କଟକ ଆକାଶେ ପବ୍‌ଜି, ପୋକେମନ୍‌

କଟକ ଅଫିସ,୧୪ା୧:ବୁଧବାର ମକରସଂକ୍ରାନ୍ତି। ଏହା ହେଉଛି ଗୁଡ଼ି ଉଡାର ପ୍ରମୁଖ ପର୍ବ। ପୂର୍ବଦିନ ଅପେକ୍ଷା ମକରସଂକ୍ରାନ୍ତିରେ କଟକ ସହରର ଆକାଶରେ ବେଶି ମାତ୍ରାରେ ଗୁଡି ଉଡିବା ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ ଗୁଡ଼ି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ଉପରେ ପ୍ରଶାସନ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଗୁଡ଼ି ଉଡାକୁ ପରମ୍ପରା ଭାବେ ମାନି ଆସୁଥିବା କଟକବାସୀ ଆସନ୍ତା ବୁଧବାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।
ମକରସଂକ୍ରାନ୍ତି ଆସିବ, ଆଉ କଟକ ଆକାଶରେ ଗୁଡ଼ି ନ ଉଡିବ, ଏଭଳି କେବେ ହୋଇନାହିଁ। ମକର ସଂକ୍ରାନ୍ତିର କିଛିଦିନ ଆଗରୁ କଟକବାସୀ ଗୁଡ଼ି ଉଡାଇବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସହରରେ କିଛିଦିନ ହେବ ଗୁଡ଼ି ଉଡା ଚାଲିଛି। ଗୁଡ଼ି ଓ ସୂତା ବିକ୍ରି ପାଇଁ ସହରର ଚୌଧୁରୀବଜାର, ନନ୍ଦିସାହି, ଝୋଲାସାହି, ପିଠାପୁର ଆଦି ସ୍ଥାନରେ ଦୋକାନ ଖୋଲିଛି। ୩ ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ପର୍ଯ୍ୟନ୍ତ କାଗଜ ଓ ଜରିଗୁଡିର ଦାମ୍‌ ରହିଛି। ବିଶେଷକରି ଜରିଗୁଡିରେ ବିଭିନ୍ନ କାର୍ଟୁନ ଚିତ୍ର ରହିଥିବାରୁ ଏହା ପିଲାମାନଙ୍କୁ ଅଧିକମାତ୍ରାରେ ଆକୃଷ୍ଟ କରୁଛି। ପବ୍‌ଜି, ପୋକେମନ୍‌, ଆପନା ଟାଇମ ଆଏଗା ଭଳି କୋଟେସନ୍‌ ମଧ୍ୟ ଗୁଡ଼ିରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ସେହିଭଳି କାଠ, ପ୍ଲାଷ୍ଟିକ ଓ ପ୍ଲାଏର ନଟେଇ ବଜାରରେ ବିକ୍ରି ହେଉଛି। ନଟେଇର ମୂଲ୍ୟ ୨୦୦ରୁ ଆରମ୍ଭ କରି ୬୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାଏ ନଟେଇ ସର୍ବାଧିକ ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ପୂର୍ବରୁ ଗୁଡ଼ି ଓ ନଟେଇ ଦିଲ୍ଲୀ, କଲିକତାରୁ ଅଣାଯାଉଥିଲା। ଏବେ କଟକରେ ଏହିସବୁ ତିଆରି ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
କାଠଯୋଡ଼ି ପଠାରେ ପ୍ରତିଯୋଗିତା
କାଠଯୋଡ଼ି ନଦୀ ପଠାରେ ଗୁଡି ଉଡାଇବା ପାଇଁ ହୁଏ ଏକ ବିଶାଳ ପ୍ରତିଯୋଗିତା। ସ୍ଥାନୀୟ ଯୁବକମାନେ ଏହି ପ୍ରତିଯୋଗିତା ଆୟୋଜନ କରିଥାନ୍ତି। ସହରର ସମସ୍ତ ସାହିର ଯୁବକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ଭୋରରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲେ।
କଟକଣା ଏବେ ବାଟବଣା
ପ୍ରଶାସନ ପକ୍ଷରୁ ମାଞ୍ଜାସୂତା ଉପରେ କଟକଣା ଲାଗିଛି ସତ, ହେଲେ ଏହା ପାଳନ ହେଉ ନ ଥିବା ଅନେକ ଉଦାହରଣ ଦେଖାଯାଏ। ଏପରି କି ବଜାରରେ ମଧ୍ୟ ଅଧିକ ପରିମାଣର ମାଞ୍ଜାସୂତା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କଟକଣା ଲାଗୁ ହୋଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଫଳରେ କଟକଣା ଏବେ ବାଟବଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବିଭିନ୍ନ ଗୁଡ଼ିର ନଁା ଢାବା, ମମଥୋର, ଚିଲ୍‌, ଚେଙ୍ଗ, ଜରି, କାର୍ଟୁନ, ରେଡିୟମ, ଆଲଗାଇ, ତୋହି।

ମୋଗଲ ଅମଳରୁ ଗୁଡ଼ି ଉଡା ପରମ୍ପରା
ଭାରତ ଭୂଖଣ୍ଡରେ ମୋଗଲମାନଙ୍କ ଶାସନ ଥିବାବେଳେ ଗୁଡ଼ି ଉଡା ପରମ୍ପରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ପରମ୍ପରା ସମୟକ୍ରମେ କଟକ ସହର ସହିତ ଯୋଡ଼ି ହୋଇଥିଲା। ମୋଗଲ ଶାସକମାନେ ଏକ ସଉକ ଭାବେ ଗୁଡ଼ି ଉଡାଉଥିଲେ ବୋଲି ଲୋକକଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri