ଓଡ଼ିଶାରେ ବଢ଼ିଲା ଜିଏସ୍‌ଟି ଆଦାୟ

କଟକ ଅଫିସ,୪ା୩: ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଆଦାୟରେ ଓଡ଼ିଶାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୧୯ ଫେବୃୟାରୀରେ ଓଡ଼ିଶାରେ ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ଆଦାୟ ୬୭୨.୯୯ କୋଟି ଟଙ୍କା ଥିବାବେଳେ ୨୦୨୦ ଫେବୃୟାରୀରେ ଏହା ୮୦୪.୮୫ କୋଟି ଟଙ୍କା ରହିଛି। ଏଣୁ ଗୋଟିଏ ବର୍ଷ ଭିତରେ ଫେବୃୟାରୀରେ ବୃଦ୍ଧି ହାର ପ୍ରାୟ ୨୮ପ୍ରତିଶତ ରହିଛି ବୋଲି ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଚଳିତ ଆର୍ଥିକ ବର୍ଷରେ ୪୫,୬୩୯ ନୂତନ ଟିକସଦାତା ଯୋଡ଼ି ହେବା ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୦୧୯ ଏପ୍ରିଲରୁ ୨୦୨୦ ଫେବୃୟାରୀ ମଧ୍ୟରେ ମୋଟ୍‌ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି, ରାଜ୍ୟ ଜିଏସ୍‌ଟି ଓ ଅତିରିକ୍ତ କର) ୨୭,୦୪୪.୩୭ କୋଟି ଟଙ୍କା ଆଦାୟ ହୋଇଛି। ପୂର୍ବ ଆର୍ଥିକ ବର୍ଷ ୨୦୧୮-୧୯ ସମାନ ସମୟରେ ଏହା ଥିଲା ୨୪,୩୨୫.୭୯ କୋଟି ଟଙ୍କା। ଏହି ସମୟ ଟିକସ ସଂଗ୍ରହରେ ୧୧.୧୮ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ ଫେବୃୟାରୀରେ ଆଦାୟ କରାଯାଇଥିବା ୨୭୯୦ କୋଟି ଟଙ୍କାର ମୋଟ୍‌ ଜିଏସ୍‌ଟି ପରିମାଣ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ସର୍ବାଧିକ ମାସିକ ଆଦାୟ। କୋଇଲା ଓ ଇସ୍ପାତ ବିକ୍ରି କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ସମନ୍ବିତ ଜିଏସ୍‌ଟି ଓ ଅତିରିକ୍ତ ଟିକସ ସଂଗ୍ରହ ପୂର୍ବ ମାସଗୁଡ଼ିକରେ ହ୍ରାସ ପାଇ ଆସୁଥିଲା। କିନ୍ତୁ ଫେବୃୟାରୀରେ ଏ କ୍ଷେତ୍ରରେ ଯଥାକ୍ରମେ ୯.୨୯ ପ୍ରତିଶତ ଓ ୨୭.୬୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଫେବୃୟାରୀ ସୁଦ୍ଧା ଅତିରିକ୍ତ ଟିକସ କ୍ଷେତ୍ରରେ କ୍ରମ ବୃଦ୍ଧି ହାର ୨୦୧୯ ଫେବୃୟାରୀ ତୁଳନାରେ ୦.୨୦ପ୍ରତିଶତ ଯୁକ୍ତାମତ୍କ ଥିବାବେଳେ ଆଇଜିଏସ୍‌ଟି କ୍ଷେତ୍ରରେ ଏହା ବିଯୁକ୍ତାମତ୍କ ୩.୨୦ପ୍ରତିଶତ ରହିଛି।
ସେହିଭଳି ଫେବୃୟାରୀରେ ପେଟ୍ରୋଲିୟମ ଓ ମଦରୁ ଭାଟ୍‌ ସଂଗ୍ରହ ୬୯୫.୮୧ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷର ଏହା ସର୍ବାଧିକ ମାସିକ ଆଦାୟ। ପୁନଶ୍ଚ ରିଟର୍ଣ୍ଣ (ଜିଏସ୍‌ଟି ଆର୍‌-୩’ବି) ଦାଖଲ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ଦେଖାଦେଇଛି। ଜାନୁୟାରୀରେ ୯୧ ପ୍ରତିଶତ ଟିକସଦାତା ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରିଛନ୍ତି। ୨୦୧୯ରେ ଏହା ମାତ୍ର ୬୭ ପ୍ରତିଶତ ଥିଲା। ଟିକସ ପରିସର ବୃଦ୍ଧି ନିମନ୍ତେ ଜିଏସ୍‌ଟି ଅଧୀନରେ ପଞ୍ଜୀକୃତ ହୋଇ ନ ଥିବା ଯୋଗ୍ୟ ବ୍ୟବସାୟୀଙ୍କ ସର୍ଭେକୁ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ଚଳିତ ଆର୍ଥିକ ବର୍ଷରେ ୪୫,୬୩୯ ସଂଖ୍ୟକ ନୂଆ ଟିକସଦାତା ଟିକସ ପରିସରଭୁକ୍ତ ହୋଇଛନ୍ତି। ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ୍‌ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଯୋଗୁ ରିଟର୍ଣ୍ଣ ଦାଖଲ କରୁ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ୪୯,୦୮୧ଟି ନୋଟିସ ଓ ଭୁଲ ରିଟର୍ଣ୍ଣ ଦାଖଲ ପାଇଁଁ ୧୧,୧୨୧ଟି ନୋଟିସ ଜାରି କରାଯାଇଛି। ଗତ ଦୁଇଟି ଟିକସ ଅବଧି ମଧ୍ୟରେ ରିଟର୍ଣ୍ଣ ଦାଖଲ କରି ନ ଥିବା ଯୋଗୁ ୨,୧୭୬ ଜଣ ବ୍ୟବହାରକାରୀଙ୍କ ଇ-ୱେବିଲ୍‌ ବାହାର କରିବା ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ସେହିପରି ରାଜ୍ୟ ଅଧୀନସ୍ଥ ୩୦୨ ଜଣ ଟିକସଦାତାଙ୍କ ୬୧.୯୬ କୋଟି ଟଙ୍କାର ପ୍ରାପ୍ୟ (କ୍ରେଡିଟ୍‌) ଉପଲବ୍ଧ କ୍ରେଡିଟ ପରିମାଣଠାରୁ ଅଧିକ ଦାବି କରାଯିବା କାରଣରୁ ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।
ଜିଏସ୍‌ଟି ଆଇନ ଅଧୀନସ୍ଥ ଟିକସ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ସମସ୍ତ ଜାଲ୍‌ ଓ ଖାମଖିଆଲି ବ୍ୟବସାୟୀଙ୍କ ପଞ୍ଜୀକରଣକୁ କ୍ଷେତ୍ରୀୟ ଅନୁସନ୍ଧାନ କରାଯାଇ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଆର୍ଥିକବର୍ଷରେ ରାଜ୍ୟ ଅଧୀନରେ ଥିବା ଏହିପରି ୧୨,୩୦୦ ଟିକସଦାତାଙ୍କ ପଞ୍ଜୀକରଣକୁ ଘୋଷିତ ବ୍ୟବସାୟ ସ୍ଥଳରେ ବ୍ୟବସାୟ କରୁ ନ ଥିବା ଯୋଗୁ ଏବଂ ୬ ମାସରୁ ଊର୍ଦ୍ଧ୍ୱ କାଳ ରିଟର୍ଣ୍ଣ ଦାଖଲ କରୁ ନ ଥିବା କିମ୍ବା ଜାଲ୍‌ କାରବାରରେ ଲିପ୍ତ ରହିଥିବା କାରଣରୁ ରଦ୍ଦ କରାଯାଇଛି। ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ମାଧ୍ୟମରେ ଜାଲ୍‌ ବିଲ୍‌ ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଉଛି। ଜାଲ୍‌ ବ୍ୟବସାୟୀ ନେଟ୍‌ୱର୍କ ଚଳାଇଥିବା ଓ ଜାଲିଆତି କରି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ(ଆଇଟିସି) ହସ୍ତାନ୍ତର କରିଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୭ ଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଜାଲ୍‌ ଆଇଟିସି ହାସଲ କରିଥିବା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ କ୍ଷେତ୍ରରେ ସମ୍ପୃକ୍ତ ୧୫ଟି ରାଜ୍ୟର କମିଶନରମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଓଡ଼ିଶାର ଯେଉଁମାନେ ଜାଲ୍‌ ଆଇଟିସି ଗ୍ରହଣ କରିଛନ୍ତି, ସେମାନଙ୍କଠାରୁ ଏହି ଆଇଟିସି ପରିମାଣ ସୁଧ ଓ ଜରିମାନା ସହ ଆଦାୟ କରିବା ପାଇଁ ଜିଏସ୍‌ଟି କମିଶନରେଟ ତରଫରୁ ପଦକ୍ଷେପ ନିଆଯାଉଛି। ୭୭.୬୦ କୋଟି ଟଙ୍କାର ଜାଲ୍‌ ଆଇଟିସି ହାସଲ କରିଥିବା ୧୮୧ ଜଣ ପଞ୍ଜୀକୃତ ଟିକସଦାତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ଏସ୍‌.କେ. ଲୋହାନି ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ଟିକସଦାତାମାନଙ୍କୁ ସେମାନଙ୍କର ଟିକସ ସମ୍ପର୍କିତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏବଂ ନିୟମିତ ଓ ଉପଯୁକ୍ତ ରିଟର୍ଣ୍ଣ ଦାଖଲ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?