ଓଡ଼ିଆ ଯାତ୍ରା ଜଗତର ଦୁଇ ଅରୁଣ: ନାଟକ ଲେଖିବା ଯାହାଙ୍କ ନିଶା

ଓଡ଼ିଆ ଯାତ୍ରା ଜଗତର ଦୁଇ ସ୍ବନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଓ ଅରୁଣ ନାୟକ। ନାଟକ ଲେଖିବା ଏମାନଙ୍କର ପ୍ରାୟତଃ ଏକ ନିଶା। ପ୍ରତିବର୍ଷ ଏମାନେ ଶବ୍ଦରେ ଦର୍ଶକଙ୍କ ମନୋରଞ୍ଜନ କରନ୍ତି। କୁଳାଙ୍ଗାର, ଘୁଙ୍ଗୁର କାନ୍ଦୁଛି, କହଲୋ ବଉଳ କିଏ ତୋ ବର, ମିଛୁଆ ରାଧୁଆ ଗପ ସରିଲା, ଗଙ୍ଗା ପାପକଲେ ଧୋଇବ କିଏ, ମୁଁ ସେଇ ଭଦ୍ରକିଆ ଟୋକା ଭଳି ଅପେରା ନାଟକର ନାଟ୍ୟକାର ହେଉଛନ୍ତି ଅରୁଣ ବାରିକ। ଅରୁଣ ନାୟକଙ୍କ କଲମରୁ ଝରିଛି ବାଜିବଲୋ ସାହାନାଇ, ମୃତ୍ୟୁଦଣ୍ଡ ତଥା ସୀତାର ଜଳୁଛି ଚିତା ଭଳି ଅପେରା ନାଟକ ତଥା ପାର୍ବଣୀ, ଜୀବନର ମୃତ୍ୟୁ, ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା), ସ୍ବାର୍ଥ, ଯା ଦେବୀ ସର୍ବଭୂତେଷୁ, ଗଣତନ୍ତ୍ରର ବଜାର, ହମ୍‌ରି ଦୁନିଅଁା (ସାଦ୍ରି ଭାଷା) ଆଦି ବହୁ ମଞ୍ଚ ଓ ବେତାର ନାଟକ।

କେମିତି ହୁଏ ଆରମ୍ଭ : ନାଟକଟିର ଆରମ୍ଭ କେମିତି ହୁଏ? ସାଧାରଣତଃ ପ୍ରଥମେ କାହାଣୀଟିଏ ଚିନ୍ତା କରାଯାଏ। ତା’ପରେ ଚାଲେ ନାଟକର ଗଢ଼ଣ। ନାଟ୍ୟକାର ଅରୁଣ ବାରିକ କହନ୍ତି : ମୁଁ ପ୍ରଥମେ କାହାଣୀ ଚିନ୍ତାକରେ। କାହାଣୀଟି ଗଢ଼ା ହୋଇଗଲା ପରେ କାହାଣୀ ଅନୁଯାୟୀ ଚରିତ୍ର ଆସନ୍ତି। ଆଉ ଯେଉଁ ଚରିତ୍ରମାନଙ୍କ ପାଇଁ ଯେଉଁ କଥା ଦରକାର ସେମାନଙ୍କୁ ସେହି କଥା କୁହେଇ ଦିଆଯାଏ। ନାଟ୍ୟକାର ଅରୁଣ ନାୟକ କହନ୍ତି: ତାଙ୍କ ନାଟକର ଆରମ୍ଭ କୌଣସି ବି ଦିଗରୁ ଘଟିପାରେ। ମୁଁ କେବଳ ଅପେରା ବା ବ୍ୟବସାୟିକ ନାଟ୍ୟସଂସ୍ଥା ପାଇଁ ନାଟକ ଲେଖେନାହିଁ। ବେତାର ତଥା ପ୍ରସିଦ୍ଧ ଥିଏଟର ପାଇଁ ବି ନାଟକ ଲେଖେ। ତେଣୁ କିଛି ନା କିଛି ଇସ୍ୟୁକୁ ନେବା ପାଇଁ ହୁଏ। ପୁଣି ଅନେକ ସମୟରେ ଗୋଟିଏ ଗୋଟିଏ ଚରିିତ୍ର ଏମିତି ପ୍ରଭାବିତ କରନ୍ତି ଯେ ସେଇମାନେ ହିଁ ମନକୁମନ କାହାଣୀ କହିଦେଇଯାଆନ୍ତି। କେବଳ ତାଙ୍କ କାହାଣୀକୁ ଶୁଣିବାର କାନ ରଖିବା ଦରକାର। ତେଣୁ କାହାଣୀରୁ ଚରିତ୍ର ଆସିପାରେ। ପୁଣି ଚରିତ୍ରରୁ ବି ଅତି ଭଲ କାହାଣୀ ତିଆରି ହୋଇପାରେ। ଯେମିତି ମୋର ପାର୍ବଣୀ ନାଟକ।

ପ୍ରାକ୍‌ ପ୍ରସ୍ତୁତି : ନାଟ୍ୟକାର ଅରୁଣ ବାରିକ କହନ୍ତି : ବହୁ ପୂର୍ବରୁ ମନରେ ଭ୍ରୂଣ ଥାଏ। ତାହାକୁ ବହୁ ଯତ୍ନରେ ପାଳିବାକୁ ହୋଇଥାଏ। ସଂକ୍ଷେପରେ ଏଇଆ କୁହାଯାଇ ପାରିବ ଯେ, ସ୍ରଷ୍ଟାକୁ ଗୋଟେ ମା’ର ପ୍ରସ୍ତୁତି କରିବାକୁ ହୋଇଥାଏ। ମା’ଟିଏ ପିଲା ଜନ୍ମ କରିବାକୁ ୧୦ମାସ ସମୟ ନିଏ। ନାଟକ ମଧ୍ୟ ଗୋଟେ ପିଲା। ଓଡ଼ିଶାର ୪କୋଟିରୁ ୨କୋଟି ଦର୍ଶକ ତ ନିଶ୍ଚୟ ଦେଖୁଛନ୍ତି। ସୁସ୍ଥ, ସବଳ ତଥା ନୀରୋଗ ପିଲାଟିଏ ଜନ୍ମ କରିବା ପାଇଁ ମା’ ଯେଉଁ ଗର୍ଭଯନ୍ତ୍ରଣା ଭୋଗେ ମୋତେ ବି ସେହି ଯନ୍ତ୍ରଣା ଭୋଗିବାକୁ ହୋଇଥାଏ। ଦେଖନ୍ତୁ, ମୁଁ ୧୦ ଦିନରେ ଗୋଟିଏ ନାଟକ ଲେଖିପାରେନି। ସେଥିଲାଗି ୯୬ ମସିହାରୁ ଲେଖିଲିଣି। ହେଲେ ସେଥିଲାଗି ମୋ ନାଟକର ତାଲିକା ଖୁବ୍‌ କମ୍‌। ନାଟ୍ୟକାର ଅରୁଣ ନାୟକ ବି ପାଖାପାଖି ସେହି ମତ ରଖନ୍ତି। ସେ କହନ୍ତି : ମୋତେ ଗୋଟିଏ ଗୋଟିଏ କାହାଣୀ କରିବାକୁ ବହୁ ସମୟ ଲାଗେ। ପୁଣି ମୁଁ କାଗଜ କଲମ ଧରିବା ପୂର୍ବରୁ ନାଟକଟିକୁ ମୋ ମନର ମଞ୍ଚରେ ସମ୍ପୂର୍ଣ୍ଣ ଦେଖିଥାଏ। ଆଉ ତା’ପରେ ଯାଇ ନାଟକ ଲେଖିଥାଏ।

ନାଟ୍ୟ ସ୍ବର : ପ୍ରତ୍ୟେକ ନାଟକରେ ଥାଏ ଏକ ନାଟ୍ୟସ୍ବର। ନାଟ୍ୟକାର ଅରୁଣ ବାରିକ ତାଙ୍କ ନାଟକ ସବୁରେ ସାମାଜିକ ବାର୍ତ୍ତାକୁ ମୁଖ୍ୟ ଅସ୍ତ୍ର କରିଥାନ୍ତି। କନ୍ୟାଭ୍ରୂଣ ହେଉ କି ଆଉ କିଛି ତାହାକୁ ନେଇ ସେ ସମାଜକୁ ଏକ ଦିଗ୍‌ଦର୍ଶନ ଦେଇଥାନ୍ତି। ତେବେ ଓଡ଼ିଶାର ଚଳଣୀକୁ ନେଇ ଓଡ଼ିଆ ବାସ୍ନା ଥିବା ନାଟକ ଲେଖିବା ମୋର ପ୍ରଥମ ପସନ୍ଦ ବୋଲି କହନ୍ତି ନାଟ୍ୟକାର ଅରୁଣ ବାରିକ। ନାଟ୍ୟକାର ନାୟକଙ୍କ ନାଟକରେ ବି ସମାଜକୁ ନେଇ ଅନେକ ସ୍ବର ଥାଏ। ସେ ମୁଖ୍ୟତଃ ଗୋଟିଏ କଥାକୁ ସିଗ୍‌ନେଚର ମେସେଜ୍‌ ଭାବରେ ନେଇଥାନ୍ତି ଯେ, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରାଯିବା ଦରକାର। ଓଡ଼ିଆ ଆଉ ଓଡ଼ିଶା କଥା ଉଠିଲେ ନାଟ୍ୟକାର ଅରୁଣ ନାୟକ କହନ୍ତି : ଓଡ଼ିଶାର କାହାଣୀ ବୋଲି ଆମେ କାହାକୁ କହିବା। ଆମେ ଏବେ ଏକ ଗ୍ଲୋବାଲ ଭିଲେଜ୍‌ରେ ରହୁଛେ। ଏବେ ଯଦି ମଥାରେ ହାତେ ଲମ୍ବର ଓଢ଼ଣା ଟାଣି ନଇଁନଇଁ ଚାଲୁଥିବା ନୂଆବୋହୂ କଥା କହିବା ତା’ହେଲେ ତାହା ସୁପରଫିସିଆଲ୍‌ ହୋଇଯିବନି।

ବଦଳୁଥିବା ପିଢ଼ି ଓ ନାଟ୍ୟ ସ୍ରଷ୍ଟାଙ୍କ ଚିନ୍ତନ : ବଦଳୁଥିବା ପିଢ଼ିର ମାନସିକତା ବା ଯାହାକୁ କୁହାଯାଏ ‘ଅଫ୍‌ବିଟ୍‌ନେସ୍‌’ ପ୍ରତି ଆମର ନାଟ୍ୟକାରମାନେ କେତେ ସଚେତନ? ଏ ପ୍ରଶ୍ନର ଉତ୍ତରରେ ନାଟ୍ୟକାର ଅରୁଣ ବାରିକ କହନ୍ତି : ବର୍ତ୍ତମାନର ପିଢ଼ିକୁ ଆଖି ଆଗରେ ରଖି ନାଟକ ଲେଖାଯାଉଛି। ବର୍ତ୍ତମାନ ତ ‘ଉହ୍ମେଇ ନିଅଁା’ କହିଲେ ପିଲାମାନେ ବୁଝିବେନି। ଏହାକୁ ଆଖିଆଗରେ ରଖିବା ନିହାତି ଦରକାର। ନାଟ୍ୟକାର ଅରୁଣ ନାୟକ କହନ୍ତି : ବର୍ତ୍ତମାନର ପିଢ଼ି ମୁଖ୍ୟତଃ ମାନସିକ ସ୍ତରରେ ବଞ୍ଚୁଛନ୍ତି। ସମୟ ସହିତ ସଂସ୍କୃତି, ପରମ୍ପରା ବଦଳିଯାଉଛି। ତାହାର ସ୍ଥାନ ନେଉଛି ଏକ ନୂଆ ଚିନ୍ତାଧାରା; ଯାହାକୁ ଆମେ ଅସ୍ବୀକାର କରିପାରିବାନି। ମୋର ସବୁ ନାଟକରେ ରହିଛି ତାହାର ଝଲକ।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?