ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ଓଡ଼ିଶାରେ ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ଚଳଚ୍ଚିତ୍ର ପତ୍ରିକାଗୁଡ଼ିକର ପ୍ରଚ୍ଛଦ ପ୍ରଦର୍ଶନୀ ପ୍ରଥମ ଥର ପାଇଁ ରାଜ୍ୟ ଅଭିଲେଖାଗାର ଦ୍ୱାରା ଆୟୋଜିତ ହୋଇଛି। ପୁରୁଣା ଚଳଚ୍ଚିତ୍ର ଏବଂ ସେତେବେଳେ ପ୍ରକାଶିତ ହେଉଥିବା ପତ୍ରିକା ସମ୍ପର୍କରେ ଆଗାମୀ ପିଢ଼ିଙ୍କୁ ସୂଚନା ଦେବାରେ ଏହି ପ୍ରଦର୍ଶନୀ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି। ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ମଙ୍ଗଳବାର ଆୟୋଜିତ ‘ଅଭିଲେଖ ସପ୍ତାହ’ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଣିଗ୍ରାହୀ ଏହା କହିଥିଲେ। ଏହି ଅବସରରେ ସେ ଚଳଚ୍ଚିତ୍ର ପତ୍ରିକା ପ୍ରଚ୍ଛଦ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ରାଜ୍ୟ ସଂଗ୍ରହାଳୟ ଚଳଚ୍ଚିତ୍ର ଗ୍ୟାଲେରିରେ ପ୍ରଦର୍ଶନୀରେ ସ୍ଥାନିତ ସମସ୍ତ ପତ୍ରିକାର ପ୍ରଚ୍ଛଦ ଫଟୋକୁ ରଖିବାକୁ କହିଥିଲେ। ୧୯୫୧ରେ ପ୍ରକାଶିତ ‘ସିନେ ଓଡ଼ିଶା’ ପତ୍ରିକାର ପ୍ରଚ୍ଛଦପଟରେ ସ୍ଥାନିତ ଚଳଚ୍ଚିତ୍ର ନାୟିକା ଲୀଳା ଦୁଲାଳୀଙ୍କ ଫଟୋରୁ ଆରମ୍ଭ କରି ୨୦୧୭ରେ ପ୍ରକାଶିତ ଓଲିଉଡ୍‌ ମିରର୍‌ ପର୍ଯ୍ୟନ୍ତ ପ୍ରଚ୍ଛଦ ଚିତ୍ର ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ।
ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାଚକ୍ର ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ରେ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବସନ୍ତ କୁମାର ମଲ୍ଲିକ ଯୋଗଦେଇଥିଲେ। ଓଡ଼ିଆ ଭାଷାର ଅସ୍ମିତା ସୃଷ୍ଟି ସହ ତତ୍‌କାଳୀନ ଋଢ଼ିବାଦୀ ବ୍ୟବସ୍ଥା ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନର ସୂତ୍ରପାତ କରିବାରେ ପଞ୍ଚସଖାଙ୍କ ଭୂମିକାକୁ ସେ ଚିତ୍ରଣ କରିଥିଲେ। ସମ୍ଭ୍ରାନ୍ତ ଭାଷା ଓ ଜନଭାଷା, ସମ୍ଭ୍ରାନ୍ତ ଧର୍ମ ଓ ଲୋକଧର୍ମ ଇତ୍ୟାଦିର ଉଦାହରଣ ଦେଇ ଚଳଚ୍ଚିତ୍ର ସମାଜକୁ ବାର୍ତ୍ତା ପ୍ରଦାନ କରିବାରେ ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି ବୋଲି ନାୟକ କହିଥିଲେ। ଏହି ଅବସରରେ ‘ସିନେ ଗାଇଡ୍‌’ ଓ ‘ବାଣୀଚିତ୍ର’ର ସଂପାଦକ ପରିକ୍ଷିତ ଜେନା, ‘ମନୋରଞ୍ଜନ’ ପତ୍ରିକାର ସମ୍ପାଦକ ଶ୍ରୀକାନ୍ତ ମହାନ୍ତି ଏବଂ ଅନିଲ ଧୀରଙ୍କୁ ଅଭିଲେଖାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଜିଲାର ସାରସ୍ବତ ସାଧକ ସ୍ବର୍ଗତ ପଣ୍ଡିତ ରଘୁନାଥ ରଥଙ୍କ ପ୍ରଦତ୍ତ ୨୫୦୦ ଖଣ୍ଡ ବିରଳ ପୁସ୍ତକକୁ ଅଭିଲେଖଗାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା। ଉତ୍କଳ ବିକାଶ ଯୁବ ପରିଷଦ ନେତାଜୀ ସୁଭାଷ ବୋଷଙ୍କ ଉପରେ ରଚିତ ବିରଳ ପୁସ୍ତକ ସଂଗ୍ରହ କରି ଅଭିଲେଖାଗାରକୁ ପ୍ରଦାନ କରିଥିବାରୁ ପରିଷଦର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନାଚକ୍ରରେ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ରାଜକିଶୋର ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟି, ଅଭିନେତା ହରିଶ ମହାପାତ୍ର, ରମେଶ ମହାନ୍ତି, ସଚ୍ଚି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?