‘ଓଡ଼ିଶା ହେବ ୧ ଟ୍ରିଲିୟନ ଡଲାରର ଅର୍ଥନୀତି’

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ୨୦୫୦ ସୁଦ୍ଧା ଓଡ଼ିଶା ୧ ଟ୍ରିଲିୟନ(୧ ଲକ୍ଷ କୋଟି) ଡଲାର ଅର୍ଥନୀତି ହେବ। ଭିଜନ୍‌ ଡକ୍ୟୁମେଣ୍ଟରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇଛନ୍ତି। ଜେଏସଡବ୍ଲ୍ୟୁ ଓ ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ଏମିତି ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟଠାରେ ଭିଜନ୍‌ ରିପୋର୍ଟ ‘ଇକୋନୋମିକ ପସିବିଲିଟି ଫର ଓଡ଼ିଶା ଟୁଓ୍ବାର୍ଡସ ଓ୍ବାନ ଟ୍ରିଲିୟନ ଡଲାର ଇକୋନୋମି-୨୦୫୦’ର ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାର କରି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ରାଜ୍ୟ ୧ ଟ୍ରିିଲିୟନ ଡଲାର ଅର୍ଥନୀତି ମଧ୍ୟ ହୋଇପାରିବ। ଅନୁକୂଳ ପୁଞ୍ଜିନିବେଶ ନୀତି, ଉନ୍ନତ ଭିତ୍ତିଭୂମି ଏବଂ ଦକ୍ଷ ମାନବସମ୍ବଳ ଯୋଗୁ ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିପାରିବ। ମାନୁଫାକ୍ଚରିଂ ହବ୍‌ ଭାବେ ଓଡ଼ିଶା ଜାତୀୟ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି। ବିଶ୍ୱ ଅର୍ଥନୀତି ଗତ ୩ ଦଶନ୍ଧି ମଧ୍ୟରେ ୩ ଥର ବୃଦ୍ଧି ହୋଇଛିି। ଆସନ୍ତା ୨୦୫୦ ବେଳକୁ ଏହା ଦୁଇଗୁଣ ହେବାର ସମ୍ଭାବନା ରହିଛି। ରାଜ୍ୟର ଖଣିଜ ସମ୍ପଦ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମହିଳା ଉଦ୍ୟୋଗୀ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଜେଏସ୍‌ଡବ୍ଲ୍ୟର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି ଓଡ଼ିଶା ହେଉଛି ଭାରତର ଲୁକ୍କାୟିତ ରତ୍ନ। ଓଡ଼ିଶା ପାଖରେ ଯାହା କିଛି ଖଣିଜ ସମ୍ପଦ ରହିଛି ତାହାକୁ ଠିକ୍‌ ଭାବେ ପରିଚାଳନା କରାଗଲେ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଅସାଧାରଣ ପ୍ରତିଯୋଗିତା ଦକ୍ଷତା ରହିଛି। ବିଶ୍ୱରେ ଏହି ରାଜ୍ୟ ଖଣିଜ ସମ୍ପଦ ରପ୍ତାନିରେ ଏକ ନମ୍ବର ହବ୍‌ରେ ପରିଣତ ହେବ ବୋଲି ଭିଜନ୍‌ ରିପୋର୍ଟରେ କୁହାଯାଇଛି। ଏହି ଅବସରରେ ପିଡବ୍ଲ୍ୟୁସିର ଅଂଶୀଦାର ରାନିନ ବାନାର୍ଜୀ ଭିଜନ୍‌ ରିପୋର୍ଟର ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର, ଜେଏସ୍‌ଡବ୍ଲ୍ୟୁ, ପିଡବ୍ଲ୍ୟୁସି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri