କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାରର ରାଜନୈତିକ ଭବିଷ୍ୟତ ନେଇ ପ୍ରଶ୍ନ ଉଠଛି। କାରଣ ଏହି ତାଲିକାରୁ ଗମାଙ୍ଗ ପରିବାରରୁ କେହି ସ୍ଥାନ ପାଇନାହାନ୍ତି। ଶିଶିର ଗମାଙ୍ଗ ନବରଙ୍ଗପୁରରୁ ଲୋକ ସଭା ପ୍ରାର୍ଥୀ ଏବଂ ଗୁଣପୁରରୁ ହେମା ଗମାଙ୍ଗ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ହେଲେ କଂଗ୍ରେସ ପକ୍ଷରୁ ଉଭୟ ସ୍ଥାନରେ ପ୍ରାର୍ଥୀ ଘୋଷଣା ହେବା ପରେ ସେମାନଙ୍କର ଆଶା ମଉଳି ଯାଇଛି। ବର୍ତ୍ତମାନ ସେମାନେ କ’ଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ ା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର କଂଗ୍ରେସ ଛାଡି ବିଭିନ୍ନ ରାଜନୈତିକ ଦଳକୁ ଯାଇ ଶେଷରେ ଗତ କିଛି ମାସ ପୂର୍ବରୁ କଂଗ୍ରେସକୁ ଫେରିଥିଲେ। ତାଙ୍କ ପରିବାର ପକ୍ଷରୁ ଟିକେଟ ପାଇଁ ଜୋରଦାର ଲବି କରାଯାଇଥିଲା, ଯାହାକୁ ନେଇ ହେମା ଏବଂ ତାଙ୍କ ପୁଅ ଶିଶିର ପ୍ରାର୍ଥୀ ହେବା ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ହେଲେ ସେମାନଙ୍କର କୌଣସି ରଣକୌଶଳ କାମ ଦେଇ ନ ଥିଲା ା ଏମ୍‌ପି ସପ୍ତଗିରିଙ୍କ ପସନ୍ଦର ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ଗୁଣପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହୋଇଛନ୍ତି।
କଂଗ୍ରେସ ଗୁଣପୁରରେ ଯୁବନେତା ସତ୍ୟଜିତ୍‌ ଗମାଙ୍ଗଙ୍କୁ ପ୍ରାର୍ଥୀ କରଛି। ସେହିପରି ଭାଜପା ପୂର୍ବତନ ବିଧାୟକ ତଥା ଦଳଡିଅଁା କରିଥିବା ବିଜେଡିର ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସରେ ପ୍ରାର୍ଥୀ ଘୋଷଣା ହେବା ପରେ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ର୍ରତିକ୍ରିୟା ପ୍ରକାଶ ପାଇଛି। ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କର ପଦକ୍ଷେପ କ’ଣ ହେବ ସେ ଉପରେ ସୂଚନା ଦିଆଯିବ ବୋଲି ଜିଲା ସଭାପତି ବିଜୟ କୁମାର ଗମାଙ୍ଗ କହିଛନ୍ତି। ସେପଟେ ଏଥର ମଧ୍ୟ ଭାଜପା ଦଳଡିଆଁଙ୍କୁ ଗୁରୁତ୍ବ ଦେଇଛି ା ଏଥରକୁ ମିଶାଇ ୩ ଥର ଦଳଡିଅଁାଙ୍କୁ ପ୍ରାର୍ଥୀ କରିଛି ଭାଜପା। ୨୦୧୯ରେ ବିଜେଡିରୁ ଆସିଥିବା ଅଶ୍ୱିନୀ ଗମାଙ୍ଗ, ୨୦୧୪ରେ ବିଜେଡିରୁ ଆସିଥିବା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଏବଂ ୨୦୨୪ ନିର୍ବାଚନ ପାଇଁ ବିଜେଡିରୁ ଆସିଥିବା ତ୍ରିନାଥ ଗମାଙ୍ଗ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି। ଦଳ ନେତୃବୃନ୍ଦଙ୍କ ପକ୍ଷରୁ ଦଳରେ ଥିବା ନେତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଦମ୍ଭୋକ୍ତି କରାଯାଉଥିଲା, କିନ୍ତୁ ସେପରି ହେଲା ନାହିଁ। ଅନେକ ଆଶାୟୀ ଥିଲେ ମଧ୍ୟ ଦଳ ତ୍ରିନାଥଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କଂଗ୍ର୍ରେସରେ ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ସମେତ ତାଙ୍କ ପୁଅ ଅଭିନାଶ ଗମାଙ୍ଗ ଓ ଭାସ୍କର ଜାଗରେଙ୍ଗା ପ୍ରମୁଖ ଆଶାୟୀ ଥିଲେ, କିନ୍ତୁ ସତ୍ୟଜିତଙ୍କୁ ପ୍ରାର୍ଥୀ କରିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଜେଡି ପକ୍ଷରୁ ପୂର୍ବରୁ ଗତ ଦୁଇଥରର ପରମ୍ପରାକୁ ଭଙ୍ଗକରି ରିପିଟ ହୋଇଛନ୍ତି ବିଧାୟକ ରଘୁନାଥ ଗମାଙ୍ଗ। ସିପିଆଇଏମଏଲ ଲିବରେଶନ ପକ୍ଷରୁ ଗୁଣପୁର ବିଧାନସଭା ଦାବି କରାଯାଉଥିଲା, କିନ୍ତୁ ସେପରି ହେଲା ନାହିଁ। ତେଣୁ ସେମାନେ ମଧ୍ୟ ତାଙ୍କର ପ୍ରାର୍ଥୀ ଭାବେ ଅନାସିମ ଶବରଙ୍କ ନଁାକୁ ଜିଲା ସମ୍ପାଦକ ତ୍ରିପତି ଗମାଙ୍ଗ ଘୋଷଣା କରିଛନ୍ତି। ଏପରି ୪ ରାଜନୈତିକ ଦଳ ପକ୍ଷରୁ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ପକ୍ଷରୁ ପ୍ରାର୍ଥିୀ ଘୋଷଣା ହେବା ପରେ ଭୋଜିଭାତ ସହ କର୍ମୀ ସମ୍ମିଳନୀ କରି ରଘୁନାଥ ଗମାଙ୍ଗ ପ୍ରଚାର ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri