Posted inରାଜ୍ୟ

ଓଭରବ୍ରିଜ୍‌ ଉପରେ କଡ଼ାକଡ଼ି ହେଲା ହେଲ୍‌ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯ ଜୀବନ ଯାଇଥିବାବେଳେ ବହୁ ଗୁରୁତର ଆହତ ହୋଇଛନ୍ତି। ଏସବୁ ଘଟଣାରେ ବାଇକଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଜଣାପଡିଛି। ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଦୁର୍ଘଟଣା ବଢ଼ି ଚାଲିଛି। ଏନେଇ ଖୋର୍ଦ୍ଧା ଜିଲାପାଳ ବି.ଏସ୍‌.ପୁନିଆ ସୋମବାର ଭୁବନେଶ୍ୱର ସର୍କିଟ ହାଉସ୍‌ରେ ବୈଠକ ଡାକି ଉଦ୍‌ବେଗ ପ୍ରକାଶ କରିବା ସହ ରସୁଲଗଡ଼ରୁ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ମାସକ ପାଇଁ ହେଲ୍‌ମେଟ ନିୟମକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ଆର୍‌ଟିଓ ଓ ଟ୍ରାଫିକ୍‌ ପୋଲିସ ପକ୍ଷରୁ ବରମୁଣ୍ଡା, ଜୟଦେବ ବିହାର ଓ ରସୁଲଗଡ ଓଭରବ୍ରଜ୍‌ ଉପରେ ଏହି ଯାଞ୍ଚ ଆରମ୍ଭ କରାଯାଇଥିଲା। ଯେଉଁ ବାଇକ ଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ସେମାନଙ୍କୁ ଅଟକାଇ ଜରିମାନା ଆଦାୟ କରିବା ସହ ତାଗିଦ୍‌ କରାଯାଇଥିଲା। ଗୋଟିଏ ଦିନରେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ ଧରାପଡି ଜରିମାନା କାଟିଥିବା ଜଣାପଡିଛି।
ଏନେଇ ଭୁବନେଶ୍ୱର ଆର୍‌ଟିଓ-୨ ସଞ୍ଜୟ କୁମାର ବେହେରା କହିଛନ୍ତି, ଓଭରବ୍ରିଜ୍‌ ଉପରେ ଏକାଧିକ ଦୁର୍ଘଟଣାରେ ବାଇକ ଚାଳକଙ୍କ ଜୀବନ ଯାଉଥିବାରୁ ପରୀକ୍ଷାମୂଳକଭାବେ ଏଭଳି ପଦକ୍ଷେପ ନିଆଯାଇଛି। ଯଦି ଏହା ସଫଳ ହୁଏ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଇବ। ଯଦି ସେଭଳି କିଛି ନ ହୁଏ ତେବେ ବାଇକ ଚାଳକଙ୍କୁ ଓଭରବ୍ରିଜ ଉପରେ ଯିବାକୁ ମନା କରାଯିବ। ସେମାନେ ଓଭରବ୍ରିଜ୍‌ ଉପର ଦେଇ ନ ଯାଇ ତଳ ରସ୍ତାରେ ଯିବାକୁ କୁହାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦୁର୍ଘଟଣାରେ ଜୀବନ ଯିବା ପରେ କମିଶନରେଟ ପୋଲିସ ଖଣ୍ଡଗିରିରୁ ପାହାଳ ପର୍ଯ୍ୟନ୍ତ ୫ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିଛି। ସେଗୁଡିକ ହେଲା ଭୁଆଶୁଣୀ ମନ୍ଦିର ସମ୍ମୁଖ, ଆଇଗିଣିଆ ଆଳୁଗୋଦାମ ଛକ, ସିଦ୍ଧାର୍ଥ ହୋଟେଲ ସମ୍ମୁଖ, ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଓ ପାହାଳ। ଏହିସବୁ ବ୍ଲାକ ସ୍ପଟ୍‌ରେ ପୋଲିସ ସିସିଟିଭି ଲଗାଇ ବାଇକ ଚାଳକଙ୍କ ଗତିବିଧି ଉପରେ ନଜର ରଖିବ। ଏହାସହ ବ୍ୟାରିକେଡ୍‌ ଲଗାଇବା ସହ ସେସବୁ ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି ଚିହ୍ନଟ କରିବ ବୋଲି ଜଣାପଡିଛି। ତେବେ ହଠାତ୍‌ ଗୋଟିଏ ଦିନରେ କଡାକଡି ଚେକିଂକୁ ନେଇ ବାଇକ୍‌ ଚାଳକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ନିୟମ ହୋଇଥିବା ସେମାନେ ଜାଣିନାହାନ୍ତି। ସଚେତନ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri