ଭୋଟର ତାଲିକାରୁ ନାଁ କଟିଯିବା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ, ସେଟେଲମେଣ୍ଟ ଅଫିସର କହିଲେ କେହି ବି…

ପୁରୁଷୋତ୍ତମପୁର,୨୦ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୋଟର ତାଲିକାରୁ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବାରୁ ବର୍ତ୍ତମାନ ସେମାନେ ସରକାରଙ୍କ ପକ୍ଷରୁ ଚାଲିଥିବା ଏସ୍‌ଆଇଆର୍‌ରୁ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛନ୍ତି। ଗତ ପୌର ଓ ସାଧାରଣ ନିର୍ବାଚନବେଳେ ସେମାନେ ଭୋଟ୍‌ ଦେଇଥିବାବେଳେ ସେମାନଙ୍କ ନାମ କିପରି କଟିଲା ବୋଲି ଅଭିଯୋଗ କରିଥିଲେ। ଏହି ଅସନ୍ତୋଷକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଖଲ୍ଲିକୋଟ ଇଆରଓ ତଥା ସେଟେଲମେଣ୍ଟ୍‌ ଅଫିସର ଅଭିମନ୍ୟୁ ବେହେରା ଆସି ତଦନ୍ତ କରିଛନ୍ତି। ଏହି ତଦନ୍ତ ସମୟରେ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବା ନେଇ ଜାଣିବାକୁ ପାଇଥିଲେ। ଏହାକୁ ନେଇ ବେହେରା କହିଛନ୍ତି ଯେ, କୌଣସି ଏକ ତ୍ରୁଟିଯୋଗୁ ନାମ କଟିଯାଇଛି ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। କୌଣସି ହେଲେ ଯୋଗ୍ୟ ଭୋଟରଙ୍କ ନାମ କଟାଯିବନାହିଁ। ସମସ୍ତେ ଏସ୍‌ଆଇଆର ପ୍ରକ୍ରିୟାରେ ସହଯୋଗ କରନ୍ତୁ। ଯେଉଁମାନଙ୍କ ନାମ କଟିଯାଇଛି ସେମାନେ ଫର୍ମ ୬ ଅନୁଯାୟୀ ଆସନ୍ତା ତା ୫.୭.୨୦୨୬ ଠାରୁ ତା ୪.୮.୨୦୨୬ ମଧ୍ୟରେ ଆବେଦନ କରିବେ। ଏହାର ଆପତ୍ତି ଅଭିଯୋଗ ଶୁଣାଣି ତା ୫.୭.୨୬ ଠାରୁ ୨.୯.୨୦୨୬ ରହିଛି ଏହା ପରେ ଭୋଟର ତାଲିକାରେ ନାମ ଦରଦ କରି ଦିଆଯିବ। ଏପରିକି ସୁପରଭାଇଜର ଓ ବିଏଲ୍‌ଓମାନେ ଟିକନିଖି ଭାବରେ ଅନୁଧ୍ୟାନ ନ କରି ଏପରି ବ୍ୟକ୍ତିଙ୍କ ନାମ ଏଭଳି କଟିଯାଇଛି ତାହାର ତଥ୍ୟ ସଂଗ୍ରହ କରି ନାମକୁ ଯୋଡ଼ିବା ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତ ସମୟରେ ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲ,ଏନ୍‌ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ ଉପସ୍ଥିତ ରହିଥିଲେ। ଏହି ଏଅବସରରେ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରର ଭାଗସଂଖ୍ୟା ୨୨୯ର ଲୋକନାଥ ପ୍ରଧାନ ଓ ୨୩୩ର ଦେବରାଜ ସାହୁ ବିଏଲ୍‌ଓ ଶତପ୍ରତିଶତ ଡିଜିଟାଇଲେଜେଶନ କରିଥିବାରୁ ସେମାନଙ୍କୁ ଅଧିକାରୀମାନେ ଉପଢୌକନ ସମ୍ମାନିତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?