‘ଓଡ଼ିଶାରେ କାହାଣୀ, କବିତା ଭରି ରହିଛି’

ପ୍ରିୟା ମଲ୍ଲିକ। କେବଳ ସେ ଜଣେ କବିତା ବା କାହାଣୀକାର ନୁହନ୍ତି, ଅଭିନେତ୍ରୀ, ଟେଡ୍‌ଏକ୍ସ ସ୍ପିକର୍‌, ଶିକ୍ଷୟିତ୍ରୀ, ହାସ୍ୟକାର ଭାବେ ପରିଚିତ। ୩୪ବର୍ଷୀୟ ପ୍ରିୟା ଟିଭି ଶୋ’ ମାଧ୍ୟମରେ ଦର୍ଶକଙ୍କ ପାଖେ ପହଞ୍ଚିଥିଲେ ବି ନିଜର କବିତାବୃତ୍ତି ମାଧ୍ୟମରେ ସେ ଦୀର୍ଘଦିନ ଧରି ଲୋକଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋସିଆଲ ମିଡିଆରେ ପ୍ରିୟା ସମ୍‌ଟାଇମ୍ସ ମାଧ୍ୟମରେ ସେ କବିତାବୃତ୍ତି କରି ଦର୍ଶକଙ୍କ ପାଖେ ପହଞ୍ଚାଇଥାନ୍ତି। ଦିନେ ଟିଭି ପରଦାରେ ଓ ମଞ୍ଚରେ ରହୁଥିବା ପ୍ରିୟା ନିଜ ପେଜ୍‌ ମାଧ୍ୟମରେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରେମ, ରୋମାନ୍ସ, ସୋସିଆଲ ବାର୍ତ୍ତା ଭଳି ଶବ୍ଦକୁ ସେ ନିଜ କବିତାରେ ସ୍ଥାନ ଦିଅନ୍ତି। କବିତା ଲେଖି ସେ ଆବୃତ୍ତି କରନ୍ତି। ତାଙ୍କ ସ୍ବରଚିତ ଏକାଧିକ କବିତା ବିଶ୍ୱସ୍ତରରେ ଆଦୃତି ଲାଭ କରିଛି। ଗତବର୍ଷ ସେ ‘ସୁଫି ଇସ୍କ’ ନାମକ ଏକ ପୁସ୍ତକ ରଚନା କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ‘ଡଟ୍‌ ଫେଷ୍ଟ’ର ସୋମବାର ଦ୍ୱିତୀୟ ସାରେ ନିଜର ପ୍ରଦର୍ଶନ ଦେବାକୁ ଆସିଥିବା ସମୟରେ ଧରିତ୍ରୀ ସହ ତାଙ୍କର ସ୍ବତନ୍ତ୍ର ଆଳାପ।

କବିତାବୃତ୍ତିର ଯାତ୍ରା କିପରି ଆରମ୍ଭ ହୋଇଥିଲା?
୧୨ବର୍ଷରୁ ଲେଖିବା ଆରମ୍ଭ କରିଥିଲି। କିନ୍ତୁ ସେତେବେଳେ ଭାବି ନ ଥିଲି କବିତା ଏକ କ୍ୟାରିୟର ହୋଇପାରିବ। ଆଜିଠୁ ୫/୬ ବର୍ଷ ପୂର୍ବରୁ ଯେବେ ଦେଖିଲି ୟୁଟ୍ୟୁବ୍‌ରେ ଲୋକମାନେ ଏହାକୁ ଶୁଣୁଛନ୍ତି, ବାସ୍‌ ସେବେଠୁ ଆରମ୍ଭ ହୋଇଥିଲା କବିତାବବୃତ୍ତିର ଯାତ୍ରା। ଟଙ୍କା କି ଖ୍ୟାତି ପାଇଁ ନୁହେଁ, କେବଳ ଭଲପାଇବା ପାଇବା ପାଇଁ ଏହା ଆରମ୍ଭ କରିଥିଲି। ଆଉ ଯେଉଁଥିପାଇଁ ଆଜି ମୋତେ ଲୋକଙ୍କଠାରୁ ଏତେ ଭଲ ପାଇବା ମିଳୁଛି।
ଆପଣଙ୍କ ଏତେସବୁ କବିତା ଭିତରେ ଅତିପ୍ରିୟ କେଉଁଟା?
ସବୁଠୁ ପ୍ରିୟ କବିତା ହେଉଛି ସେହି କବିତା, ଯାହା ମୋ ଶ୍ରୋତାଙ୍କର ଅତି ପ୍ରିୟ। ‘ମେ ଦୋ ହଜାର ମେ ଉନିଶ ନେୟାନବେ ଢୁଣ୍ଡ ରେହି ହୁଁ।’ ମୁଁ ଭାବୁଛି ଏହା ହିଁ ଏକ ହନେଷ୍ଟ ଭର୍ସନ ଅଫ୍‌ ପ୍ରିୟା ।
କବିତା ମାଧ୍ୟମରେ କ’ଣ ଭେଟି ଦିଅନ୍ତି?
ମନୋରଞ୍ଜନ ସହିତ କିଛି ଭାବନା ରହିବା ଦରକାର। ସେଥିପାଇଁ ମୋର ସବୁ କବିତାରେ ଏମିତି କିଛି ଥାଏ, ଯାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରେ। କବିତାରେ ସବୁବେଳେ ସାମାଜିକ ଧାରଣା ରହିଥାଏ। ଏବେ ମୁଁ ମୋ କବିତାରେ ଗୀତ ମଧ୍ୟ ଯୋଡିଛି। କବିତା ଓ ଗୀତର ଏହି ସଂଯୋଗ ମାଧ୍ୟମରେ ଶ୍ରୋତାଙ୍କୁ ନୂଆ ଅନୁଭବର ଭେଟି ଦେଉଛି।
ବର୍ତ୍ତମାନ ସମୟରେ କବିତାବୃତ୍ତିର ମୂଲ୍ୟ କ’ଣ ରହିଛି?
ଦେଶର ପରମ୍ପରା ହିଁ କବିତା ଓ କାହାଣୀ ଶୁଣାଇବା ସହ ଜଡ଼ିତ ରହିଛି। ପୁରୁଣା ସମୟରୁ ନେଇ ଆଜିଯାଏ ଜେଜେ ଓ ଜେଜେମା’ଙ୍କଠାରୁ କବିତା, ଗୀତ ଶୁଣିବାକୁ ମିଳେ। ସେହି ପରମ୍ପରାକୁ ଆଗକୁ ନେବାରେ ଏହା ହିଁ ଏକ ଉତ୍କୃଷ୍ଟ ମାଧ୍ୟମ। ଏହା କିଛି ନୂଆ ନୁହେଁ। କିନ୍ତୁ ଖାସ୍‌ କଥା ଏହା ଯେ, ଏହି ପରମ୍ପରା ବର୍ତ୍ତମାନ କ୍ୟାରିୟରେ ପରିଣତ ହେଉଛି। ମୁଁ ଗର୍ବରେ କହିବି ଯେ ମୁଁ ଜଣେ ଫୁଲ୍‌ ଟାଇମ କବିତା ଓ କାହାଣୀକାର।
ନିକଟରେ ଆପଣ ବିବାହ କରିଛନ୍ତି। ନୂଆ ଜୀବନକୁ ନେଇ ଦୁଇପଦ?
ବଡ଼ ବଡ଼ ଲୋକମାନେ କହିଛନ୍ତି, ବିବାହ ଏକ ଏମିତି ଲଡ଼ୁ ଯିଏ ଖାଇବ ପସ୍ତେଇବ ଯିଏ ନ ଖାଇବ ମଧ୍ୟ ପସ୍ତେଇବ। କିନ୍ତୁ ବିବାହ ଏକ ସୁନ୍ଦର ବନ୍ଧନ। ନିଜ ନିଜ ମଧ୍ୟରେ ଭଲପାଇବା ସହ ଭୁଲ୍‌ ବୁଝାମଣାଠୁ ଦୂରରେ ରହିଲେ ଏହା ପୃଥିବୀର ଏକ ଶ୍ରେଷ୍ଠ ସମ୍ପର୍କ।
ଫ୍ୟାନ୍ସମାନଙ୍କ ପାଇଁ କ’ଣ କହିବେ?
ମୁହଁରୁ ଶୁଣୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜଣେ କଳାକାର ତା’ ଶ୍ରୋତାଙ୍କ ବିନା କିଛି ନୁହେଁ। ଆମ ପାଇଁ ଦର୍ଶକଙ୍କ ଉପସ୍ଥିତି ସବୁଠ ବେଶି ଜରୁରୀ। ଦର୍ଶକ ହୋଇ ଶୁଣୁଥିବା ପାଇଁ କୃତଜ୍ଞତା ଜଣାଉଛି।
ଓଡ଼ିଶାର ଶ୍ରୋତାଙ୍କ ପାଇଁ ଆପଣଙ୍କ ମୁହଁରୁ କିଛି?
ଶ୍ରୋତା ନିହାତି ଭାବେ ସୁନ୍ଦର। ଓଡ଼ିଶାର କଳା ଓ ସଂସ୍କୃତି ବହୁତ ବଡ ବୋଲି ମୁଁ ଅନୁଭବ କରିଛି। ଲୋକେ ମୁମ୍ବାଇ, ଦିଲ୍ଲୀରେ ବସି ଭାବନ୍ତି ଯେ ଏହାହିଁ ଦୁନିଆ। କିନ୍ତୁ ଆମେ ଯେବେ ବାହାରକୁ ଆସନ୍ତି, ଜାଣିପାରନ୍ତି ଯେ ଦୁନିଆ ପ୍ରକୃତରେ କେତେ ସୁନ୍ଦର। ମୁଁ ଓଡ଼ିଶାର ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱର ବୁଲିଛି। ଏଠାରେ କାହାଣୀ ଓ କବିତା ଭରି ରହିଛି। ମୋତେ ଦେଖି ଏସବୁ ବେଶି ଖୁସି ଲାଗୁଛି।
ଆଗାମୀ ଦିନରେ ଓଡ଼ିଶା ଆସିବାକୁ ଚାହିଁବେ?
ପୂର୍ବରୁ ଥରେ ଭୁବନେଶ୍ୱର ଆସିଥିଲି। କିନ୍ତୁ ଓଡ଼ିଶାର ବାକି ଜାଗା ଏଥର ଦେଖୁଛି। ଏଠାରେ ବହୁତ ମନ୍ଦିର ଅଛି, ଯାହା ଏଯାଏ ମୁଁ ଦେଖିନାହଁ। ଆଗକୁ ଏକ ସ୍ବତନ୍ତ୍ର୍‌ ଟ୍ରିପ୍‌ କରି ଏଠାକୁ ଆସି ସବୁ ମନ୍ଦିର ଦର୍ଶନ କରିବି।
ସାକ୍ଷତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri