ଓଭାରିଆନ୍‌ କ୍ୟାନ୍‌ସର, ଏକ ନୀରବ ଦସ୍ୟୁ

ନୀରବତା ହେଉଛି ପୃଥିବୀର ସବୁଠାରୁ ବଳିଷ୍ଠତମ ଭାଷା ଏବଂ ନିର୍ବାକ୍‌ ଶତ୍ରୁ ହେଉଛି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶତ୍ରୁ, ଯିଏ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ ନ କରି ଶରୀରର ଚରମ କ୍ଷତି ପହଞ୍ଚାଇ ଥାଏ। ଠିକ୍‌ ସେହିଭଳି ମହିଳାଙ୍କ ଶରୀରର ଏକ ନୀରବ ଦସ୍ୟୁ ହେଉଛି ଡିମ୍ବକୋଷର ଅର୍ବୁଦ ବା ଓଭାରିଆନ୍‌ ଟୁମର୍‌, ଯାହା କି ଠିକ୍‌ ସମୟରେ ଚିକିତ୍ସା ନ ହୋଇପାରିଲେ ମାରାତ୍ମକ କ୍ୟାନ୍‌ସର ରୋଗର ରୂପ ନେଇଥାଏ। ପୃଥିବୀର ସମୁଦାୟ ସ୍ତ୍ରୀ କର୍କଟ ରୋଗର ଶତକଡା ୧୫ରୁ ୨୦ ଭାଗ ହେଉଛି ଡିମ୍ବକୋଷର କର୍କଟ ରୋଗ, ଏହା ଭାରତ ଅପେକ୍ଷା ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ବେଶି ଦେଖାଦିଏ। ସ୍ତନକର୍କଟ ଓ ଜରାୟୁ ଗ୍ରୀବା କର୍କଟ ପରେ ପରେ ଡିମ୍ବକୋଷର କର୍କଟ ହେଉଛି ମହିଳାମାନଙ୍କର ମୃତ୍ୟୁର ଅନ୍ୟ ଏକ ମୁଖ୍ୟ କାରଣ।
ଏହାର କାରଣ: ସ୍ତନ କର୍କଟ, ଅନ୍ତନଳୀର କର୍କଟ ଭଳି ଡିମ୍ବକୋଷର କର୍କଟ ରୋଗ ମଧ୍ୟ ବଂଶାନୁଗତ। ପରିବାରରେ ଆଗରୁ ମା, ଭଉଣୀ ବା’ ରକ୍ତ ସମ୍ପର୍କୀୟଙ୍କୁ ଏହି କର୍କଟ ରୋଗ ହୋଇଥିଲେ ଏହିରୋଗ ହେବାର ଆଶଙ୍କା ବେଶି ଥାଏ । ବଂଶାନୁଗତ ଡିମ୍ବକୋଷ କର୍କଟ ରୋଗରେ ଲିଂଚ୍‌ ଟାଇପ୍‌ ୧ ଓ ଲିଂଚ୍‌ ଟାଇପ୍‌ ୨ ଜିନ୍‌ ଥାଏ ଏବଂ ଏହାଛଡା ଯେଉଁ ମହିଳାମାନଙ୍କର ବି.ଆର୍‌.ସି.ଏ. ଜିନ୍‌ ଥାଏ, ସେମାନଙ୍କର ସ୍ତନ ଓ ଡିମ୍ବକୋଷ କର୍କଟ ରୋଗ ହୁଏ। ଗର୍ଭଧାରଣ ନ ହୋଇ ପ୍ରତିମାସରେ ମାସିକ ଋତୁସ୍ରାବ ହୋଇ ଓଭ୍ୟୁଲେସନ୍‌ ହେଲେ ଏହା ଡିମ୍ବକୋଷର ଉପର ଅଂଶରେ କ୍ଷତ ସୃଷ୍ଟିକରିଥାଏ ଏବଂ ଡିମ୍ବକୋଷ କର୍କଟ ରୋଗ ହେବାରେ ସାହାଯ୍ୟ କରିଥାଏ। ଏହାଛଡା ଅତ୍ୟଧିକ କଫିପାନ, ଧୂମ୍ରପାନ, ମଦ୍ୟପାନ ତଥା ଚର୍ବି ଓ ତେଲ, ଘିଅ ଛଣାଛଣି ଖାଦ୍ୟ ଖାଇଲେ ଏହି ରୋଗ ହେବାର ଆଶଙ୍କା ବେଶିଥାଏ। ଏହାଛଡା ଦେହଲଗା ପାଉଡର ତଥା ଆଜ୍‌ବେଷ୍ଟସ୍‌ ଗୁଣ୍ଡ ମଧ୍ୟ ଏହା କରିବାରେ ସାହାଯ୍ୟ କରିଥାଏ। ତେଣୁ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ମିଶ୍ରିତ ଗର୍ଭନିରୋଧକ ବଟିକା ଖାଇଲେ ଓଭ୍ୟୁଲେସନ୍‌ ହୁଏ ନାହିଁ ବା’ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହୁଏ ନାହିଁ ଏବଂ ଗର୍ଭଧାରଣ ହେଲେ ମଧ୍ୟ ଓଭ୍ୟୁଲେସନ୍‌ ହୁଏ ନାହିଁ, ତେଣୁ ଡିମ୍ବକୋଷକୁ ଯଥେଷ୍ଟ ବିଶ୍ରାମ ମିଳିଥାଏ ଏବଂ ଏହା ହିଁ ଡିମ୍ବକୋଷ କର୍କଟ ରୋଗ ନ ହେବାର ମୁଖ୍ୟ କାରଣ ହୋଇଥାଏ। ଅପରପକ୍ଷରେ ସ୍ତନ୍ୟପାନ, ବନ୍ଧ୍ୟାକରଣ ଅସ୍ତ୍ରୋପଚାର (ଟ୍ୟୁବେକ୍ଟୋମି) ଏବଂ ଜରାୟୁ ଅପସାରଣ ଡିମ୍ବକୋଷ କର୍କଟରୋଗ ହେବାର ବିପଦକୁ କମାଇ ଦେଇଥାଏ।
ଏହାର ବୟସ ସୀମା: ଏହି ରୋଗ ଯେକୌଣସି ବୟସର ମହିଳାଙ୍କଠାରେ ମଧ୍ୟ ଦେଖା ଦେଇଥାଏ। ତେବେ ବୟସ୍କାମହିଳାମାନଙ୍କୁ ଅଧିକ ହୋଇଥାଏ। ଶତକଡା ୯୦ ଭାଗ କର୍କଟରୋଗ ମାସିକ ଋତୁସ୍ରାବର ବିରତି ପରେ ମହିଳାମାନଙ୍କୁ ହୋଇଥିବା ବେଳେ ଶତକଡା ୨୦ ଭାଗ କର୍କଟ ରୋଗ ମାସିକ ଋତୁସ୍ରାବର ବିରତିର ଠିକ୍‌ ପୂର୍ବରୁ ହୋଇଥାଏ। ଏହା ବନ୍ଧ୍ୟା ମହିଳା ତଥା ବଂଶରେ କର୍କଟ ରୋଗର ଇତିହାସ ଥିବା ମହିଳାଙ୍କ କ୍ଷେତ୍ରରେ ଏହା ବେଶି ଦେଖାଦେଇଥାଏ।
ଡିମ୍ବକୋଷର ପ୍ରକାର ଭେଦ : ଶତକଡା ୯୦ ଭାଗ ଡିମ୍ବକୋଷର କର୍କଟ ରୋଗ ଡିମ୍ବକୋଷରୁ ହିଁ ଆରମ୍ଭ ହୋଇଥାଏ। ଏହା ଶତକଡା ୫୦ ଭାଗ ଦୁଇପଟେ ଦୁଇଟି ଯାକ ଡିମ୍ବକୋଷରେ ହୋଇଥାଏ। ବେଳେ ବେଳେ ଏହା ସିଷ୍ଟିକ୍‌ (ପାଣିଜମି ଯାଇଥାଏ) ଏବଂ ବେଳେ ବେଳେ ସଲିଡ୍‌ ବା’ ଟାଣ ହୋଇଥାଏ।
କେତେକ କ୍ଷେତ୍ରରେ ଏହି କର୍କଟ ରୋଗ ଶରୀରର ଅନ୍ୟାନ୍ୟ ଅଙ୍ଗରୁ ଆସିଥାଏ। ମୁଖ୍ୟତଃ ଏହା ପାକସ୍ଥଳୀ, ଅନ୍ତଃନଳୀ, ପିତ୍ତକୋଷ, ସ୍ତନ ବା ଜରାୟୁଝିଲ୍ଲୀ କର୍କଟ ରୋଗରୁ ମାଡି ଆସିଥାଏ। ଏଥିରେ ‘କ୍ରୁକେନ ବର୍ଗ ଟ୍ୟୁମର ଅନ୍ୟତମ। ତେବେ ରୋଗର ଜଟିଳତାକୁ ଦେଖି ଏହାକୁ ୪ଟି ଷ୍ଟେଜ୍‌ରେ ଭାଗ କରାଯାଇ ଚିକିତ୍ସା କରାଯାଏ।
ଏହା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କିଭଳି ବ୍ୟାପେ
୧- ଯଦି ଡିମ୍ବକୋଷରୁ କର୍କଟ ରୋଗର କୋଷ ସିଧାସଳଖ ଭାବେ ଜରାୟୁ, ଡିମ୍ବବାହୀ ନଳୀ ତଥା ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଯାଇଥାଏ।
୨- ପେଟଭିତରେ ଯଦି ଡିମ୍ବକୋଷର ଉପରି ଭାଗ ଫାଟିଯାଇ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଯାଇଥାଏ।
୩- ରକ୍ତ ବା’ ଧମନୀ ଦ୍ୱାରା କର୍କଟ କୋଷ ବିଭିନ୍ନ ଦିଗକୁ ପ୍ରସାରିତ ହୋଇଥାଏ ଯଥା ଯକୃତ , ଫୁସ୍‌ଫୁସ୍‌ ଓ ହାଡ।
୪- ଲିମ୍ଫାଟିକ୍‌ ଦ୍ୱାରା ମଧ୍ୟ ଏହା ବିଭିନ୍ନ ଗ୍ଳାଣ୍ଡକୁ ବିଶେଷ କରି ବେକରେ ଥିବା ସୁପ୍ରାକ୍ଲାଭିକୁଲାର୍‌ ଗ୍ଲାଣ୍ଡକୁ ବ୍ୟାପି ଯାଇଥାଏ।
ଲକ୍ଷଣ: ଡିମ୍ବକୋଷର କର୍କଟରୋଗ ଭୟଙ୍କର ଭାବରେ ଏକ ନୀରବ ଟ୍ୟୁମର୍‌। ପ୍ରଥମ ପଯର୍‌ୟାୟରେ ଏଥିରେ କୌଣସି ପ୍ରକାର ଲକ୍ଷଣ ଦେଖାଦିଏ ନାହିଁ ଏବଂ ରୋଗଣୀ ଆଦୌ ଜାଣିପାରେ ନାହିଁ ଯେ,ସେ ଏତେ ମାରାମତ୍କ ରୋଗର ଶିକାର ହେବାକୁ ଯାଉଛି। ଏଥିରେ ଜଣଜଣଙ୍କର ପେଟ ଫୁଲିଯାଏ ଏବଂ ଅଳ୍ପ ଅଳ୍ପ କଷ୍ଟ ହୋଇଥାଏ। କାହାର ବଦହଜମୀ ବା’ ଅଜୀର୍ଣ୍ଣତା ସହ ହାକୁଟି ହୋଇଥାଏ। କାହାକୁ ଭୋକ ହୁଏନାହିଁ, ଖାଇବାକୁ ଇଚ୍ଛା ହୁଏ ନାହିଁ ଏବଂ ଫୁଲା ଫୁଲା ଲାଗେ। ଯଦି ଆଗରୁ ଡିମ୍ବକୋଷର ଅର୍ବୁଦ ଥାଏ ସେଗୁଡିକ ଆକାରରେ ବଢିଯାଏ, କଷ୍ଟ ହୁଏ, ଫୁଲିଯାଏ ଏବଂ ଦରଜ ହୁଏ। ବେଳେ ବେଳେ ଅର୍ବୁଦଟି ଖୁବ୍‌ଶୀଘ୍ର ବଢି ଆସ୍ତେ ଆସ୍ତେ ପେଟ ବେଶି ଫୁଲିଯାଏ ଓ ଟ୍ୟୁମର ଖୁବ୍‌ଶୀଘ୍ର ବଢିଯାଏ। ତଳି ପେଟରେ କଷ୍ଟ ହୁଏ। ଜଣ ଜଣଙ୍କର ହଠାତ୍‌ ଓଜନ କମିଯାଏ। ଛାତିରେ ଯନ୍ତ୍ରଣା ହୁଏ ତଥା ନିଃଶ୍ୱାସ ନେବାରେ କଷ୍ଟ ହୁଏ। ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦିଏ।
ପରୀକ୍ଷା : ଏଥିରେ ପ୍ରଥମେ ବିଭିନ୍ନ ପରୀକ୍ଷା କରାଯାଇଥାଏ। ପରେ ରୋଗ ଜଟିଳତା ଦେଖି ଅସ୍ତ୍ରୋପଚାର କରିବା ପୂର୍ବରୁ ଏହା ଡିମ୍ବାଶୟର କର୍କଟ ରୋଗ କି ନୁହେଁ, ଏହା କେତେଦୂର ପଯର୍‌ୟନ୍ତ ବ୍ୟାପିଛି ଏବଂ ଏହା ପ୍ରକୃତରେ ଡିମ୍ବକୋଷରୁ ବାହାରିଛି ବା’ ପାକସ୍ଥଳୀ, ଅନ୍ତନଳୀ ବା’ସ୍ତନକର୍କଟ ରୋଗରୁ ହୋଇଛି ଏହା ଜାଣିବା ଲାଗି ପେଟର ଅଲଟ୍ରାସାଉଣ୍ଡ ବା’ ସ୍କାନିଂ, ଛାତିର ଏକ୍ସ-ରେ, ବାରିୟମ୍‌ ଏନିମା, ଛାତିରେ ପାଣି ଜମିଥିଲେ ପାଣିର ପରୀକ୍ଷା, ଇଣ୍ଟ୍ରାଭେନସ୍‌ ପାଇଲୋଗ୍ରାମ୍‌, ନିଶା ଦେଇ ପରୀକ୍ଷା, ଡି.ଏଣ୍ଡ ସି. ଦ୍ୱାରା ଜରାୟୁ ଭିତରୁ ମାଂସ ପରୀକ୍ଷା କରାଯାଇଥାଏ ଏବଂ ଅନ୍ୟ କେତେକ ସ୍ବତନ୍ତ୍ର ପରୀକ୍ଷା ମଧ୍ୟ କରାଯାଇଥାଏ। ଏହାଛଡା ରକ୍ତରେ କେତେଗୁଡିଏ ପରୀକ୍ଷା ବିଶେଷକରି ଟ୍ୟୁମର୍‌ ମାର୍କର (ସି.ଏ.୧୨୫) ପରୀକ୍ଷା ଦ୍ୱାରା ଏହି କର୍କଟ ରୋଗ ହୋଇଛି ବୋଲି ଜଣାପଡେ।
ଏହାବ୍ୟତୀତ ଏମ୍‌.ଆର୍‌.ଆଇ. ବା ସିଟିସ୍ମାନ୍‌ ଦ୍ୱାରା ମଧ୍ୟ ଏହା ଜଣାପଡିଥାଏ। ଅସ୍ତ୍ରୋପଚାର ସମୟରେ ଫ୍ରୋଜନ୍‌ ବାଇଓପ୍ସି ଓ ସ୍ଲାଇଡ଼ ଟେଷ୍ଟ ଦ୍ୱାରା ବିଶେଷଜ୍ଞମାନଙ୍କୁ ରୋଗ ଚିହ୍ନଟ କରି ଚିକିସତ୍ା କରିବା ଆହୁରି ସୁବିଧା ହୋଇଯାଏ।
ଚିକିସତ୍ା: ସବୁ କର୍କଟ ରୋଗ ପରି ଡିମ୍ବକୋଷ କର୍କଟ ରୋଗର ପ୍ରତିଷେଧକ ବ୍ୟବସ୍ଥା ମାନ ଗ୍ରହଣ କରିବା କଷ୍ଟକର। ତେବେ ମଧ୍ୟ କେତେକ କ୍ଷେତ୍ରରେ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କଲେ ଏହି ରୋଗଠାରୁ ଦୂରେଇ ରହିପାରିବା। ଜରାୟୁ ଅପସାରଣ ଅସ୍ତ୍ରୋପଚାର ସମୟରେ ‘ହାଇରିସ୍କ’ ମହିଳାମାନଙ୍କ ଶରୀରରୁ ଦୁଇଟି ଯାକ ଡିମ୍ବକୋଷ ବାହାର କରି ନେବା ଆବଶ୍ୟକ।
ବେଳେବେଳେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଡିମ୍ବକୋଷରେ ଅର୍ବୁଦ ଦେଖାଯାଇଥାଏ। ତେବେ ଏଗୁଡିକ ଚିକିସତ୍ା ନ କରି ଛାଡି ଦେବା ଠିକ୍‌ ନୁହେଁ। ଏହାକୁ ଚିକିସତ୍ା କରିବା ସଙ୍ଗେସଙ୍ଗେ ରୋଗଣୀକୁ ସତର୍କ କରିଦେବା ଉଚିତ। ଯଦି ଡିମ୍ବକୋଷର ଅର୍ବୁଦ ୮ ସେମିରୁ କମ୍‌ ଆକୃତିର ହୋଇଥାଏ, ତେବେ ସେମାନଙ୍କୁ ପ୍ରତିଷେଧକ ଭାବେ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ହର୍‌ମୋନ୍‌ ମିଶା ଗର୍ଭନିରୋଧକ ବଟିକା ଖାଇବାକୁ ଦେବା ଆବଶ୍ୟକ। ୩ ମାସ ପଯର୍‌ୟନ୍ତ ଗର୍ଭନିରୋଧକ ବଟିକା ଖାଇବାକୁ ଦେଲେ ନିରୀହ ଅର୍ବୁଦ ଭଲ ହୋଇଯାଏ। ଡିମ୍ବକୋଷ, ଡିମ୍ବବାହୀ ନଳୀ ଓ ଅନ୍ୟାନ୍ୟ କୋଷର ସଂଯୋଗ ଅର୍ବୁଦ (ଟ୍ୟୁବୋଓଭାରିଆନ୍‌ ମାସ୍‌) ର ଆକାର ୧୦ ସେମିରୁ ଅଧିକ ହୋଇଥିଲେ ସଙ୍ଗେ ସଙ୍ଗେ ଅପରେସନ୍‌ କରିବା ଜରୁରୀ।
ହାଇରିସ୍କ ମହିଳାମାନେ ବର୍ଷକୁ ଅନ୍ତତଃ ଥରେ ସ୍ତ୍ରୀରୋଗ ବିଶେଷଜ୍ଞମାନଙ୍କ ପାଖରେ ନିଜର ସଂପୂର୍ଣ୍ଣ ଶରୀର ପରୀକ୍ଷା କରାଇ ନେବା ଉଚିତ।

ହାଇ ରିସ୍କ
୪୫ ବର୍ଷ ବା ତଦୂର୍ଦ୍ଧ୍ୱ ବୟସର ବନ୍ଧ୍ୟା ମହିଳା, ଯେ କୌଣସି ମହିଳାଙ୍କର ଯଦି ବଂଶରେ ମା’ ମାଉସୀ କିମ୍ବା ପ୍ରଥମ ସଂପର୍କୀୟଙ୍କୁ ଏହି ରୋଗ ହୋଇଥିଲେ, ମାସିକ ଋତୁସ୍ରାବର ବିରତି ପୂର୍ବରୁ ଯେକୌଣସି ମହିଳାଙ୍କର ସନ୍ଦେହଜନକ ଡିମ୍ବକୋଷ ଥିଲେ, ଜଣେ ମହିଳାଙ୍କର ଆଗରୁ ଅଣକର୍କଟ ବା ବିନାରନ୍‌ ଅର୍ବୁଦର ଅସ୍ତ୍ରୋପଚାର ହୋଇଥିଲେ, ମହିଳାଙ୍କର ଆଗରୁ ସ୍ତନକର୍କଟ ରୋଗ ଥିଲେ, ଯଦି ବୟସ୍କାମହିଳା ଆଗରୁ ଯେକୌଣସି କର୍କଟ ରୋଗ ପାଇଁ ରେଡିଏସନ୍‌ ପାଇଥିଲେ ଏବଂ ସେଥିପାଇଁ ତାଙ୍କର ମାସିକ ଋତୁସ୍ରାବର ବିରତି ହୋଇଥିଲେ ଏବଂ ମହିଳାମାନଙ୍କର ବଂଶାନୁଗତ ଭାବେ ଲିଂଚ୍‌ଟାଇପ୍‌ ୨ ଜିନ୍‌ ଥିଲେ ଏହି ରୋଗ ହେବାର ଆଶଙ୍କା ସର୍ବାଧିକ।
ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri