Posted inଖେଳ

ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ

କିଙ୍ଗଷ୍ଟନ(ଜାମାଇକା), ୨।୯-
ସାବିନା ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଛି। ମାତ୍ର ଭାରତ ଘରୋଇ ଦଳକୁ ଫଲୋଅନ ଡାକରା ଦେଇନାହିଁ। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ରବିବାର ୩ୟ ଦିବସରେ ଖବର ମିଳିବା ବେଳକୁ ୪ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଛି। ଫଳରେ ଦଳର ମୋଟ ଅଗ୍ରଣୀ ବ୍ୟବଧାନ ୩୭୧ ରନରେ ପହଞ୍ଚତ୍ଛି। ମୟଙ୍କ ଅଗ୍ରଓ୍ବାଲ ୪, ଲୋକେଶ ରାହୁଲ ୬, ଚେତେଶ୍ୱର ପୂଜାରା ୨୭ ରନରେ ଏବଂ ଅଧିନାୟକ ବିରାଟ କୋହଲି ଗୋଲ୍ଡେନ ଡକ୍‌(୦)ରେ ଆଉଟ ହୋଇଛନ୍ତି। ଏହାକୁ ମିଶାଇ କୋହଲି ଟେଷ୍ଟ କ୍ରିକେଟରେ ୪ର୍ଥ ଥରପାଇଁ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଛନ୍ତି। ପୂର୍ବରୁ ସେ ୨୦୧୧-୧୨ରେ ମେଲବୋର୍ନରେ ଅଷ୍ଟ୍ରେଲିଆର ବେନ୍‌ ହିଲ୍‌ଫେନହାଉସ, ୨୦୧୪ରେ ଲଡର୍‌ସଠାରେ ଇଂଲଣ୍ଡର ଲିଆମ ପ୍ଲଙ୍କେଟ, ୨୦୧୮ରେ ଓଭାଲଠାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ଏବଂ ଏବେ କେମର ରୋଚ୍‌ଙ୍କ ବଲ୍‌ରେ ଗୋଲ୍ଡେନ ଡକ୍‌ରେ ଆଉଟ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ କେମର ରୋଚ୍‌ ୩ଟି ଏବଂ ଜାସନ ହୋଲ୍ଡର ଗୋଟିଏ ଉଇକେଟ ନେଇଛନ୍ତି।
ଦ୍ୱିତୀୟ ଦିବସର ଅସମାପ୍ତ ଇନିଂସ ୮୭/୭ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ଆଉ ୩୦ ରନ ଯୋଗକରି ଅବଶିଷ୍ଟ ୩ଟି ଉଇକେଟ ହରାଇଥିଲା। ରାନକିମ କର୍ନଓ୍ବାଲ ୧୭, ଜାମର ହାମିଲଟନ ୫ ଓ କେମର ରୋଚ୍‌ ୧୭ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରକାଶଯୋଗ୍ୟ ଯେ, ଦ୍ୱିତୀୟ ଦିବସରେ ୨୨ ରନରେ ୫ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ମଧ୍ୟଭାଗରେ ଶିମରନ ହେଟମେରଙ୍କ ୩୪ ଓ ଟେଲଏଣ୍ଡରଙ୍କ ସହାୟତାରେ ୧୦୦ ରନ ପୂରଣ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ସହ ସର୍ବାଧିକ ୬ଟି, ମହମ୍ମଦ ସାମି ୨ଟି ଏବଂ ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ଅବସରରେ ସାମି ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୧୬ ରନ ସ୍କୋର କରିଥିଲା। ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ ହେବାରୁ ଭାରତ ୨୯୯ ରନରେ ଅଗ୍ରଣୀ ଲାଭ କରିଥିଲା। ତେବେ ଫଲୋଅନ ନ ଡାକି ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ଉଚିତ ମଣିଥିଲା। ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ରଖିବା ଭାରତର ଲକ୍ଷ୍ୟ ଥିବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବୃହତ୍‌ ଅଗ୍ରଣୀ ସତ୍ତ୍ୱେ ପ୍ରତିପକ୍ଷ ଦଳକୁ ଫଲୋଅନ ନ ଡାକିବା ଭାରତ ପାଇଁ ଏହା ତୃତୀୟ ଦୃଷ୍ଟାନ୍ତ। ୨୦୦୭ରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ୩୧୯ ଓ ୨୦୧୭ରେ ଗାଲେଠାରେ ଶ୍ରୀଲଙ୍କା ବିପକ୍ଷରେ ୩୦୯ ରନରେ ଅଗ୍ରଣୀ ସତ୍ତ୍ୱେ ଭାରତ ଫଲୋଅନ ଡାକରା ଦେଇ ନ ଥିଲା। ୨୦୧୮-୧୯ରେ ମେଲବୋର୍ନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୨ ଓ ୨୦୦୩-୦୪ରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୩୧ ରନରେ ଅଗ୍ରଣୀ ସତ୍ତ୍ୱେ ଦଳ ସମାନ ରଣନୀତି ଅବଲମ୍ବନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୪୧୬(ହନୁମା ବିହାରୀ-୧୧୧, ବିରାଟ କୋହଲି-୭୬, ଈଶାନ୍ତ ଶର୍ମା-୫୭, ମୟଙ୍କ ଅଗ୍ରଓ୍ବାଲ-୫୫, ଜାସନ ହୋଲ୍ଡର-୫/୭୭, ରାନକିମ କର୍ନଓ୍ବାଲ-୩/୧୦୫)। ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୧୭/ଅଲଆଉଟ(ଶିମରନ ହେଟମେର-୩୪, ଜାସନ ହୋଲ୍ଡର-୧୮, ଯଶପ୍ରୀତ ବୁମ୍‌ରା-୬/୨୭, ମହମ୍ମଦ ସାମି-୨/୩୪, ଈଶାନ୍ତ ଶର୍ମା-୧/୨୪, ରବୀନ୍ଦ୍ର ଜାଡେଜା-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri