କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ କହିଛନ୍ତି । ସେପ୍ଟେମ୍ବର ୧୦ରେ ଫିଲ୍ମ ‘ଥଲାଇବି’ ସିନେମା ହଲରେ ରିଲିଜ୍ କରାଯିବ । ପୋଷ୍ଟରରେ କଙ୍ଗନାଙ୍କ ସହ ଅଭିନେତା ଅରବିନ୍ଦ ସ୍ୱାମୀ ନଜର ଆସିଛନ୍ତି । ଏଥିରେ କଙ୍ଗନାଙ୍କ ଲୁକ୍ ଜବରଦସ୍ତ ରହିଛି । ପ୍ରଶଂସକମାନେ ଦେଖୁଦେଖୁ କମେଣ୍ଟ କରିବାକୁ ଭୁଲି ନାହାନ୍ତି । ଥଲାଇବି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନି ଉପରେ ଆଧାରିତ । ଆଉ କଙ୍ଗନା ଏଥିରେ ଜୟଲଳିତାଙ୍କ ଭୂମିକାରେ ନଜର ଆସୁଛନ୍ତି । କରୋନା ମହାମାରୀ ପରେ ଧୀରେ ଧୀରେ ସିନେମା ହଲ୍ ଖୋଲିଯାଇଥିବାରୁ ଗୋଟିଏ ପରେ ଗୋଟିଏ ବଲିଉଡ୍ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ରହିଛନ୍ତି । ଏବେ ଅକ୍ଷୟ କୁମାରଙ୍କ ‘ବେଲ ବଟମ’ ଭଲ ବିଜନେସ୍ କରିଥିବା ବେଳେ ଥାଲାଇବିକୁ ନେଇ ମେକର ଡିରେକ୍ଟର ବି ଖୁବ୍ ଆଶାବାଦୀ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri