Posted inଖେଳ

ଓ୍ବାର୍ନର ଜିତିଲେ ଆଲାନ ବର୍ଡର ପଦକ

ମେଲବୋର୍ନ, ୧୦।୨ (ପି.ଟି.)- କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏହାର ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର ୩ୟ ଥର ଲାଗି ଆଲାନ ବର୍ଡର ପଦକ ଜିତିଛନ୍ତି। ସେହିଭଳି ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସେ ପେରୀ ‘ବେଲିଣ୍ଡା କ୍ଲାର୍କ’ ପୁରସ୍କାର ହାସଲ କରିଛନ୍ତି। ପେରୀ ୨ୟ ଥର ଲାଗି ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। ଓ୍ବାର୍ନରଙ୍କୁ ମଧ୍ୟ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟର୍‌ ପୁରସ୍କାର ମିଳିଛି।
କ୍ରିକେଟ୍‌ ଦଳର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ଙ୍କୁ ଭୋଟିଂରେ ପରାସ୍ତ କରି ଓ୍ବାର୍ନର ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ଗତ ବର୍ଷ ଏହି ପୁରସ୍କାର ବିଜେତା ପ୍ୟାଟ୍‌ କୁମିନ୍ସଙ୍କୁ ଏଥର ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୮ ମାର୍ଚ୍ଚରେ କେପ୍‌ ଟାଉନ୍‌ରେ ହୋଇଥିବା ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏକ ବର୍ଷ ବାସନ୍ଦାଦେଶ ଭୋଗିବା ପରେ ଓ୍ବାର୍ନର ଗତ ବର୍ଷ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିପୂର୍ବରୁ ସେ ୨୦୧୬ ଓ ୨୦୧୭ରେ ଏହି ପୁରସ୍କାର ଲାଭ କରିଥିଲେ। ଏଥିସହ ଦୁଇ ବା ତତୋଧିକଥର ଆଲାନ ବର୍ଡର ପଦକ ଜିତିବାରେ ଓ୍ବାର୍ନର ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ରିକି ପଣ୍ଟିଂ, ମାଇକେଲ କ୍ଲାର୍କ, ଶେନ୍‌ ଓ୍ବାଟ୍‌ସନ ଓ ସ୍ମିଥ୍‌ ଏକାଧିକ ଥର ଏହି ପୁରସ୍କାର ହାସଲ କରିଛନ୍ତି। ଅପରପକ୍ଷରେ ଆଲିସା ହେଲୀଙ୍କୁ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଖେଳାଳି ପୁରସ୍କାର ଜିତିଛନ୍ତି।
ଅଷ୍ଟ୍ରେଲିଆ କ୍ରିକେଟ୍‌ ପୁରସ୍କାର
ବର୍ଷର ଶ୍ରେଷ୍ଠ ପୁରୁଷ ଦିନିକିଆ କ୍ରିକେଟର୍‌- ଆରୋନ୍‌ ଫିଞ୍ଚ୍‌
ର୍ବରେ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର୍‌- ଆଲିସା ହେଲୀ
ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର୍‌- ମାର୍ନସ ଲାବୁସେନ
ବର୍ଷର ଶ୍ରେଷ୍ଠ ଘରୋଇ ପୁରୁଷ କ୍ରିକେଟର୍‌- ଶନ୍‌ ମାର୍ଶ
ବର୍ଷର ଶ୍ରେଷ୍ଠ ପୁରୁଷ ଟି୨୦ କ୍ରିକେଟର୍‌- ଡେଭିଡ୍‌ ଓ୍ବାର୍ନର
ବେଲିଣ୍ଡା କ୍ଲାର୍କ ପୁରସ୍କାର- ଏଲିସେ ପେରୀ
ଆଲାନ ବର୍ଡର ପଦକ- ଡେଭିଡ୍‌ ଓ୍ବାର୍ନର


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri