ଓଟିଇଟି ଆନ୍‌ସର-କି ରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗ : ଚ୍ୟାଲେଞ୍ଜ ଅବଧି ୧୩କୁ ବୃଦ୍ଧି

ଭୁୁବନେଶ୍ୱର,୧୧।୧୦(ବ୍ୟୁରୋ) : ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ସାଂଘାତିକ ତ୍ରୁଟି ଦୃଷ୍ଟିଗୋଚର ହେଉଛି। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ବର୍ଷ ଆରମ୍ଭରୁ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ନେଇ ଲାଗି ରହିଛି ବିବାଦ। ପ୍ରଥମେ ଅଫ୍‌ଲାଇନ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ବିକ୍ଷୋଭ ସାଙ୍ଗକୁ କ୍ରାଇମ୍‌ବ୍ରାଞ୍ଚର ହସ୍ତକ୍ଷେପ, ପରେ ଅନ୍‌ଲାଇନ୍‌ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ପୁଣି ଆନ୍‌ସର-କି ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ବିବାଦର ରୂପ ନେଲାଣି।
ନିକଟରେ ସୋସିଆଲ ମିଡିଆରେ ଓଟିଇଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଥିଲା। ଓଟିଇଟି ଅନ୍‌ଲାଇନ୍‌ ଆନ୍‌ସର-କି ରେ ବ୍ୟାପକ ତ୍ରୁଟି ସାଙ୍ଗକୁ ଖାମ୍‌ଖିଆଲ ଭାବେ ମାର୍କିଂ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଓଟିଇଟି ଛାତ୍ର ସଂଘର ଆବାହକ ଦୀନବନ୍ଧୁ ପତି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୫ରୁ ୧୮ ଯାଏ ୪୫ଟି ସିଫ୍ଟରେ ଓଟିଇଟି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯାହାର ଆନ୍‌ସର-କି ଗତ ୫ ତାରିଖରେ ପ୍ରକାଶ ପାଇଛି। ପ୍ରତି ସିଫ୍ଟରେ ୧୦ରୁ ଅଧିକ ଉତ୍ତର ଭୁଲ୍‌ ଥିବା ସାମ୍ନାକୁ ଆସିଛି। ଉଦାହରଣ ସ୍ବରୂପ, ୨୬୫ ନମ୍ବର ପ୍ରଶ୍ନ ଥିଲା- ଓଡ଼ିଶାର ୨୬ତମ ରାଜ୍ୟପାଳ କିଏ? ଯେଉଁଥିରେ ୪ଟି ଅପ୍‌ଶନ ରହିଥିଲା, ଯଥା- ପ୍ରଫେସର ଗଣେଶୀ ଲାଲ୍‌, ସତ୍ୟପାଲ ମଲ୍ଲିକ, ନବୀନ ପଟ୍ଟନାୟକ ଓ ରାମ ନାଏକ। ତେବେ ଓଟିଇଟି ପକ୍ଷରୁ ଜାରି କରାଯାଇଥିବା ଉତ୍ତରରେ ଥିଲା ଓଡ଼ିଶାର ୨୬ତମ ରାଜ୍ୟପାଳ ହେଉଛନ୍ତି ନବୀନ ପଟ୍ଟନାୟକ। ତେବେ ସଠିକ୍‌ ଉତ୍ତର ହେଉଛି ପ୍ରଫେସର ଗଣେଶୀ ଲାଲ୍‌। ସେହିପରି ଆଉ ଏକ ପ୍ରଶ୍ନ ଥିଲା ଓଡ଼ିଶାର ଚାନ୍ଦିପୁର କେଉଁଠାରେ ଅବସ୍ଥିତ? ଏହାର ଉତ୍ତର ମଧ୍ୟ ଭଦ୍ରକ ବୋଲି ଓଟିଇଟି ଦର୍ଶାଇଥିଲା, ଯାହାର ଠିକ୍‌ ଉତ୍ତର ହେଉଛି ବାଲେଶ୍ୱର। ତେବେ ଏଭଳି ଅନେକ ଭୁଲ୍‌ ଉତ୍ତର ଆଧାରରେ ଖାମଖିଆଲ ମାର୍କିଂ କରାଯାଇଥିବା ଅଭିଯୋଗ ଆଣିଛି ଓଟିଇଟି ଛାତ୍ର ସଂଘ। ସଂଘ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ୧୦ରୁ ୧୫ ମାର୍କ ଗ୍ରେସ୍‌ ଦିଆଯିବା ଦାବି ଉଠିବା ପରେ ଏବେ ବିଭାଗ ପକ୍ଷରୁ ଉତ୍ତର ଚ୍ୟାଲେଞ୍ଜ ଅବଧିକୁ ବଢ଼ାଇ ଦିଆଯାଇଛି। ତେବେ ଦାବି ପୂରଣ ନ ହେଲେ ସଂଘ ଆସନ୍ତା ୧୪ରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି। ପୂର୍ବରୁ ପ୍ରତି ପ୍ରଶ୍ନ ପିଛା ୫୦୦ଟଙ୍କା ଫି ହିସାବରେ ଚ୍ୟାଲେଞ୍ଜ କରିବାର ଅବଧି ଅକ୍ଟୋବର ୧୦ ଥିବାବେଳେ ଏବେ ଏହାକୁ ୧୩ତାରିଖ ମଧ୍ୟରାତ୍ର ଯାଏ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏଭଳି ବିଭ୍ରାଟ ସାମ୍ନାକୁ ଆସିବା ପରେ ମାଧ୍ୟମିକ ଶିକ୍ଷା ପରିଷଦକୁ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ ମତ ଆସିବା ପରେ ଅନୁଧ୍ୟାନ କରାଯିବ।
ପ୍ରକାଶଥାଉ କି, ଗତ ଜାନୁୟାରୀ ୧୬ରେ ଓଟିଇଟି ଅଫ୍‌ଲାଇନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ୍‌ ହୋଇଥିଲା। ପରେ ଅଗଷ୍ଟରେ ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେଲା। ସେତେବେଳେ ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା, କିନ୍ତୁ ବୋର୍ଡ ଏହାକୁ ସ୍ବୀକାର କରି ନ ଥିଲା। ଆଉ ଏବେ ଆନ୍‌ସର କି ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଦର୍ଶାଇ ମାର୍କିଂ କରିବା ବିଭାଗର ପରୀକ୍ଷା ନୀତିକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri