ଓଡ଼ିଶା ପର୍ଯ୍ୟଟନରେ ନୂଆ ସୁଯୋଗ ‘ଇକୋ-ଟୁରିଜମ୍‌’

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ପୁରୀ, କୋଣାର୍କ, ଭୁବନେଶ୍ୱରରୁ ବାହାରି ଓଡ଼ିଶାରେ ଥିବା ଉତ୍କୃଷ୍ଟ ପରିବେଶ, ଜଙ୍ଗଲ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ମାଧ୍ୟମରେ କିଭଳି ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରାଜ୍ୟର ପାରମ୍ପରିକ, ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନରୁ ବାହାରି ଉପକୂଳ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ଓ୍ବାଇଲ୍ଡଲାଇଫ୍‌ ବା ବନ୍ୟଜନ୍ତୁ ପର୍ଯ୍ୟଟନ, ଏଥ୍‌ନିକ୍‌ ଓ ହସ୍ତଶିଳ୍ପ ପର୍ଯ୍ୟଟନ ଉପରେ ଅଧିକ ଫୋକସ୍‌ କରାଯାଉଛି। ତେବେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ନିକଟରେ ପର୍ଯ୍ୟଟକଙ୍କ ପାଇଁ ଅନେକ କିଛି ରହିଛି। ଯେପରି ଭିତରକନିକା ଓ ଶିମିଳିପାଳ ଭଳି ଦୁଇଟି ଜାତୀୟ ଉଦ୍ୟାନକୁ ମିଶାଇ ୧୯ଟି ସଂରକ୍ଷିତ ଜଙ୍ଗଲ ଓ ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ଏହା ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହାୟତାରେ ‘ଇକୋଟୁର୍‌ ଓଡ଼ିଶା’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୭ଟି ଲକ୍‌ଜ୍ୟୁରି ନେଚର୍‌ କ୍ୟାମ୍ପ୍‌ କରାଯିବା ସହ ଜଙ୍ଗଲ, ପରିବେଶ, ବେଳାଭୂମି, ବନ୍ୟଜନ୍ତୁ, ଆଦିବାସୀ ଓ ଗ୍ରାମାଞ୍ଚଳ ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଉଛି। କେବଳ ଏତିକି ନୁହେଁ, ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶରେ ‘ଇକୋଟୁର୍‌ ଓଡ଼ିଶା’ ଏକ ଟ୍ରେଣ୍ଡ୍‌ସେଟର୍‌ରେ ପରିଣତ ହୋଇପାରିଛି। ରାଜ୍ୟରେ ଥିବା ସମସ୍ତ ୪୦ଟି ନେଚର୍‌ କ୍ୟାମ୍ପ୍‌ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳେ ୨୦୧୯ ଆର୍ଥତ୍କବର୍ଷରେ କେବଳ ଶିମିଳିପାଳ ଓ ସାତକୋଶିଆ ନେଚର କ୍ୟାମ୍ପ୍‌ ପ୍ରତ୍ୟେକ ୧ କୋଟି ଲେଖାଁଏ ଆୟ କରିଛନ୍ତି। କ୍ୟାମ୍ପିଂ, ମାଉଣ୍ଟେନିଂ, ଟ୍ରେକିଂ, ବାର୍ଡିଂ, ସାଇକ୍ଲିଂ, ବୋଟିଂ, ଜଙ୍ଗଲ ସଫାରି, ଓ୍ବାଇଲ୍ଡଲାଇଫ୍‌ ଓ୍ବାଚ୍‌ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଯୁବ ପର୍ଯ୍ୟଟକମାନେ ଆକୃଷ୍ଟ ହେଉଛନ୍ତି। ସବୁଠାରୁ ବଡ଼କଥା ହେଲା ସମସ୍ତ ନେଚର୍‌ କ୍ୟାମ୍ପ୍‌ ପ୍ରଶିକ୍ଷିତ ସ୍ଥାନୀୟ ଅଧିବାସୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି।

ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌କୁ ଗୁରୁତ୍ୱ

‘ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌’ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନକୁ ଆଉ ପାଦେ ଆଗକୁ ନେବାକୁ ରାଜ୍ୟ ସରକାର ‘ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌’ ଯୋଜନା ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟ ଭଳି ରୟାଲ ଟୁରିଜମ୍‌ ଉପରେ ଏବେ ଓଡ଼ିଶା ଫୋକସ୍‌ କରିଛି। ଓଡ଼ିଶାରେ ଏବେ ୫୧ଟି ହେରିଟେଜ୍‌ ପ୍ରପର୍ଟି ତଥା ରାଜପ୍ରାସାଦ ରହିଥିବାବେଳେ ସେଥିରୁ ୧୯ଟି ପ୍ରାସାଦକୁ ଆଗାମୀ ଦୁଇବର୍ଷ ମଧ୍ୟରେ ବୁଟିକ୍‌ ହେରିଟେଜ୍‌ ହୋଟେଲ ଏବଂ ହେରିଟେଜ୍‌ ହୋମ୍‌ ଷ୍ଟେ’ ଭାବେ ବିକଶିତ କରିବାକୁ ଯୋଜନା ରହିଛି। ଢେଙ୍କାନାଳ, ଆଳି ଓ ନୀଳଗିରି ଭଳି ଏବେ ୬ ପ୍ରାସାଦରେ ପର୍ଯ୍ୟଟକ ରହୁଥିବାବେଳେ ଆଉ ୩କୁ ଆସନ୍ତା ଡିସେମ୍ବର ସୁଦ୍ଧା ହେରିଟେଜ୍‌ ହୋଟେଲ ଏବଂ ହୋମ୍‌ ଷ୍ଟେ’ରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ସେହିଭଳି ବଳକା ୧୦ଟି ପ୍ରାସାଦକୁ ୨୦୨୧ ସୁଦ୍ଧା ହୋଟେଲ ରୂପ ଦିଆଯିବ ବୋଲି ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri