ବିଶ୍ୱ ପର୍ଯ୍ୟଟନ ଦିବସ : ବିଦେଶରେ ବଢୁଛନ୍ତି ଭାରତୀୟ ପର୍ଯ୍ୟଟକ, ଦେଶ ହରାଉଛି ବର୍ଷକୁ ୯ ହଜାର କୋଟି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭାରତୀୟଙ୍କ ମଧ୍ୟରେ ଦିନକୁ ଦିନ ବିଦେଶ ବୁଲା ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ ବିଦେଶ ଭ୍ରମଣରେ ଯାଉଛନ୍ତି। ଗୋଟିଏପଟେ ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାବେଳେ ଅନ୍ୟପଟେ ବିଦେଶ ମାଟିରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଥାଇଲାଣ୍ଡ୍‌, ମାଳଦ୍ୱୀପ, ଦୁବାଇ ଭଳି ରାଷ୍ଟ୍ରକୁ ଭାରତୀୟମାନେ ଅଧିକ ପସନ୍ଦ କରୁଛନ୍ତି। ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ରମାନଙ୍କ ପାଇଁ ଭାରତ ପର୍ଯ୍ୟଟକ ଯୋଗାଉଥିବା ଶ୍ରେଷ୍ଠ ୧୦ ରାଷ୍ଟ୍ର ମଧ୍ୟରେ ରହୁଛି। ଅନ୍ୟପକ୍ଷରେ ଓଡ଼ିଶାରୁ ସର୍ବାଧିକ ପର୍ଯ୍ୟଟକ ଥାଇଲାଣ୍ଡ, ବ୍ୟାଙ୍କକ୍‌, ସିଙ୍ଗାପୁର, ମାଲେସିଆ ଭଳି ରାଷ୍ଟ୍ରକୁ ଭ୍ରମଣ ପାଇଁ ଯାଉଥିବା ଜଣାପଡ଼ିଛି। ନିକଟରେ ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ) ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ଭାରତୀୟଙ୍କ ଏହି ବିଦେଶ ବୁଲା ନିଶା ପାଇଁ ବର୍ଷକୁ ଭାରତ ପ୍ରାୟ ୯୦୦୦ କୋଟି ଟଙ୍କାର ଅର୍ଥ ହରାଉଥିବା ଜଣାପଡ଼ିଛି।
ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଉଥିବା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ଆଖି ପକାଇବା ସହ ନିଜ ଟାର୍ଗେଟ୍‌ ବଜାରରେ ଭାରତକୁ ପ୍ରାଥମିକତା ଦେଉଛନ୍ତି। ବିଶେଷକରି ଯୁବ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ ନିଜ ନିଜର ଅଫିସ ଖୋଲିବା ସହ ଏକାଧିକ ଟୁର୍‌ ପ୍ୟାକେଜର ସୁବିଧା ଦେଉଛନ୍ତି। ସୂଚନା ମୁତାବକ, ୨୦୧୯ ଜାନୁୟାରୀରୁ ମେ’ ମାସ ମଧ୍ୟରେ ମାଳଦ୍ୱୀପରେ ସର୍ବାଧିକ ୯୬.୪% ଭାରତୀୟ ପର୍ଯ୍ୟଟକ ବୃଦ୍ଧି ପାଇଥିବାବେଳେ ଏହା ତଳକୁ ରହିଛି ଥାଇଲାଣ୍ଡ। ଗତବର୍ଷ ଏଠାକୁ ଅଧିକ ୨୨% ଭାରତୀୟ ବୁଲିବାକୁ ଯାଇଛନ୍ତି। ସେହିଭଳି ଦୁବାଇରେ ୧୩%, ଜାପାନରେ ୧୪.୬%, ଅଷ୍ଟ୍ରେଲିଆରେ ୧୨% ଭାରତୀୟ ପର୍ଯ୍ୟଟକ ବୃଦ୍ଧି ପାଇଛନ୍ତି। ଏସିଆ ପାସିଫିକ୍‌ ବା ଦକ୍ଷିଣ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୩୦ ସୁଦ୍ଧା ୨୧୦ କୋଟି ଟପିବାକୁ ଥିବାବେଳେ ସମସ୍ତଙ୍କ ନଜର ଏବେ ଭାରତ ଉପରେ ରହିଛି। ତେବେ ଭାରତର ଯୁବ ପର୍ଯ୍ୟଟକଙ୍କୁ ଆଡ୍‌ଭେଞ୍ଚର୍‌ ଓ ଏକ୍ସପେରିମେଣ୍ଟାଲ ପର୍ଯ୍ୟଟନରେ ଆଗ୍ରହ ଥିବାବେଳେ ଥାଇଲାଣ୍ଡ, ମାଲେସିଆ, ବ୍ୟାଙ୍କକ୍‌ ଭଳି ରାଷ୍ଟ୍ର ଏସବୁ ଯୋଗାଇଦେଉଛନ୍ତି। ହେଲେ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି। ଗୋଆ, ଆଣ୍ଡାମାନ, ଉତ୍ତରାଖଣ୍ଡ ଭଳି କେତେକ ନିର୍ର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିିଦେଲେ ପର୍ଯ୍ୟଟନ ଭିତ୍ତିଭୂମି, ବିମାନ ଯୋଗାଯୋଗ, ଷ୍ଟାର୍‌ ହୋଟେଲ, ଆଡ୍‌ଭେଞ୍ଚର୍‌ ଓ ଏକ୍ସପେରିମେଣ୍ଟାଲ ଟୁରିଜମ୍‌ କ୍ଷେତ୍ରରେ ସମସ୍ତେ ପଛରେ ରହିଛନ୍ତି। ଏହାଛଡ଼ା ମଧ୍ୟବିତ୍ତ ଶ୍ରେଣୀର ପର୍ଯ୍ୟଟକଙ୍କ ପାଇଁ ବିଦେଶ ବୁଲିବା ଏକ ସ୍ବପ୍ନ ହୋଇଥିବାବେଳେ ସେମାନେ ସପରିବାର ଭ୍ରମଣକୁ ପସନ୍ଦ କରୁଛନ୍ତି। ଏନେଇ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି, ଭାରତୀୟମାନେ ବିଦେଶ ବୁଲିବାରେ ଖର୍ଚ୍ଚ କରୁଥିବା ୯ ହଜାର କୋଟି ଟଙ୍କାରେ ଯଦି ଆମେ ଏଠାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ କରିପାରିବା ତା’ହେଲେ ଭାରତୀୟମାନେ ବିଦେଶ ଯିବା ପରିବର୍ତ୍ତେ ଏଠାରେ ବୁଲିବେ। ୩ବର୍ଷର ଟାର୍ଗେଟ୍‌ ରଖି ଯଦି ଆମେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ କରିପାରିବା, ତେବେ ଆମ ଅର୍ଥ ଆମ ପାଖରେ ରହିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri