ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ-୨୦୧୯ ଗୃହୀତ: ଗୋବର୍ଦ୍ଧନ ପୀଠ ଦେବୋତ୍ତର ମୁକ୍ତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରୁ ପୁରୀସ୍ଥିତ ଗୋବର୍ଦ୍ଧନ ପୀଠ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧ର ପରିସରରୁ ବାଦ୍‌ ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା। ଏହି ଅନୁରୋଧକୁ ବିଚାର କରି ରାଜ୍ୟ ସରକାର ପ୍ରଥମେ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଣିବା ସହ ମଞ୍ଜୁର କରାଇଥିଲେ। ଏହା ପରେ ବିଧାନସଭାରେ ଆଇନ ଅନୁସାରେ ଆବଶ୍ୟକ ସଂଶୋଧନ ଆଣି ଶନିବାର ଗୃହୀତ କରାଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଶୁକ୍ରବାର ଓଡ଼ିଶା ହିନ୍ଦୁ ଦେବୋତ୍ତର(ସଂଶୋଧନ) ବିଧେୟକ-୨୦୧୯ ଆଗତ କରାଯାଇଥିଲା। ଏହି ବିଲ୍‌ ଆଗତ ହେବାର ଗୋଟିଏ ଦିନ ପରେ ଗୃହର ମଞ୍ଜୁରୀ ମିଳିଛି। ଏବେ ଏହି ସଂଶୋଧନକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ସଂଶୋଧନ ସମ୍ପର୍କିତ ଆଲୋଚନା ସମୟରେ ଶାସକ ବିଜେଡି ଏବଂ କଂଗ୍ରେସ ଦଳ ବିଧାୟକମାନେ ଉପସ୍ଥିତ ରହିଥିଲେ। ଅପରପକ୍ଷରେ ଭାଜପା ବିଧାୟକମାନେ ଅନୁପସ୍ଥିତ ରହିଥିଲେ। ଏହି ସଂଶୋଧନକୁ ଅଣାଯିବା ଏବଂ ଗୃହୀତ କରିବା ପ୍ରକ୍ରିୟାର କେତେକ ଆଇନଗତ ଦିଗ ଉପରେ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିଲେ।

ଉଲ୍ଲେଖଯୋଗ୍ୟ, ଅନ୍ୟ ୩ ମଠ ଯଥା- ଯୋଷୀ ମଠ, ଦ୍ୱାରକା ମଠ, ଶ୍ରୀଙ୍ଗେରୀ ମଠକୁ ସମ୍ପୃକ୍ତ ରାଜ୍ୟର ଦେବୋତ୍ତର ଅଧିନିୟମ ପରିସରରୁ ବାଦ୍‌ ଦିଆଯାଇ ସେଗୁଡିକର ପରିଚାଳନା ଭାର ସେହି ମଠର ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହି ସଂଶୋଧନ ହେବା ପୂର୍ବରୁ ଗୋବର୍ଦ୍ଧନ ମଠ ଅଧିନିୟମର ଧାରା ୩ର ଖଣ୍ଡ(୧୩) ଅନୁସାରେ ଧାର୍ମିକ ଅନୁଷ୍ଠାନ ଭାବେ ପରିଗଣିତ ହେଉଥିଲା। ଏହି ସଂଶୋଧନ ସମ୍ପର୍କରେ ଗଣମାଧ୍ୟମକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଅଣାଯାଇଥିବା ବିଧେୟକ ଏକ ଅର୍ଥ ବିଲ୍‌। ତେଣୁ ଆଲୋଚନା ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର। ନଚେତ ଆଲୋଚନା ହୋଇପାରିବ ନାହିଁ। ମଠଗୁଡିକ ଆଇନ ଅନୁଯାୟୀ ଆକାଉଣ୍ଟର ବିବରଣୀ ଦେବା ଆବଶ୍ୟକ। ସେହିପରି ମଠ ନିଜ ଆୟର ୫ ପ୍ରତିଶତ ସରକାରଙ୍କୁ ଦେବା କଥା। ହେଲେ ତାହା କେହି ଦେଉନାହାନ୍ତି। ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟ ଆଫିଡେଭିଟ୍‌ ଅନୁଯାୟୀ ହେଉନାହିଁ। ସରକାର ଉଚିତ ପଦକ୍ଷେପ ନେଉନାହାନ୍ତି। ଆଇନ ଥାଇ ଏବେ ଦେଉ ନାହାନ୍ତି, ଆଇନ ନ ରହିଲେ ଭକ୍ତ ଯାହା ଭାବିବେ ବୋଲି ନରସିଂହ କହିଛନ୍ତି। ଅପରପକ୍ଷରେ ନରସିଂହଙ୍କ ଏହି ବୟାନ ଉପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ପ୍ରତାପ କହିଛନ୍ତି ଯେ, ଏହା କୌଣସି ଅର୍ଥ ବିଲ୍‌ ନୁହେଁ। ତେଣୁ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଗୋବର୍ଦ୍ଧନ ମଠ ସରକାରଙ୍କ ନୀତିନିୟମରେ ପରିଚାଳିତ ହେବ । ହେଲେ ପୂର୍ବ ଭଳି ଦେବୋତ୍ତର ବିଭାଗକୁ ଆଉ ହିସାବ ଦେବ ନାହିଁ। ସରକାରୀ ନୀତିନିୟମ ଲାଗୁ ହେବ, ମାତ୍ର ପୀଠାଧୀଶ ଶଙ୍କରାଚାର୍ଯ୍ୟ ମଠ ପରିଚାଳନା କରିବେ। ସେହିପରି ଗୃହରେ ହୋଇଥିବା ଆଲୋଚନାରେ ନରସିଂହଙ୍କ ସମେତ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ. କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri