ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା ତାଳପତ୍ରରେ ଲିପିବଦ୍ଧ ହୋଇଥିଲା ଆମ ସିଦ୍ଧସାହିତ୍ୟ, ଲୋକସାହିତ୍ୟ, ବୌଦ୍ଧସାହିତ୍ୟ, ତନ୍ତ୍ର ସାହିତ୍ୟ ତଥା ରାମାୟଣ ଓ ମହାଭାରତ ଆଦି ପ୍ରାଚୀନ ସାହିତ୍ୟ। ଏସବୁ ଓଡ଼ିଆ ଜାତିର ମହାର୍ଘ ସାରସ୍ବତ ବିଭବ। ଆମ ପୂର୍ବଜମାନଙ୍କ ସର୍ଜନଶୀଳ ପ୍ରତିଭା ଓ ପ୍ରଜ୍ଞାର ଫଳକ। ତାଳପତ୍ରରେ ଅକ୍ଷର ଲେଖିବା, ଚିତ୍ର ଆଙ୍କିବା ତଥା ମଣ୍ଡଳ ଓ ରେଖା ଅଙ୍କନ କରିବାରେ ଆମ ପୂର୍ବଜମାନେ ଥିଲେ ଅସାଧାରଣ ଦକ୍ଷତାର ଅଧିକାରୀ। ନିଜର ଭାବନା, କଳ୍ପନା ଓ ଅନୁଭବକୁ ଖୁବ୍‌ ସୁନ୍ଦର ଭାବରେ ସେମାନେ ଲିପିବଦ୍ଧ କରିଯାଇଛନ୍ତି ତାଳପତ୍ର ପୋଥିରେ। କେବଳ କବି କଳ୍ପନାର ରସସିକ୍ତ କାହାଣୀ ନୁହେଁ, ଜଟିଳ ଗାଣିତିକ ସୂତ୍ରଠାରୁ ବିଭୁ ଆରାଧନାର ବିଧିବିଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ସେମାନେ ନିର୍ମାଣ କରିଯାଇଛନ୍ତି ଜ୍ଞାନ ବିଜ୍ଞାନର କୋଠଘର ।
ସେଥିରେ ଖୁବ୍‌ କଳାମତ୍କ ଭାବରେ ସାଇତା ହୋଇରହିଛି ଓଡ଼ିଆ ଲିପି, ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ବିକାଶଧାରା ତଥା ଅନ୍ୟାନ୍ୟ ବହୁ ବିଷୟରେ ଜ୍ଞାତ ଅଜ୍ଞାତ ଅସୁମାରି ତଥ୍ୟ। ଅର୍ଥାତ୍‌ ଆମ ପୋଥି କେବଳ ଶୁଖିଲା ତାଳପତ୍ରରେ ଲିପିବଦ୍ଧ ହୋଇଥିବା କିଛି ତଥ୍ୟର ସମାହାର ନୁହେଁ, ବରଂ ଏହା ଭାବ ଓ ଶବ୍ଦର ଏକ ଏକ ମନ୍ଦିର ଏକ ଜାତୀୟ ସାରସ୍ବତ ବିଭବ। ଜଗନ୍ନାଥ ଦାସଙ୍କ ‘ଭାଗବତ’ ହେଉ କି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’, ଏସବୁ ପବିତ୍ର ପୋଥି ପୁରାଣରେ ରହିଛି ଦେବତ୍ୱର ଅଙ୍କୁର। ତାହାର ନାମ ଉଚ୍ଚାରଣ ମାତ୍ରେ ଆଧ୍ୟାମତ୍ିକ ଭାବ ଓ ଭାବନାରେ ପୂରିଉଠେ ପ୍ରାଣ। ତେଣୁ ଏସବୁ ପୋଥିକୁ କେବଳ ବିଭବ ନୁହେଁ, ବିଭୁଜ୍ଞାନ କରି ଗୃହ, ମଠ, ମନ୍ଦିର ଓ ଭାଗବତ ଟୁଙ୍ଗିରେ ଥିବା ପୋଥିଗାଦିରେ ସ୍ଥାପନା କରିଥିଲେ ଆମ ପୂର୍ବପୁରୁଷମାନେ। ଏବେ ବି ସେଠାରେ ଅବ୍ୟାହତ ରହିଛି ନିତ୍ୟ ପୋଥି ପୂଜନ ଓ ପଠନ ବିଧି। ଗାଁ ଗାଁରେ ବଞ୍ଚିରହିଛି ପୋଥିଗାଦିକୁ ବିମାନରେ ବୋହିନେଇ ୧୨ଗାଦି ମେଳନ କରିବାର ମହତି ପରମ୍ପରା। ସାଧାରଣତଃ ଆମର ଭାଇ ଭାଇ ଭିତରେ ସମ୍ପତ୍ତି ଭାଗହେଲେ ପ୍ରଥମେ ଠାକୁର, ଦ୍ୱିତୀୟରେ ପୋଥି ଓ ଶେଷରେ ବଣ୍ଟନ ହୁଏ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ନ୍ୟାୟ ନିଶାପରେ ଆପଣା ପକ୍ଷ ରଖିବା ପୂର୍ବରୁ ପୋଥି ଛୁଇଁ ଶପଥ କରିବାର ପରମ୍ପରା ପ୍ରତିପାଦନ କରେ ଆମ ପୋଥି ପୁରାଣର ଗରିମା। ଆମ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଦୈନିକ ସେବାପୂଜା ଓ ଯାନିଯାତ୍ରାର ବିବରଣୀ ତାଳପତ୍ରରେ ଲେଖନୀ ସାହାଯ୍ୟରେ ଲେଖାଯାଉଥିଲା, ଯାହାର ନାମ ମାଦଳାପାଞ୍ଜି। ଆମ ସାଂସ୍କୃତିକ ଅନୁଭବ ଓ ସାମାଜିକ ଜୀବନଧାରାକୁ ଏହା ସମାଚ୍ଛନ୍ନ କରି ରଖିଛି ଶହ ଶହ ବର୍ଷ ଧରି।
ଏକବିଂଶ ଶତାଦ୍ଦୀର ପ୍ରଗତି ପ୍ରେକ୍ଷାପଟରେ ଆମ ସାମାଜିକ ପରମ୍ପରା ରୀତିନୀତି, ପର୍ବପର୍ବାଣି, ଜନ୍ମଜାତକ ଏପରିକି ମରଣ ମଣ୍ଡପରେ ସୁଦ୍ଧା ଲୋଡ଼ା ହେଉଛି ‘ଭାଗବତ’ ପୁରାଣର ଦାର୍ଶନିକ ବାଣୀ।
ଆମ ତାଳପତ୍ର ପୋଥି ସଂସ୍କୃତି ବିଶ୍ୱବିଦିତ। ବିଶ୍ୱର ସର୍ବାଧିକ ତାଳପତ୍ର ପୋଥି ରହିଛି ଓଡ଼ିଶାର ମଠ, ମନ୍ଦିର ଓ ଭାଗବତ ଘରେ। ଗବେଷକଙ୍କ ମତରେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ପ୍ରଥମେ ତାଳପତ୍ର ପୋଥିରୁ ଚର୍ଯ୍ୟାପଦ ଲେଖିଲେ ଏବଂ ସେଇଠୁ ଆରମ୍ଭ ହେଲା ପୋଥିଲେଖା ପରମ୍ପରା। କିନ୍ତୁ ଏହାର ବହୁ ପୂର୍ବରୁ କେତେକ ଉପନିଷଦ ଓ ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ଲେଖା ସରିଥିଲା ବୋଲି ବିଶେଷଜ୍ଞଙ୍କ ମତ। ଏଥିରୁ ଧରିନେବାକୁ ହେବ ଯେ ଖ୍ରୀ.ପୂ. କାଳରୁ ଆରମ୍ଭ ହୋଇ ସାରିଥିଲା ପୋଥିଲେଖା ପରମ୍ପରା। ଏହା ବ୍ୟାପକ ରୂପ ନେଲା ସାରଳା ଓ ପଞ୍ଚସଖା ଯୁଗରେ। ଆମ ପୋଥି ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଖୁବ୍‌ ଉଚ୍ଚକୋଟୀର। ପୋଥି ସମ୍ପଦକୁ ଯନତ୍ର ସହ ସାଇତି ରଖିବା ପାଇଁ ଓଡ଼ିଶାର ପୁରପଲ୍ଲୀରେ ରହିଛି ପୋଥିଘର, ପୋଥି ଆସ୍ଥାନ, ପୋଥି ଖଟୁଲି, ପୋଥି ବିମାନ, ପୋଥି ପେଡ଼ି, ପୋଥି ପେଟରା ଓ ପୋଥି ବ୍ୟାସାସନ ଇତ୍ୟାଦି। ନିତ୍ୟ ବ୍ୟବହୃତ ପୋଥିର ସ୍ଥାନ ଠାକୁରଙ୍କ ପାଖରେ ଥିବା ବିମାନରେ ଏବଂ ଅନ୍ୟାନ୍ୟ ପୋଥି ସାଇତା ହୋଇ ରହେ ସିନ୍ଦୁକ ଭିତରେ। କୀଟଦ୍ରଷ୍ଟ ନ ହେବା ନିମିତ୍ତ ସେଥିରେ ନିମପତ୍ର ଓ ହଳଦୀ ଲେପ ଦେବା ସହ ଖରାରେ ଶୁଖାଯାଏ ନିୟମିତ ବ୍ୟବଧାନରେ। ସକଳ ପ୍ରକାର ଯନତ୍ ସତ୍ତ୍ୱେ ଶହ ଶହ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ଗୃହଦାହ ଓ କୀଟକବଳିତ ହୋଇ କେତେ ଯେ ପୋଥି ଧ୍ୱଂସ ପାଇଛି ତା’ର ହିସାବ ନାହିଁ। ତଥାପି କାଳର ଧ୍ୱଂସକାରୀ ଶକ୍ତିକୁ ସାମ୍ନାକରି ଓଡ଼ିଶାରେ ସଂରକ୍ଷିତ ହୋଇ ରହିଛି ରାଶି ରାଶି ପୋଥି। ଅନେକ ପୋଥି ମଧ୍ୟ ବିକ୍ଷିପ୍ତ, ଅସଂରକ୍ଷିତ ଓ ନଷ୍ଟପ୍ରାୟ।
ତାଳପତ୍ର ପୋଥି ଆମ ଐତିହ୍ୟ ଓ ପରମ୍ପରାର ଦସ୍ତାବିଜ। ଏହା ଧ୍ୱଂସ ପାଇଗଲେ ଅସ୍ମିତା ହରାଇ ବସିବ ଗୋଟେ ସମୃଦ୍ଧ ଜାତି। ବିଳପିଉଠିବ ଜାତିର ଆମତ୍ା। ଏହାକୁ ଦୃଷ୍ଟିରେ ରଖି ପୋଥି ସଂରକ୍ଷଣ ଓ ସମ୍ପାଦନା ପ୍ରତି ଯଥେଷ୍ଟ ଆନ୍ତରିକତା ପ୍ରଦର୍ଶନ କରିଛି ଓଡ଼ିଆ ଜାତି। ସରକାରୀ ଓ ବେସରକାରୀ ଉଦ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇଥିବା ପ୍ରାୟ ୩୭ ହଜାରରୁ ଅଧିକ ଦୁର୍ଲ୍ଲଭ ପୋଥି ଏବେ ସଂରକ୍ଷିତ ହୋଇ ରହିଛି ରାଜ୍ୟ ସଂଗ୍ରହାଳୟରେ। ବେଦ, ତନ୍ତ୍ର, ଧର୍ମଶାସ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଅଭିଧାନ, ଗଣିତ, ସଙ୍ଗୀତ ଓ କାବ୍ୟ ଆଦି ଭିନ୍ନ ଭିନ୍ନ ବିଷୟକୁ ନେଇ ଏହା ୨୭ ଟି ବିଭାଗରେ ପର୍ଯ୍ୟବସିତ। ସେଠାରେ ସାଇତା ହୋଇ ରହିଥିବା ଏହି ପୋଥି ସମ୍ପଦ ପାଇଁ କେବଳ ଭାରତବର୍ଷରେ ନୁହେଁ ବିଶ୍ୱବ୍ୟାପୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆମ ସଂଗ୍ରହାଳୟର ତାଳପତ୍ର ପୋଥି ବିଭାଗ। ଏହି ବିରଳ ପୋଥି ସମ୍ପଦ ପ୍ରତି ଆକର୍ଷିତ ହୋଇ ଏଠାକୁ ଦେଶ ବିଦେଶରୁ ଛୁଟିଛି ପର୍ଯ୍ୟଟକ, ଗବେଷକ ଓ ଐତିହାସିକମାନଙ୍କ ଧାଡ଼ି। ଏହା ନିଶ୍ଚୟ ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ।
ଓଡ଼ିଆ ସାହିତ୍ୟର ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ପ୍ରାଚୀନ ପୋଥି ପୁରାଣର ଦାନ ଅତୁଳନୀୟ। ଗବେଷକମାନଙ୍କ ସିଦ୍ଧାନ୍ତ ଅନୁଯାୟୀ ଉକତ୍ଳର ପୋଥି ପରମ୍ପରା ୨ହଜାର ବର୍ଷରୁ ଅଧିକ ପୁରୁଣା। ପୋଥି ସାହିତ୍ୟର ଏହି ପ୍ରାଚୀନତାକୁ ମାନଦଣ୍ଡ ଭାବରେ ଗ୍ରହଣ କରି ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା।
କେବଳ ସାହିତ୍ୟ ନୁହେଁ, ଆମ ଶିଳ୍ପକଳା ସହିତ ଏହା ଯୋଡ଼ି ହୋଇ ରହିଛି ଓତପ୍ରୋତ଼ ଭାବରେ।
ତଥ୍ୟ କହେ, ପଞ୍ଚଦଶ ଶତାବ୍ଦୀ ବେଳକୁ ଅତି ଉନ୍ନତ ସ୍ତରରେ ପହଞ୍ଚତ୍ ସାରିଥିଲା ପୋଥି ଲିଖନ କଳା। ପୋଥି ଲିଖନକୁ ବଂଶାନୁକ୍ରମେ ଜୀବିକା ଭାବେ ଗ୍ରହଣ କରିଥିଲେ ବ୍ରାହ୍ମଣ, କରଣ, ଜ୍ୟୋତିଷ ଓ ମାଟିବଂଶ ଆଦି କିଛି ସମ୍ପ୍ରଦାୟ। ତାଳପତ୍ର ପୋଥି ଲିଖନ ତାଙ୍କ ବଂଶ ପରମ୍ପରା ଥିଲା ବୋଲି ସ୍ବରଚିତ କାବ୍ୟରେ ଉଲ୍ଲେଖ କରିଛନ୍ତି ବ୍ରଜନାଥ ବଡ଼ଜେନା। ପରବର୍ତ୍ତୀ ସମୟରେ କାଗଜର ବ୍ୟବହାର ଯୋଗୁ ମନ୍ଥର ହେଲା ତା’ର ଗତି। ଆଧୁନିକ ଜ୍ଞାନକୌଶଳର ବିକାଶ ମଧ୍ୟରେ ଆଉ ରହିଲାନି ତାଳପତ୍ର ପୋଥି ଲିଖନର ଆବଶ୍ୟକତା। ମୁଦ୍ରଣଯନ୍ତ୍ର ଉଦ୍ଭାବନ ପରେ ତାଳପତ୍ର ପୋଥିର ସ୍ଥାନ ନେଲା କାଗଜ ତିଆରି ପୁସ୍ତକ। ପ୍ରାଚୀ ସମିତି ଓ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ୱାରା ସମ୍ପାଦିତ ହୋଇ ପୁସ୍ତକ ଆକାରରେ ଉପଲବ୍ଧ ହେଲା ଅନେକ ପ୍ରାଚୀନ ପୋଥି।
ପାଠକକୁ ମିଳିଗଲା ସହଜଲଭ୍ୟ ଆନନ୍ଦବୋଧର ଉସତ୍ । ଏହା କିନ୍ତୁ ସତ୍ୟ ଯେ ତାଳପତ୍ର ପୋଥି ହେଉ କି କାଗଜ ତିଆରି ପୁସ୍ତକ, ଉଭୟ ଜ୍ଞାନର ଗନ୍ତାଘର।
ଅଜ୍ଞାନତା ଦୂରକରିବାର ଅମୋଘ ଅସ୍ତ୍ର। ପୋଥି ଓ ପୁସ୍ତକ ଅଧ୍ୟୟନକରି ମଣିଷ ଶିଖେ ବଞ୍ଚତ୍ବାର କଳା ଓ ସହାବସ୍ଥାନ କୌଶଳ। ସେଥିରେ ଥାଏ ସିଦ୍ଧିର ମନ୍ତ୍ର। ସମାଜ ପାଇଁ ବାର୍ତ୍ତା। ସେଥିପାଇଁ କୁହାଯାଏ ପଢ଼ିଲେ ଜାଣିବା ଓ ଜାଣିଲେ ଜିଣିବା। ଏହି ଉପଲବ୍ଧି ଆସିଲେ ଆମକୁ ବିଭୋର କରିବ ପୋଥିପୃଷ୍ଠାର ବାସ୍ନା। ମନେରଖିବାକୁ ହେବ ଯେ ସ୍ଥାବର ଅସ୍ଥାବର ସମ୍ପତ୍ତି ନଷ୍ଟ ହୋଇଗଲେ ତା’ର ପୁନଃ ଅର୍ଜନ ସମ୍ଭବ, କିନ୍ତୁ ପୋଥି ନଷ୍ଟ ହୋଇଗଲେ ତା’ର ପୁନଃ ନିର୍ମାଣ ଅସମ୍ଭବ।
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri