ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ଓଡ଼ିଶାରେ ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ଚଳଚ୍ଚିତ୍ର ପତ୍ରିକାଗୁଡ଼ିକର ପ୍ରଚ୍ଛଦ ପ୍ରଦର୍ଶନୀ ପ୍ରଥମ ଥର ପାଇଁ ରାଜ୍ୟ ଅଭିଲେଖାଗାର ଦ୍ୱାରା ଆୟୋଜିତ ହୋଇଛି। ପୁରୁଣା ଚଳଚ୍ଚିତ୍ର ଏବଂ ସେତେବେଳେ ପ୍ରକାଶିତ ହେଉଥିବା ପତ୍ରିକା ସମ୍ପର୍କରେ ଆଗାମୀ ପିଢ଼ିଙ୍କୁ ସୂଚନା ଦେବାରେ ଏହି ପ୍ରଦର୍ଶନୀ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି। ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ମଙ୍ଗଳବାର ଆୟୋଜିତ ‘ଅଭିଲେଖ ସପ୍ତାହ’ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଣିଗ୍ରାହୀ ଏହା କହିଥିଲେ। ଏହି ଅବସରରେ ସେ ଚଳଚ୍ଚିତ୍ର ପତ୍ରିକା ପ୍ରଚ୍ଛଦ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ରାଜ୍ୟ ସଂଗ୍ରହାଳୟ ଚଳଚ୍ଚିତ୍ର ଗ୍ୟାଲେରିରେ ପ୍ରଦର୍ଶନୀରେ ସ୍ଥାନିତ ସମସ୍ତ ପତ୍ରିକାର ପ୍ରଚ୍ଛଦ ଫଟୋକୁ ରଖିବାକୁ କହିଥିଲେ। ୧୯୫୧ରେ ପ୍ରକାଶିତ ‘ସିନେ ଓଡ଼ିଶା’ ପତ୍ରିକାର ପ୍ରଚ୍ଛଦପଟରେ ସ୍ଥାନିତ ଚଳଚ୍ଚିତ୍ର ନାୟିକା ଲୀଳା ଦୁଲାଳୀଙ୍କ ଫଟୋରୁ ଆରମ୍ଭ କରି ୨୦୧୭ରେ ପ୍ରକାଶିତ ଓଲିଉଡ୍‌ ମିରର୍‌ ପର୍ଯ୍ୟନ୍ତ ପ୍ରଚ୍ଛଦ ଚିତ୍ର ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ।
ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାଚକ୍ର ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ରେ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବସନ୍ତ କୁମାର ମଲ୍ଲିକ ଯୋଗଦେଇଥିଲେ। ଓଡ଼ିଆ ଭାଷାର ଅସ୍ମିତା ସୃଷ୍ଟି ସହ ତତ୍‌କାଳୀନ ଋଢ଼ିବାଦୀ ବ୍ୟବସ୍ଥା ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନର ସୂତ୍ରପାତ କରିବାରେ ପଞ୍ଚସଖାଙ୍କ ଭୂମିକାକୁ ସେ ଚିତ୍ରଣ କରିଥିଲେ। ସମ୍ଭ୍ରାନ୍ତ ଭାଷା ଓ ଜନଭାଷା, ସମ୍ଭ୍ରାନ୍ତ ଧର୍ମ ଓ ଲୋକଧର୍ମ ଇତ୍ୟାଦିର ଉଦାହରଣ ଦେଇ ଚଳଚ୍ଚିତ୍ର ସମାଜକୁ ବାର୍ତ୍ତା ପ୍ରଦାନ କରିବାରେ ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି ବୋଲି ନାୟକ କହିଥିଲେ। ଏହି ଅବସରରେ ‘ସିନେ ଗାଇଡ୍‌’ ଓ ‘ବାଣୀଚିତ୍ର’ର ସଂପାଦକ ପରିକ୍ଷିତ ଜେନା, ‘ମନୋରଞ୍ଜନ’ ପତ୍ରିକାର ସମ୍ପାଦକ ଶ୍ରୀକାନ୍ତ ମହାନ୍ତି ଏବଂ ଅନିଲ ଧୀରଙ୍କୁ ଅଭିଲେଖାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଜିଲାର ସାରସ୍ବତ ସାଧକ ସ୍ବର୍ଗତ ପଣ୍ଡିତ ରଘୁନାଥ ରଥଙ୍କ ପ୍ରଦତ୍ତ ୨୫୦୦ ଖଣ୍ଡ ବିରଳ ପୁସ୍ତକକୁ ଅଭିଲେଖଗାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା। ଉତ୍କଳ ବିକାଶ ଯୁବ ପରିଷଦ ନେତାଜୀ ସୁଭାଷ ବୋଷଙ୍କ ଉପରେ ରଚିତ ବିରଳ ପୁସ୍ତକ ସଂଗ୍ରହ କରି ଅଭିଲେଖାଗାରକୁ ପ୍ରଦାନ କରିଥିବାରୁ ପରିଷଦର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନାଚକ୍ରରେ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ରାଜକିଶୋର ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟି, ଅଭିନେତା ହରିଶ ମହାପାତ୍ର, ରମେଶ ମହାନ୍ତି, ସଚ୍ଚି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri