Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଦିନିକିଆ ପୂର୍ବରୁ ଖୋଲିବ ଚେପକ ଗ୍ରାଉଣ୍ଡର ୩ ଷ୍ଟାଣ୍ଡ

ଚେନ୍ନାଇ,୧୨।୧୧- ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ ଯଥା ଆଇ, ଜେ ଓ କେ ଖୋଲିବାକୁ ଯାଉଛି। ଏହାର ଅର୍ଥ ଆଗାମୀ ମାସ ୧୫ ତାରିଖରେ ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ବେଳେ ଷ୍ଟାଡିୟମ ସମ୍ପୂର୍ଣ୍ଣ ଫୁଲ ରହିବ। ଅନ୍ତିମ ଥର ୨୦୧୨ରେ ଚେପକ ଷ୍ଟାଡିୟମର ସମସ୍ତ ଗ୍ୟାଲେରିରେ ଦର୍ଶକମାନେ ଭାରତ-ପାକିସ୍ତାନ ମ୍ୟାଚ୍‌ ଉପଭୋଗ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ) ଓ ଚେନ୍ନାଇ ମୁନିସିପାଲ କର୍ପୋରେଶନ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯିବା ନେଇ ବିଶେଷ ସମ୍ଭାବନା ରହିଛି। ଟିଏନ୍‌ସିଏ ଗତ ମାସରେ ଷ୍ଟାଡିୟମର ପୁନଃ ନବୀକରଣ ପାଇଁ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଏବେ କର୍ପୋରେଶନ ସ୍ବୀକାର କରିବାର ଅପେକ୍ଷାରେ ରହିଛି। ଉକ୍ତ ୩ ଷ୍ଟାଣ୍ଡରେ ୧୨ ହଜାର ଦର୍ଶକ ବସି ପାରିବେ। ପୂର୍ବରୁ ରାଜ୍ୟ ରାଜସ୍ବ ବିଭାଗ ଲିଜ୍‌ର ରେଣ୍ଟ ଓ ସମୟସୀମା ଧାର୍ଯ୍ୟ ପାଇଁ ସମୟ ନେଇଥିଲା। ପରେ ଲିଜର ସମୟସୀମା ୨୦ ବର୍ଷ ଧାର୍ଯ୍ୟ ହୋଇଥିଲା। ଏଥିନେଇ ରାଜ୍ୟ ରାଜସ୍ବ ବିଭାଗ ଟିଏନ୍‌ସିଏ ଓ ଅନ୍ୟ କ୍ରୀଡ଼ା ଆସୋସିଏଶନ ଏମ୍‌ସିସି ଏବଂ ମାଡ୍ରାସ ରେସ କ୍ଲବର ରିସିପ୍ଟ ମଗାଇଥିଲା। ରିସିପ୍ଟ ମିଳିବା ପରେ ହିଁ ରାଜସ୍ବ ବିଭାଗର ରେଣ୍ଟ ଧାର୍ଯ୍ୟ କରାଯିବ। ଭାରତୀୟ କମ୍ପଟ୍ରୋଲର ଓ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁଯାୟୀ, ଟିଏନସିଏ ଓ ମାଡ୍ରାସ କ୍ରିକେଟ କ୍ଲବ (ଏମ୍‌ସିସି) ୨୦୦୦-୧୬ର ରେଣ୍ଟ ଲାଗି ୨,୦୮୧ କୋଟି ଟଙ୍କା ଏପର୍ଯ୍ୟନ୍ତ ବକେୟା ରହିଛି। କିନ୍ତୁ କ୍ରୀଡ଼ା ଆସୋସିଏଶନ ସମ୍ପତ୍ତିର ଟିକସ ଅପେକ୍ଷାକୃତ କମ୍‌ ରହେ। ଏଣୁ ରେଣ୍ଟ ପାଇଁ ଆହୁରି କମ୍‌ ରେଣ୍ଟ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri