ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ । ଏହି ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଆମ ଆଦମୀ ପାର୍ଟି (ଆପ୍) ଛାଡ଼ି ଭାଜପାରେ ଯୋଗ ଦେଇଥିବା କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପିଏମ୍ ମୋଦି ଗୁରୁତ୍ୱାରୋପ କରିଥିଲେ ଯେ ସଂସଦର କାର୍ଯ୍ୟକଳାପ ସୁଚାରୁରୂପେ ଏବଂ ବିନା କୌଣସି ଅସୁବିଧାରେ ଚାଲିବା ଉଚିତ୍। ସେ ସମସ୍ତଙ୍କୁ କହିଥିଲେ ଯେ ସେମାନେ କେବଳ ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଦେଶର ଭବିଷ୍ୟତ ପାଇଁ କ’ଣ ଭଲ ହୋଇପାରିବ ସେହି ଦିଗରେ କାମ କରନ୍ତୁ ।

ମୋଦି କହିଛନ୍ତି ଯେ, ଭଲ ଫଳାଫଳ ପାଇଁ ବର୍ତ୍ତମାନରେ ବଞ୍ଚିବା ଜରୁରୀ ଅଟେ । ଯେପରି ଏହି ସମୟରେ ମୁଁ ଆପଣଙ୍କ ସହିତ ଅଛି, ତେଣୁ ମୁଁ ଅନ୍ୟ କୌଣସି କଥା ବିଷୟରେ ଚିନ୍ତା କରୁନାହିଁ । ମୁଁ କେବଳ ସେହି ମୁହୂର୍ତ୍ତ ବିଷୟରେ ଚିନ୍ତା କରେ ଏବଂ ସେହି ମୁହୂର୍ତ୍ତରେ ଜୀବନ ବିତାଏ, ଯେଉଁଥିରେ ମୁଁ ସେହି ସମୟରେ ଥାଏ।

ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ତାଙ୍କର ସାର୍ବଜନୀନ ଜୀବନର ଅଭିଜ୍ଞତାକୁ ବାଣ୍ଟିଥିଲେ ଏବଂ ଏମପିମାନଙ୍କୁ ସଂସଦ କାର୍ଯ୍ୟକଳାପକୁ ଅତି ଗମ୍ଭୀରତାର ସହ ନେବାକୁ ପରାମର୍ଶ ଦେଇଥିଲେ। ସେ ସମସ୍ତ ଏମପିଙ୍କଠାରୁ ଶିଖିବାକୁ କହିଥିଲେ, ସେମାନେ ଯେତେବେଳେ ବିରୋଧୀ ଦଳର ହୋଇଥାଆନ୍ତୁ ନା କାହିଁକି । ସେ ଏମପିମାନଙ୍କୁ ପ୍ରତିଦିନ ଅତିକମରେ ଗୋଟିଏରୁ ଦୁଇ ଘଣ୍ଟା ସଂସଦ ପୁସ୍ତକାଳୟରେ ଅଧ୍ୟୟନ କରିବାକୁ ମଧ୍ୟ ପ୍ରେରିତ କରିଥିଲେ। ଦିଲ୍ଲୀର ଜାଲରୁ ଦୂରେଇ ରହିବାକୁ ଏବଂ ନିଜ ନିଜ କ୍ଷେତ୍ର ଓ କର୍ମକର୍ତ୍ତାମାନଙ୍କ ସହ ଜଡ଼ିତ ରହିବାକୁ କହିଥିଲେ। ଏହାସହ ଯୁବବର୍ଗଙ୍କ ସହ ନିୟମିତ ଆଲୋଚନା ବୃଦ୍ଧି କରିବାକୁ ଏବଂ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (MPLADS) ଅଧୀନରେ ବିଶେଷ କରି ଯୁବକ ଓ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଏନ୍‌ଡିଏର ନୂତନ ଏମପିମାନଙ୍କୁ ସେମାନଙ୍କର ଲେଟରହେଡ୍‌ର ଅପବ୍ୟବହାରଠାରୁ ସତର୍କ ରହିବାକୁ ଏବଂ ଫୋନ୍‌ରେ ଲୋକଙ୍କ ସହ ରୂକ୍ଷ ବ୍ୟବହାର ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସଂସଦ ଅଧିବେଶନ ସମୟରେ ଏମପିମାନଙ୍କ ସହ ବୈଠକ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ କେତେକ ବର୍ଷ ଧରି ଚାଲିଆସୁଥିବା ସେହି ପରମ୍ପରାର ଏକ ଅଂଶ । ଯାହାର ଉଦ୍ଦେଶ୍ୟ ହେଉଛି ଏମପିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ଦେବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?