ବିଶ୍ୱ ପର୍ଯ୍ୟଟନ ଦିବସ : ବିଦେଶରେ ବଢୁଛନ୍ତି ଭାରତୀୟ ପର୍ଯ୍ୟଟକ, ଦେଶ ହରାଉଛି ବର୍ଷକୁ ୯ ହଜାର କୋଟି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭାରତୀୟଙ୍କ ମଧ୍ୟରେ ଦିନକୁ ଦିନ ବିଦେଶ ବୁଲା ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ ବିଦେଶ ଭ୍ରମଣରେ ଯାଉଛନ୍ତି। ଗୋଟିଏପଟେ ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାବେଳେ ଅନ୍ୟପଟେ ବିଦେଶ ମାଟିରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଥାଇଲାଣ୍ଡ୍‌, ମାଳଦ୍ୱୀପ, ଦୁବାଇ ଭଳି ରାଷ୍ଟ୍ରକୁ ଭାରତୀୟମାନେ ଅଧିକ ପସନ୍ଦ କରୁଛନ୍ତି। ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ରମାନଙ୍କ ପାଇଁ ଭାରତ ପର୍ଯ୍ୟଟକ ଯୋଗାଉଥିବା ଶ୍ରେଷ୍ଠ ୧୦ ରାଷ୍ଟ୍ର ମଧ୍ୟରେ ରହୁଛି। ଅନ୍ୟପକ୍ଷରେ ଓଡ଼ିଶାରୁ ସର୍ବାଧିକ ପର୍ଯ୍ୟଟକ ଥାଇଲାଣ୍ଡ, ବ୍ୟାଙ୍କକ୍‌, ସିଙ୍ଗାପୁର, ମାଲେସିଆ ଭଳି ରାଷ୍ଟ୍ରକୁ ଭ୍ରମଣ ପାଇଁ ଯାଉଥିବା ଜଣାପଡ଼ିଛି। ନିକଟରେ ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ) ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ଭାରତୀୟଙ୍କ ଏହି ବିଦେଶ ବୁଲା ନିଶା ପାଇଁ ବର୍ଷକୁ ଭାରତ ପ୍ରାୟ ୯୦୦୦ କୋଟି ଟଙ୍କାର ଅର୍ଥ ହରାଉଥିବା ଜଣାପଡ଼ିଛି।
ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଉଥିବା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ଆଖି ପକାଇବା ସହ ନିଜ ଟାର୍ଗେଟ୍‌ ବଜାରରେ ଭାରତକୁ ପ୍ରାଥମିକତା ଦେଉଛନ୍ତି। ବିଶେଷକରି ଯୁବ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ ନିଜ ନିଜର ଅଫିସ ଖୋଲିବା ସହ ଏକାଧିକ ଟୁର୍‌ ପ୍ୟାକେଜର ସୁବିଧା ଦେଉଛନ୍ତି। ସୂଚନା ମୁତାବକ, ୨୦୧୯ ଜାନୁୟାରୀରୁ ମେ’ ମାସ ମଧ୍ୟରେ ମାଳଦ୍ୱୀପରେ ସର୍ବାଧିକ ୯୬.୪% ଭାରତୀୟ ପର୍ଯ୍ୟଟକ ବୃଦ୍ଧି ପାଇଥିବାବେଳେ ଏହା ତଳକୁ ରହିଛି ଥାଇଲାଣ୍ଡ। ଗତବର୍ଷ ଏଠାକୁ ଅଧିକ ୨୨% ଭାରତୀୟ ବୁଲିବାକୁ ଯାଇଛନ୍ତି। ସେହିଭଳି ଦୁବାଇରେ ୧୩%, ଜାପାନରେ ୧୪.୬%, ଅଷ୍ଟ୍ରେଲିଆରେ ୧୨% ଭାରତୀୟ ପର୍ଯ୍ୟଟକ ବୃଦ୍ଧି ପାଇଛନ୍ତି। ଏସିଆ ପାସିଫିକ୍‌ ବା ଦକ୍ଷିଣ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୩୦ ସୁଦ୍ଧା ୨୧୦ କୋଟି ଟପିବାକୁ ଥିବାବେଳେ ସମସ୍ତଙ୍କ ନଜର ଏବେ ଭାରତ ଉପରେ ରହିଛି। ତେବେ ଭାରତର ଯୁବ ପର୍ଯ୍ୟଟକଙ୍କୁ ଆଡ୍‌ଭେଞ୍ଚର୍‌ ଓ ଏକ୍ସପେରିମେଣ୍ଟାଲ ପର୍ଯ୍ୟଟନରେ ଆଗ୍ରହ ଥିବାବେଳେ ଥାଇଲାଣ୍ଡ, ମାଲେସିଆ, ବ୍ୟାଙ୍କକ୍‌ ଭଳି ରାଷ୍ଟ୍ର ଏସବୁ ଯୋଗାଇଦେଉଛନ୍ତି। ହେଲେ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି। ଗୋଆ, ଆଣ୍ଡାମାନ, ଉତ୍ତରାଖଣ୍ଡ ଭଳି କେତେକ ନିର୍ର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିିଦେଲେ ପର୍ଯ୍ୟଟନ ଭିତ୍ତିଭୂମି, ବିମାନ ଯୋଗାଯୋଗ, ଷ୍ଟାର୍‌ ହୋଟେଲ, ଆଡ୍‌ଭେଞ୍ଚର୍‌ ଓ ଏକ୍ସପେରିମେଣ୍ଟାଲ ଟୁରିଜମ୍‌ କ୍ଷେତ୍ରରେ ସମସ୍ତେ ପଛରେ ରହିଛନ୍ତି। ଏହାଛଡ଼ା ମଧ୍ୟବିତ୍ତ ଶ୍ରେଣୀର ପର୍ଯ୍ୟଟକଙ୍କ ପାଇଁ ବିଦେଶ ବୁଲିବା ଏକ ସ୍ବପ୍ନ ହୋଇଥିବାବେଳେ ସେମାନେ ସପରିବାର ଭ୍ରମଣକୁ ପସନ୍ଦ କରୁଛନ୍ତି। ଏନେଇ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି, ଭାରତୀୟମାନେ ବିଦେଶ ବୁଲିବାରେ ଖର୍ଚ୍ଚ କରୁଥିବା ୯ ହଜାର କୋଟି ଟଙ୍କାରେ ଯଦି ଆମେ ଏଠାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ କରିପାରିବା ତା’ହେଲେ ଭାରତୀୟମାନେ ବିଦେଶ ଯିବା ପରିବର୍ତ୍ତେ ଏଠାରେ ବୁଲିବେ। ୩ବର୍ଷର ଟାର୍ଗେଟ୍‌ ରଖି ଯଦି ଆମେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ କରିପାରିବା, ତେବେ ଆମ ଅର୍ଥ ଆମ ପାଖରେ ରହିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ଦେଶର ବିଭିନ୍ନ ଅଞ୍ଚଳ ଦିଗରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?