‘ଓଡ଼ିଶାରେ କାହାଣୀ, କବିତା ଭରି ରହିଛି’

ପ୍ରିୟା ମଲ୍ଲିକ। କେବଳ ସେ ଜଣେ କବିତା ବା କାହାଣୀକାର ନୁହନ୍ତି, ଅଭିନେତ୍ରୀ, ଟେଡ୍‌ଏକ୍ସ ସ୍ପିକର୍‌, ଶିକ୍ଷୟିତ୍ରୀ, ହାସ୍ୟକାର ଭାବେ ପରିଚିତ। ୩୪ବର୍ଷୀୟ ପ୍ରିୟା ଟିଭି ଶୋ’ ମାଧ୍ୟମରେ ଦର୍ଶକଙ୍କ ପାଖେ ପହଞ୍ଚିଥିଲେ ବି ନିଜର କବିତାବୃତ୍ତି ମାଧ୍ୟମରେ ସେ ଦୀର୍ଘଦିନ ଧରି ଲୋକଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋସିଆଲ ମିଡିଆରେ ପ୍ରିୟା ସମ୍‌ଟାଇମ୍ସ ମାଧ୍ୟମରେ ସେ କବିତାବୃତ୍ତି କରି ଦର୍ଶକଙ୍କ ପାଖେ ପହଞ୍ଚାଇଥାନ୍ତି। ଦିନେ ଟିଭି ପରଦାରେ ଓ ମଞ୍ଚରେ ରହୁଥିବା ପ୍ରିୟା ନିଜ ପେଜ୍‌ ମାଧ୍ୟମରେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରେମ, ରୋମାନ୍ସ, ସୋସିଆଲ ବାର୍ତ୍ତା ଭଳି ଶବ୍ଦକୁ ସେ ନିଜ କବିତାରେ ସ୍ଥାନ ଦିଅନ୍ତି। କବିତା ଲେଖି ସେ ଆବୃତ୍ତି କରନ୍ତି। ତାଙ୍କ ସ୍ବରଚିତ ଏକାଧିକ କବିତା ବିଶ୍ୱସ୍ତରରେ ଆଦୃତି ଲାଭ କରିଛି। ଗତବର୍ଷ ସେ ‘ସୁଫି ଇସ୍କ’ ନାମକ ଏକ ପୁସ୍ତକ ରଚନା କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ‘ଡଟ୍‌ ଫେଷ୍ଟ’ର ସୋମବାର ଦ୍ୱିତୀୟ ସାରେ ନିଜର ପ୍ରଦର୍ଶନ ଦେବାକୁ ଆସିଥିବା ସମୟରେ ଧରିତ୍ରୀ ସହ ତାଙ୍କର ସ୍ବତନ୍ତ୍ର ଆଳାପ।

କବିତାବୃତ୍ତିର ଯାତ୍ରା କିପରି ଆରମ୍ଭ ହୋଇଥିଲା?
୧୨ବର୍ଷରୁ ଲେଖିବା ଆରମ୍ଭ କରିଥିଲି। କିନ୍ତୁ ସେତେବେଳେ ଭାବି ନ ଥିଲି କବିତା ଏକ କ୍ୟାରିୟର ହୋଇପାରିବ। ଆଜିଠୁ ୫/୬ ବର୍ଷ ପୂର୍ବରୁ ଯେବେ ଦେଖିଲି ୟୁଟ୍ୟୁବ୍‌ରେ ଲୋକମାନେ ଏହାକୁ ଶୁଣୁଛନ୍ତି, ବାସ୍‌ ସେବେଠୁ ଆରମ୍ଭ ହୋଇଥିଲା କବିତାବବୃତ୍ତିର ଯାତ୍ରା। ଟଙ୍କା କି ଖ୍ୟାତି ପାଇଁ ନୁହେଁ, କେବଳ ଭଲପାଇବା ପାଇବା ପାଇଁ ଏହା ଆରମ୍ଭ କରିଥିଲି। ଆଉ ଯେଉଁଥିପାଇଁ ଆଜି ମୋତେ ଲୋକଙ୍କଠାରୁ ଏତେ ଭଲ ପାଇବା ମିଳୁଛି।
ଆପଣଙ୍କ ଏତେସବୁ କବିତା ଭିତରେ ଅତିପ୍ରିୟ କେଉଁଟା?
ସବୁଠୁ ପ୍ରିୟ କବିତା ହେଉଛି ସେହି କବିତା, ଯାହା ମୋ ଶ୍ରୋତାଙ୍କର ଅତି ପ୍ରିୟ। ‘ମେ ଦୋ ହଜାର ମେ ଉନିଶ ନେୟାନବେ ଢୁଣ୍ଡ ରେହି ହୁଁ।’ ମୁଁ ଭାବୁଛି ଏହା ହିଁ ଏକ ହନେଷ୍ଟ ଭର୍ସନ ଅଫ୍‌ ପ୍ରିୟା ।
କବିତା ମାଧ୍ୟମରେ କ’ଣ ଭେଟି ଦିଅନ୍ତି?
ମନୋରଞ୍ଜନ ସହିତ କିଛି ଭାବନା ରହିବା ଦରକାର। ସେଥିପାଇଁ ମୋର ସବୁ କବିତାରେ ଏମିତି କିଛି ଥାଏ, ଯାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରେ। କବିତାରେ ସବୁବେଳେ ସାମାଜିକ ଧାରଣା ରହିଥାଏ। ଏବେ ମୁଁ ମୋ କବିତାରେ ଗୀତ ମଧ୍ୟ ଯୋଡିଛି। କବିତା ଓ ଗୀତର ଏହି ସଂଯୋଗ ମାଧ୍ୟମରେ ଶ୍ରୋତାଙ୍କୁ ନୂଆ ଅନୁଭବର ଭେଟି ଦେଉଛି।
ବର୍ତ୍ତମାନ ସମୟରେ କବିତାବୃତ୍ତିର ମୂଲ୍ୟ କ’ଣ ରହିଛି?
ଦେଶର ପରମ୍ପରା ହିଁ କବିତା ଓ କାହାଣୀ ଶୁଣାଇବା ସହ ଜଡ଼ିତ ରହିଛି। ପୁରୁଣା ସମୟରୁ ନେଇ ଆଜିଯାଏ ଜେଜେ ଓ ଜେଜେମା’ଙ୍କଠାରୁ କବିତା, ଗୀତ ଶୁଣିବାକୁ ମିଳେ। ସେହି ପରମ୍ପରାକୁ ଆଗକୁ ନେବାରେ ଏହା ହିଁ ଏକ ଉତ୍କୃଷ୍ଟ ମାଧ୍ୟମ। ଏହା କିଛି ନୂଆ ନୁହେଁ। କିନ୍ତୁ ଖାସ୍‌ କଥା ଏହା ଯେ, ଏହି ପରମ୍ପରା ବର୍ତ୍ତମାନ କ୍ୟାରିୟରେ ପରିଣତ ହେଉଛି। ମୁଁ ଗର୍ବରେ କହିବି ଯେ ମୁଁ ଜଣେ ଫୁଲ୍‌ ଟାଇମ କବିତା ଓ କାହାଣୀକାର।
ନିକଟରେ ଆପଣ ବିବାହ କରିଛନ୍ତି। ନୂଆ ଜୀବନକୁ ନେଇ ଦୁଇପଦ?
ବଡ଼ ବଡ଼ ଲୋକମାନେ କହିଛନ୍ତି, ବିବାହ ଏକ ଏମିତି ଲଡ଼ୁ ଯିଏ ଖାଇବ ପସ୍ତେଇବ ଯିଏ ନ ଖାଇବ ମଧ୍ୟ ପସ୍ତେଇବ। କିନ୍ତୁ ବିବାହ ଏକ ସୁନ୍ଦର ବନ୍ଧନ। ନିଜ ନିଜ ମଧ୍ୟରେ ଭଲପାଇବା ସହ ଭୁଲ୍‌ ବୁଝାମଣାଠୁ ଦୂରରେ ରହିଲେ ଏହା ପୃଥିବୀର ଏକ ଶ୍ରେଷ୍ଠ ସମ୍ପର୍କ।
ଫ୍ୟାନ୍ସମାନଙ୍କ ପାଇଁ କ’ଣ କହିବେ?
ମୁହଁରୁ ଶୁଣୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜଣେ କଳାକାର ତା’ ଶ୍ରୋତାଙ୍କ ବିନା କିଛି ନୁହେଁ। ଆମ ପାଇଁ ଦର୍ଶକଙ୍କ ଉପସ୍ଥିତି ସବୁଠ ବେଶି ଜରୁରୀ। ଦର୍ଶକ ହୋଇ ଶୁଣୁଥିବା ପାଇଁ କୃତଜ୍ଞତା ଜଣାଉଛି।
ଓଡ଼ିଶାର ଶ୍ରୋତାଙ୍କ ପାଇଁ ଆପଣଙ୍କ ମୁହଁରୁ କିଛି?
ଶ୍ରୋତା ନିହାତି ଭାବେ ସୁନ୍ଦର। ଓଡ଼ିଶାର କଳା ଓ ସଂସ୍କୃତି ବହୁତ ବଡ ବୋଲି ମୁଁ ଅନୁଭବ କରିଛି। ଲୋକେ ମୁମ୍ବାଇ, ଦିଲ୍ଲୀରେ ବସି ଭାବନ୍ତି ଯେ ଏହାହିଁ ଦୁନିଆ। କିନ୍ତୁ ଆମେ ଯେବେ ବାହାରକୁ ଆସନ୍ତି, ଜାଣିପାରନ୍ତି ଯେ ଦୁନିଆ ପ୍ରକୃତରେ କେତେ ସୁନ୍ଦର। ମୁଁ ଓଡ଼ିଶାର ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱର ବୁଲିଛି। ଏଠାରେ କାହାଣୀ ଓ କବିତା ଭରି ରହିଛି। ମୋତେ ଦେଖି ଏସବୁ ବେଶି ଖୁସି ଲାଗୁଛି।
ଆଗାମୀ ଦିନରେ ଓଡ଼ିଶା ଆସିବାକୁ ଚାହିଁବେ?
ପୂର୍ବରୁ ଥରେ ଭୁବନେଶ୍ୱର ଆସିଥିଲି। କିନ୍ତୁ ଓଡ଼ିଶାର ବାକି ଜାଗା ଏଥର ଦେଖୁଛି। ଏଠାରେ ବହୁତ ମନ୍ଦିର ଅଛି, ଯାହା ଏଯାଏ ମୁଁ ଦେଖିନାହଁ। ଆଗକୁ ଏକ ସ୍ବତନ୍ତ୍ର୍‌ ଟ୍ରିପ୍‌ କରି ଏଠାକୁ ଆସି ସବୁ ମନ୍ଦିର ଦର୍ଶନ କରିବି।
ସାକ୍ଷତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri