‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ ରାଉତଙ୍କ ପ୍ରଶଂସକମାନେ ତାଙ୍କ ନିର୍ଦ୍ଦେଶିତ ନାଟକସବୁ ଦେଖିବା ପାଇଁ ଆଗ୍ରହାନ୍ବିତ ହୋଇ ଉଠିଛନ୍ତି। ବିନୋଦ ରାଉତ କହନ୍ତି : ମୋର ତ ଅନେକ ନାଟକ ରହିଛି। ତେବେ କୋଣାର୍କ ଗଣନାଟ୍ୟ ପ୍ରଯୋଜିତ ନାଟକ ‘କଂସ’କୁ ନେଇ ମୁଁ ବେଶି ଆଶାବାଦୀ ଅଛି। ‘କଂସ’ ନାଟକର ନାଟ୍ୟକାର ହେଉଛନ୍ତି ଅଧ୍ୟାପକ କୃଷ୍ଣଚନ୍ଦ୍ର ପାତ୍ର। ରାଜ ପରିବାରର ଗୋଟିଏ ପିଲା। ବିମାତାର ଅତ୍ୟାଚାରରେ ଅତ୍ୟାଚାରିତ ହେଉଛି। ସମୟକ୍ରମେ ସେ ତା’ର ମାନସିକ ସନ୍ତୁଳନ ହରେଇ ବସୁଛି। ଏହିପରି ଏକ ବିଷୟକୁ ନେଇ ରଚିତ ହୋଇଛି ‘କଂସ’। ନାଟକ ସମ୍ପର୍କରେ ନିର୍ଦ୍ଦେଶକଙ୍କ ମନ୍ତବ୍ୟ ହେଉଛି, କଂସ ଏକ ଚରିତ୍ର ନୁହେଁ। କଂସ ଏକ ମାନସିକତା। ମୁଁ ଏହାକୁ ହିଁ ନାଟକରେ ପ୍ରତିପାଦିତ କରିବାର ଚେଷ୍ଟା କରିଛି। ସାରା ଓଡ଼ିଶାର ଦର୍ଶକମାନେ ମୋର ସବୁ ନାଟକକୁ ଯଥୋଚିତ ଭଲ ପାଇବା ଦେଇଛନ୍ତି। ଏ ନାଟକଟିକୁ ମଧ୍ୟ ଅନୁରୂପ ଶ୍ରଦ୍ଧା ମିଳିବ ବୋଲି ମୋର ବିଶ୍ୱାସ। ସୂଚନାଯୋଗ୍ୟ ଯେ, ଲିଟିଲ ମାଷ୍ଟର ବିନୋଦ ରାଉତଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା ଫିଲ୍ମରୁ। ସେ ରବି କିନ୍ନାଗୀଙ୍କ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସୁପରହିଟ୍‌ ଓଡ଼ିଆ ଫିଲ୍ମ ‘ପରଦେଶୀ ଚଢ଼େଇ’ର ନିର୍ଦ୍ଦେଶନା ଟିମ୍‌ରେ ଭାଗ ନେଇ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତାଙ୍କର ପ୍ରଥମ ନାଟକ ଥିଲା ‘ତାରିଣୀ ଗଣନାଟ୍ୟ’ର ‘ଅସୁରମାନଙ୍କ ସହର’। ଏହି ନାଟକଟିକୁ ରଚନା କରିଥିଲେ ଅଧ୍ୟାପକ ଚିନ୍ମୟ ଦାସ। ଏହି ନାଟକର ସଫଳତା ତାଙ୍କୁ ଯାତ୍ରାପ୍ରେମରେ ବାନ୍ଧି ଦେଇଥିଲା। ଆଉ ସେ ଇନିଂସ ପରେ ଇନିଂସ ଖେଳି ଚାଲିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?