ଓଟିଇଟି ଆନ୍‌ସର-କି ରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗ : ଚ୍ୟାଲେଞ୍ଜ ଅବଧି ୧୩କୁ ବୃଦ୍ଧି

ଭୁୁବନେଶ୍ୱର,୧୧।୧୦(ବ୍ୟୁରୋ) : ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ସାଂଘାତିକ ତ୍ରୁଟି ଦୃଷ୍ଟିଗୋଚର ହେଉଛି। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ବର୍ଷ ଆରମ୍ଭରୁ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ନେଇ ଲାଗି ରହିଛି ବିବାଦ। ପ୍ରଥମେ ଅଫ୍‌ଲାଇନ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ବିକ୍ଷୋଭ ସାଙ୍ଗକୁ କ୍ରାଇମ୍‌ବ୍ରାଞ୍ଚର ହସ୍ତକ୍ଷେପ, ପରେ ଅନ୍‌ଲାଇନ୍‌ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ପୁଣି ଆନ୍‌ସର-କି ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ବିବାଦର ରୂପ ନେଲାଣି।
ନିକଟରେ ସୋସିଆଲ ମିଡିଆରେ ଓଟିଇଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଥିଲା। ଓଟିଇଟି ଅନ୍‌ଲାଇନ୍‌ ଆନ୍‌ସର-କି ରେ ବ୍ୟାପକ ତ୍ରୁଟି ସାଙ୍ଗକୁ ଖାମ୍‌ଖିଆଲ ଭାବେ ମାର୍କିଂ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଓଟିଇଟି ଛାତ୍ର ସଂଘର ଆବାହକ ଦୀନବନ୍ଧୁ ପତି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୫ରୁ ୧୮ ଯାଏ ୪୫ଟି ସିଫ୍ଟରେ ଓଟିଇଟି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯାହାର ଆନ୍‌ସର-କି ଗତ ୫ ତାରିଖରେ ପ୍ରକାଶ ପାଇଛି। ପ୍ରତି ସିଫ୍ଟରେ ୧୦ରୁ ଅଧିକ ଉତ୍ତର ଭୁଲ୍‌ ଥିବା ସାମ୍ନାକୁ ଆସିଛି। ଉଦାହରଣ ସ୍ବରୂପ, ୨୬୫ ନମ୍ବର ପ୍ରଶ୍ନ ଥିଲା- ଓଡ଼ିଶାର ୨୬ତମ ରାଜ୍ୟପାଳ କିଏ? ଯେଉଁଥିରେ ୪ଟି ଅପ୍‌ଶନ ରହିଥିଲା, ଯଥା- ପ୍ରଫେସର ଗଣେଶୀ ଲାଲ୍‌, ସତ୍ୟପାଲ ମଲ୍ଲିକ, ନବୀନ ପଟ୍ଟନାୟକ ଓ ରାମ ନାଏକ। ତେବେ ଓଟିଇଟି ପକ୍ଷରୁ ଜାରି କରାଯାଇଥିବା ଉତ୍ତରରେ ଥିଲା ଓଡ଼ିଶାର ୨୬ତମ ରାଜ୍ୟପାଳ ହେଉଛନ୍ତି ନବୀନ ପଟ୍ଟନାୟକ। ତେବେ ସଠିକ୍‌ ଉତ୍ତର ହେଉଛି ପ୍ରଫେସର ଗଣେଶୀ ଲାଲ୍‌। ସେହିପରି ଆଉ ଏକ ପ୍ରଶ୍ନ ଥିଲା ଓଡ଼ିଶାର ଚାନ୍ଦିପୁର କେଉଁଠାରେ ଅବସ୍ଥିତ? ଏହାର ଉତ୍ତର ମଧ୍ୟ ଭଦ୍ରକ ବୋଲି ଓଟିଇଟି ଦର୍ଶାଇଥିଲା, ଯାହାର ଠିକ୍‌ ଉତ୍ତର ହେଉଛି ବାଲେଶ୍ୱର। ତେବେ ଏଭଳି ଅନେକ ଭୁଲ୍‌ ଉତ୍ତର ଆଧାରରେ ଖାମଖିଆଲ ମାର୍କିଂ କରାଯାଇଥିବା ଅଭିଯୋଗ ଆଣିଛି ଓଟିଇଟି ଛାତ୍ର ସଂଘ। ସଂଘ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ୧୦ରୁ ୧୫ ମାର୍କ ଗ୍ରେସ୍‌ ଦିଆଯିବା ଦାବି ଉଠିବା ପରେ ଏବେ ବିଭାଗ ପକ୍ଷରୁ ଉତ୍ତର ଚ୍ୟାଲେଞ୍ଜ ଅବଧିକୁ ବଢ଼ାଇ ଦିଆଯାଇଛି। ତେବେ ଦାବି ପୂରଣ ନ ହେଲେ ସଂଘ ଆସନ୍ତା ୧୪ରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି। ପୂର୍ବରୁ ପ୍ରତି ପ୍ରଶ୍ନ ପିଛା ୫୦୦ଟଙ୍କା ଫି ହିସାବରେ ଚ୍ୟାଲେଞ୍ଜ କରିବାର ଅବଧି ଅକ୍ଟୋବର ୧୦ ଥିବାବେଳେ ଏବେ ଏହାକୁ ୧୩ତାରିଖ ମଧ୍ୟରାତ୍ର ଯାଏ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏଭଳି ବିଭ୍ରାଟ ସାମ୍ନାକୁ ଆସିବା ପରେ ମାଧ୍ୟମିକ ଶିକ୍ଷା ପରିଷଦକୁ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ ମତ ଆସିବା ପରେ ଅନୁଧ୍ୟାନ କରାଯିବ।
ପ୍ରକାଶଥାଉ କି, ଗତ ଜାନୁୟାରୀ ୧୬ରେ ଓଟିଇଟି ଅଫ୍‌ଲାଇନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ୍‌ ହୋଇଥିଲା। ପରେ ଅଗଷ୍ଟରେ ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେଲା। ସେତେବେଳେ ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା, କିନ୍ତୁ ବୋର୍ଡ ଏହାକୁ ସ୍ବୀକାର କରି ନ ଥିଲା। ଆଉ ଏବେ ଆନ୍‌ସର କି ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଦର୍ଶାଇ ମାର୍କିଂ କରିବା ବିଭାଗର ପରୀକ୍ଷା ନୀତିକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri