି ପୁରୁଷ ନା ମହିଳାଙ୍କର ତାହା ମଧ୍ୟ ଜଣାପଡିନାହିଁ। କେବଳ ୨୦ରୁ ୩୦ବର୍ଷ ବୟସ୍କ ବ୍ୟକ୍ତିର ହୋଇଥିବା ଅନୁମାନ କରାଯାଉଛି। ଏପରି କି ଜବତ ଗୋଡ଼ରେ ମାଟି ଲାଗିଥିବାରୁ ତାହାକୁ କୁକୁର କେଉଁଠୁ ଗୋଟାଇ ଆଣିଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ହତ୍ୟାକାଣ୍ଡ ଚର୍ଚ୍ଚା ଚାଲିଛି। ହତ୍ୟା ପରେ କେହି ପୋଲିସକୁ ଭୁଅଁା ବୁଲାଇବା ପାଇଁ ମୃତବ୍ୟକ୍ତିଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ପିଙ୍ଗି ଦେଇଥିବା କୁହାଯାଉଛି। ପୋଲିସ ୨୯୬/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri