Posted inଖେଳ

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ ଜରିଆରେ ଇଂଲଣ୍ଡରକୁ ୪ ରନ୍‌ ମିଳିଥିଲା। ତେବେ ଅମ୍ପାୟରଙ୍କୁ ଏହି ୪ ରନ୍‌ ବାତିଲ୍‌ କରିବାକୁ ସେ କେବେ କହି ନ ଥିଲେ ବୋଲି ଫାଇନାଲ୍‌ ହିରୋ ଷ୍ଟୋକ୍ସ ସ୍ପଷ୍ଟ କରିଛନ୍ତି। ମ୍ୟାଚ୍‌ର ଅନ୍ତିମ ଓଭର ବୋଲିଂ କରୁଥିବା ଟ୍ରେଣ୍ଟ ବୋଲ୍ଟଙ୍କ ୪ର୍ଥ ବଲ୍‌ରେ ଏହି ଘଟଣା ଘଟିଥିଲା, ଯାହାକି ମ୍ୟାଚ୍‌ର ଟର୍ନିଂ ପଏଣ୍ଟ ଥିଲା। ‘ମୁଁ ସେଠାରେ ସମସ୍ତ ଘଟଣା ଦେଖିଥିଲି ଏବଂ ନିଜକୁ ନିଜେ ଭାବୁଥିଲି କି କ’ଣ ମୁଁ ଏହିଭଳି କହିଛି? କିନ୍ତୁ ଛାତି ଉପରେ ହାତ ରଖି କହିବି, ମୁଁ ଅମ୍ପାୟରଙ୍କ ନିକଟକୁ ଯାଇନାହିଁ ଓ ତାଙ୍କୁ ଏହିଭଳି କୌଣସି କଥା କହିନାହିଁ’ ବୋଲି ଇଂଲଣ୍ଡ ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି। ଏହି ଓଭର ଥ୍ରୋ’ରେ ବ୍ୟାଟ୍‌ ବାଜି ବଲ୍‌ ଯେତେବେଳେ ବାଉଣ୍ଡାରୀ ବାହାରକୁ ଚାଲିଯାଇଥିଲା ସେତେବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଟମ୍‌ ଲଥାମଙ୍କୁ କ୍ଷମା ମାଗିଥିବା ଷ୍ଟୋକ୍ସ ସ୍ବୀକାର କରିଛନ୍ତି। ଷ୍ଟୋକ୍ସ କହିଛନ୍ତ, ‘ ମୁଁ ସିଧା ଟମ୍‌ ଲଥାମଙ୍କ ପାଖକୁ ଯାଇଥିଲି ଏବଂ ବନ୍ଧୁ ମୋର ଭୁଲ ହୋଇଛି ବୋଲି କହିଥିଲି। ଏହାପରେ କେନ୍‌ଙ୍କ ଆଡ଼କୁ ଅନାଇ ବହୁତ ଦୁଃଖିତ ବୋଲି କହିଥିଲି’। ଉଲ୍ଲେଖ୍ୟଯୋଗ୍ୟ, ଏହି ଓଭର ଥ୍ରୋ ଚୌକା ଘଟଣା ପରେ ଷ୍ଟୋକ୍ସ ଅମ୍ପାୟରଙ୍କ ନିକଟକୁ ଯାଇ ବାଉଣ୍ଡାରୀ ବାତିଲ୍‌ କରିବାକୁ କହିଥିବା ଅନ୍ୟତମ ଇଂଲଣ୍ଡ କ୍ରିକେଟର୍‌ ଜେମ୍ସ ଆଣ୍ଡରସନ କହିଥିଲେ। କିନ୍ତୁ ଷ୍ଟୋକ୍ସ ଏବେ ଆଣ୍ଡରସନଙ୍କ ଏହି କଥାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?