Posted inଖେଳ

ଓସିଏ: ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ

କଟକ ଅଫିସ, ୩ା୮- ଖେଳାଳି ଚୟନରେ ପୁଣି ହୋଇଛି ଅନିୟମିତତା। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଲୋଧା କମିଟିର ସୁପାରିସକୁ ଉଲ୍ଲଙ୍ଘନ କରିଛି। ବିନା ଟ୍ରାଏଲ ମ୍ୟାଚ୍‌ କିମ୍ବା ମନୋନୟନ କମିଟିର ପରାମର୍ଶରେ ଗତ ୧୭ ତାରିଖରେ ରାଜ୍ୟ ସିନିୟର ସମ୍ଭାବ୍ୟ ଦଳ ଚୟନ କରାଯାଇଛି। ଏହି ଅଭିଯୋଗ ଆଣିଛି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ। ସଂଗଠନର ଆବାହକ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ), କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ)କୁ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ଜୁଲାଇ ୧୭ ତାରିଖରେ ଓସିଏର ୩୦ ଜଣିଆ ସିନିୟର ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଥିଲା । ଯେଉଁଥିରେ ପାଞ୍ଚ ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଦଳ ଚୟନ କରିବାକୁ ନିର୍ଦ୍ଦେଶ ଥିଲା। ୨୬(କ)୧ ଧାରାକୁ ଉଲ୍ଲଙ୍ଘନ କରାଯାଇ ଓସିଏ ପକ୍ଷରୁ ଖେଳାଳି ଚୟନ କରାଯାଇଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହାଛଡ଼ା ଓସିଏର ଜଣେ ବରିଷ୍ଠ ଅଧିକାରୀଙ୍କ ଦୁଇ ସମ୍ପର୍କୀୟ ୩୦ଜଣିଆ ଦଳରେ ସ୍ଥାନ ପାଇଛନ୍ତି, ଯାହା ବିସିସିଆଇର ସମ୍ବିଧାନ ୩୮(ଭି) ଅନୁଯାୟୀ, ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ ଓସିଏର ନିର୍ବାଚନ ଥିବା ବେଳେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି। କୌଣସି ଖେଳାଳି ଟ୍ରାଏଲକୁ ଓହ୍ଲାଇ ନାହାନ୍ତି। ତଥାପି କିପରି ଖେଳାଳି ବଛାଗଲା ବୋଲି ସଂଗଠନ ଆବାହକ ସୁବ୍ରତ ପ୍ରଶ୍ନ କରିଛନ୍ତି। ଲୋଧା କମିଟିର ସୁପାରିଶକୁ ଅଣଦେଖା କରାଯାଉଥିବାରୁ ଆଗାମୀ ଦିନରେ ଏହା ଭାରି ପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଓସିଏ ସିନିୟର ଦଳ ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ରଣଜୀ ଦଳ ଚୟନ କରାଯାଇଛି ବୋଲି ଯେଉଁ ଖବର ପ୍ରଚାର ହେଉଛି ତାହା ମିଛ। କେବଳ ସିନିୟର ଖେଳାଳି ନୁହଁନ୍ତି ୩୦ଜଣରେ ୨୩ବର୍ଷରୁ ଓ ୧୯ବର୍ଷରୁ କମ ଖେଳାଳି ମଧ୍ୟ ଅଛନ୍ତି। ଗତ ସିଜନରେ ବିଭିନ୍ନ ବୟସ ବର୍ଗରେ ଯେଉଁମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ସେମାନେ ଏହି ୩୦ଜଣିଆ ଦଳରେ ଅଛନ୍ତି। ରାଜ୍ୟରେ କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଆଗାମୀ ସିଜନରେ ମଧ୍ୟ ବାଦ ଦିଆଯାଇ ପାରିବ ନାହିଁ। କେବଳ ଫିଟନେସ୍‌ ବଜାୟ ରଖିବାକୁ ଏହି ତାଲିକା ଘୋଷଣା ହୋଇଛି ବୋଲି ବିଷ୍ଣୁଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri