ଔପଦାରୁ ଚୋରି ଟ୍ରାକ୍ଟର ଯଶିପୁରରୁ ଉଦ୍ଧାର: ୪ ଜିଲାକୁ ଲମ୍ବିଛି ର଼୍ୟାକେଟ

ଔପଦା, ୫।୧୨-ବାଲେଶ୍ୱର ଜିଲା ଔପଦା ଥାନାରୁ ୧୪ ମାସ ତଳେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଔପଦା ପୋଲିସ ମୟୂରଭଞ୍ଜ ଜିଲାର ଯଶିପୁର ଥାନା ଟଙ୍ଗାବିଲା ଅଞ୍ଚଳରୁ ଉଦ୍ଧାର କରିଛି। ବାଲେଶ୍ୱର ,ମୟୂରଭଞ୍ଜ,କେନ୍ଦୁଝର,ଅନୁଗୋଳ ଆଦି ଜିଲାରେ ସକ୍ରିୟ ଥବବା ଏକ ର଼୍ୟାକେଟ ଟ୍ରାକ୍ଟର ସମେତ ବିଭିନ୍ନ ଯାନବାହନ ଚୋରି କରୁଥିବା ପୋଲିସକୁ ସୂଚନା ମଳିଛି। ଏହି ର଼୍ୟାକେଟ୍‌ର ମୁଖ୍ୟ ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଅଞ୍ଚଳର ଶାନ୍ତି ଯତି ସିଂ (୨୬)ଙ୍କୁ ପୋଲିସ ଗିରଫ କରିବା ପରେ ଜିଲାର ରରୁଆଁ ଥନା ଅଞ୍ଚଳ ଅଦିପୁର୍‌ରୁଞ୍ଜନ ମହାନ୍ତ (୩୪), କେନ୍ଦୁଝର ଜିଲା ବଡବିଲ ଥାନା ଭୁସୁଗାଁ ର ରମାକାନ୍ତ ପାତ୍ର (୩୯) ଏବଂ ଚମ୍ପୁଆ ଥାନା ଅଞ୍ଚଳର ମହେଶ୍ୱରପୁରଞ୍‌ରୁ ଜୟନ୍ତ ମହାନ୍ତ (୩୨) କୁ ଗିରଫ କରି ଚୋରି ଟ୍ରାକ୍ଟର ଉଦ୍ଧାର କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ୨୭ତାରିଖରେ ଔପଦା ଥାନା ମାଟିଗଡା ଗ୍ରାମର ହରିହର ମହଲାଙ୍କ ଟ୍ରାକ୍ଟର ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା( ନଂ. ୬୩/୨୦୧୮) ରୁଜୁ କରି ତଦନ୍ତ ଚାଲୁ ରଖିଥିଲା । ଗତ ମାସ ୨୮ ତାରିଖରେ ଏହି ଥାନା ଦରଖୋଳି ଗ୍ରାମର ପ୍ରଭାତ ମହାନ୍ତିଙ୍କ ଟ୍ରାକ୍ଟର ନିକଟସ୍ଥ ଅତାସାହି ପଡିଆରୁ ଚୋରି ହେବା ପରେ ପୋଲିିସ ଆଉ ଏକ ମାମଲା (ନଂ.୮୫/୨୦୧) ରୁଜ କରି ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲା ା ଔପଦା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ବିଶେଷ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଗବରବେଡା ଅଞ୍ଚଳରୁ ପ୍ରଥମେ ଏକ ଟ୍ରାକ୍ଟର ଉଦ୍ଧାର କରି ଅଭିଯୁକ୍ତଙ୍କୁ ଧରିିଥିଲା ା ଏହି କ୍ରମରେ ୪ ଜିଲାକୁ ଉକ୍ତ ର଼୍ୟାକେଟ ଲମ୍ବିଥିବା ପୋଲିସକୁ ସୂଚନା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri