Posted inରାଜ୍ୟ

କଂଗ୍ରେସ: ସ୍ଥିତି ବଜାୟ ରଖିବା ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାଧାରଣ ନିର୍ବାଚନ ଫଳାଫଳ ଆସନ୍ତା ୨୩’ରେ ପ୍ରକାଶ ପାଇବ। ଏହା ପୂର୍ବରୁ କେଉଁ ଦଳ କେତେସଂଖ୍ୟକ ଆସନ ଜିତିବ, ସେନେଇ ଅଙ୍କକଷା ଚାଲିଛି। ଓଡ଼ିଶାରେ ଏକସଙ୍ଗରେ ହୋଇଥିବା ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ମୁଖ୍ୟତଃ ଭାଜପା-ବିଜେଡି ମଧ୍ୟରେ ପ୍ରତ୍ୟକ୍ଷ ଲଢ଼େଇ ହୋଇଥିବା କୁହାଯାଉଛି। ରାଜ୍ୟରେ କଂଗ୍ରେସ ପ୍ରଥମଥର ପାଇଁ ଅଧିକାଂଶ ଆସନର ମୁଖ୍ୟ ଲଢ଼େଇରେ ନାହିଁ। ତେଣୁ ଫଳାଫଳକୁ ନେଇ କଂଗ୍ରେସ ଅନ୍ୟ ୨ ପ୍ରମୁଖ ଦଳ(ବିଜେଡି, ଭାଜପା) ଭଳି ଉତ୍ସାହିତ ନୁହେଁ। ରାଜ୍ୟରେ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ପରେ କେଉଁ ଆସନରେ ଭଲ ଫଳାଫଳ ପାଇବ, ସେନେଇ କେତେକ କଂଗ୍ରେସ ନେତା ମତ ରଖିଛନ୍ତି।
ରାଜ୍ୟରେ ଥିବା ୨୧ ଲୋକ ସଭା ଆସନ ମଧ୍ୟରୁ କଂଗ୍ରେସ ୪ ସ୍ଥାନରେ ମୁଖ୍ୟତଃ ଲଢ଼େଇ କରିଥିବା କୁହାଯାଇଛି। ଏହି ଆସନଗୁଡିକ ହେଉଛି-ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ସୁନ୍ଦରଗଡ। ଏହାବ୍ୟତୀତ ଦଳ ବାଲେଶ୍ୱର, ଢେଙ୍କାନାଳ, ବଲାଙ୍ଗୀର, ପୁରୀ, କଟକ, ବରଗଡ, ସମ୍ବଲପୁର, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ, ବ୍ରହ୍ମପୁର, କେନ୍ଦ୍ରାପଡା, କେନ୍ଦୁଝର ଏବଂ ଯାଜପୁର ଭଳି ଆସନରେ ତୃତୀୟ ସ୍ଥାନରେ ରହିବ ବୋଲି କୁହାଯାଉଛି। ଆସ୍କା, ଭୁବନେଶ୍ୱର ଏବଂ ମୟୂରଭଞ୍ଜରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସହଯୋଗୀ ଦଳଙ୍କୁ ସମର୍ଥନ କରିଥିଲା। ୨୦୧୪ରେ ଦଳ ରାଜ୍ୟରେ ଗୋଟିଏ ବି ଲୋକ ସଭା ଜିତିପାରି ନ ଥିଲା। ଭୋଟ ପରବର୍ତ୍ତୀ ଆକଳନ ଅନୁଯାୟୀ, ଦଳ ନବରଙ୍ଗପୁରରେ ଜିତିବା ନେଇ ଆଶାବାଦୀ ଥିବାବେଳେ ଅନ୍ୟ ଆସନକୁ ନେଇ ଦୃଢ଼ମତ ନୁହେଁ। କିଛିଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, କଂଗ୍ରେସ ଜାତୀୟସ୍ତରରେ ୪୪ରୁ ୧୦୧ ଆସନ ହାତେଇପାରେ। ଏହି ସର୍ଭେରେ ଓଡ଼ିଶାରେ କଂଗ୍ରେସ ଗୋଟିଏ ବି ଆସନ ପାଉ ନ ଥିବା ଦର୍ଶାଯାଇଥିଲା। ଶେଷଥର ପାଇଁ ୨୦୦୯ରେ କଂଗ୍ରେସ ୬ଟି ଲୋକ ସଭା ଆସନ ଜିତିବାକୁ ସକ୍ଷମ ହୋଇଥିଲା। ସେହି ଆସନଗୁଡିକ ଥିଲା- ବାଲେଶ୍ୱର, ବରଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର,

କଳାହାଣ୍ଡି ଏବଂ ସମ୍ବଲପୁର। ସେହିପରି କଂଗ୍ରେସ ୩୧ରୁ ୩୩ ବିଧାନସଭା ଆସନ ଲାଗି ଲଢ଼େଇରେ ରହୁଥିବା ଜନୈକ କଂଗ୍ରେସ ସମ୍ପାଦକ କହିଛନ୍ତି। ସେଥିମଧ୍ୟରୁ କେତେକ ଆସନରେ ତ୍ରିମୁଖୀ ଲଢ଼େଇ ହୋଇଛି। ଏହି ଆସନଗୁଡ଼ିକ ହେଉଛି- ଢେଙ୍କାନାଳ, ଅନୁଗୋଳ, ଆଠମଲ୍ଲିକ, କାକଟପୁର, ବାସୁଦେବପୁର, ଲକ୍ଷ୍ମୀପୁର, ପାରଳାଖେମୁଣ୍ଡି, ବୀରମହାରାଜପୁର ଏବଂ ବସ୍ତା। ଅନ୍ୟପକ୍ଷେ ଜଗତ୍‌ସିଂହପୁର, ପାରାଦୀପ, ବଲାଙ୍ଗୀର, କଣ୍ଟାବାଞ୍ଝି, ଟିଟିଲାଗଡ଼, ଜଟଣୀ, ବେଗୁନିଆ, ଜୟପୁର, କୋରାପୁଟ, ଆନନ୍ଦପୁର, କଟକ-ବାରବାଟୀ, ବାଙ୍କୀ, କେନ୍ଦ୍ରାପଡା, ରାଜନଗର, ଆଳି, ଭଣ୍ଡାରିପୋଖରୀ, ବାଲିଗୁଡା, ବୀରମିତ୍ରପୁର, ଟିଟିଲାଗଡ, କୋଟପାଡ଼, ସାନଖେମୁଣ୍ଡିରେ ବିଜେଡି ସହ ମୁଖ୍ୟ ପ୍ରତିଦ୍ୱଦ୍ୱୀ ଭାବେ କଂଗ୍ରେସ ଉଭା ହୋଇଥିବା ଆକଳନ କରାଯାଇଛି। ଉପରୋକ୍ତ ଆସନଗୁଡିକ ବାଦ୍‌ ଦେଇ ତଳସରା, ଡାବୁଗାଁ, ପଟ୍ଟାଙ୍ଗୀ, ନବରଙ୍ଗପୁର, ଭୋଗରାଇରେ ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ। ମୋଟ୍‌ ଉପରେ କହିବାକୁ ଗଲେ ଦଳ ଗୋଟିଏ ଲୋକ ସଭା ଏବଂ ୯ରୁ ୧୭ ବିଧାନସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛି।
ଅନ୍ୟ ଦଳ ମଧ୍ୟରେ ସିପିଏମ୍‌ ବଣାଇ ଆସନ ବଜାୟ ରଖିବା ସମ୍ଭାବନା ରହିଛି। ଏହା ବ୍ୟତିରେକ ଅନ୍ୟସବୁ ସ୍ଥାନରେ ଦଳର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହିବ ନାହିଁ ବୋଲି କୁହାଯାଇଛି। ଭୁବନେଶ୍ୱର ଲୋକ ସଭା ଆସନରେ ସିପିଏମ୍‌ ବହୁ ବ୍ୟବଧାନରେ ତୃତୀୟ ସ୍ଥାନରେ ରହିପାରେ ବୋଲି ଅଧିକାଂଶ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ସିପିଆଇ ଆସିକା ଲୋକ ସଭାରେ ୫୦ରୁ ୬୫ ହଜାର ଭୋଟ ପାଇପାରେ ବୋଲି କୁହାଯାଉଛି। ବୌଦ୍ଧ ଏବଂ ଛତ୍ରପୁର ବିଧାନସଭାରେ ଦଳ ସିଧାସଳଖ ଲଢ଼େଇରେ ଥିବାବେଳେ ବ୍ରଜରାଜନଗରରେ ତୃତୀୟ ସ୍ଥାନରେ ରହିପାରେ ବୋଲି କେତେକ ବିଶ୍ଳେଷକ ମତ ଦେଇଛନ୍ତି। ରାୟଗଡ଼ା, ପାରଳାଖେମୁଣ୍ଡି ଏବଂ ଜୟଦେବରେ ସ୍ବାଧୀନ ପ୍ରାର୍ଥୀ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଥିବା କୁହାଯାଇଛି। ଜେଏମ୍‌ଏମ୍‌ ରାଇରଙ୍ଗପୁର, ସାରସକଣା ଏବଂ ବିଏସ୍‌ପି ବିଷମକଟକ, ଲକ୍ଷ୍ମୀପୁର ବିଧାନସଭା ଆସନ ଲାଗି ମୁଖ୍ୟ ଲଢ଼େଇରେ ଥିବା ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ବିଜୁ ଜନତାଦଳ ରାଜ୍ୟ ସମ୍ପାଦକ ହେଲେ ବିପ୍ଳବ: ଦିଗପହଣ୍ଡିରେ ଦଳୀୟ କର୍ମୀ ଉଲ୍ଲସିତ

ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର)  ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର  ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ…

ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

ମମତାଙ୍କ ଯୁଦ୍ଧଂଦେହି ଡାକରା: ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ…

ବଙ୍ଗଳାରେ ଭାଜପାର ପ୍ରଚଣ୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: କହିଲେ ଓଡ଼ିଶାରେ …

ଭୁବନେଶ୍ୱର,୫।୫: ରାଜନୀତିରେ ବିଜୟ ଏବଂ ପରାଜୟ କେବଳ କ୍ଷମତା ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ; ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼େ। ପଶ୍ଚିମବଙ୍ଗରେ ଭାଜପାର ବିଜୟ…

ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା: ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ

ପୁରୀ,୫।୫: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍‌ପି ପ୍ରତୀକ ସିଂହ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଏବଂ…

ପଶ୍ଚିମବଙ୍ଗରେ କିଏ ଧରିବ ମଙ୍ଗ? ଶାହାଙ୍କ ସହ ମୋହନଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ/ଭୁବନେଶ୍ୱର,୫।୫: ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri