ବ୍ରହ୍ମପୁର ଅଫିସ୍,୮ା୧୧-ଦିଲ୍ଲୀର ତିସ୍ହଜାରୀ କୋର୍ଟ ପରିସରରେ ଜଣେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଦିଲ୍ଲୀ ପୋଲିସର ଗୁଳିଚାଳନାକୁ ନେଇ ଗଞ୍ଜାମ ଓକିଲ ସଂଘ ବରିଷ୍ଠ ସଦସ୍ୟମାନେ ନିନ୍ଦା କରିଛନ୍ତି। ସାମାନ୍ୟ ପାର୍କିଂକୁ ନେଇ ପୋଲିସ ସଞ୍ଜମତା ଆଚରଣ କରିବା ପରିବର୍ତ୍ତେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଗୁଳି ଚଳାଇବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏହି ପରିପ୍ରେକ୍ଷୀରେ ପୋଲିସ କ୍ଷମା ମାଗିବା ପ୍ରତିବଦଳରେ ଆନ୍ଦୋଳନ କରିବା ଗ୍ରହଣୀୟ ନୁହେଁ। ଆଇନ୍ର ରକ୍ଷା ଓ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ କଥା କଥାକେ ଉଗ୍ର ହେବାକୁ ସ୍ଥାନୀୟ ଓକିଲମାନେ ନିନ୍ଦା କରିଛନ୍ତି। ଗୁଳି ଚଳାଇଥିବା ପୋଲିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆଘାତପ୍ରାପ୍ତ ଆଇନଜୀବୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ପୋଲିସଙ୍କୁ ଦଣ୍ଡ ଦେବାକୁ ଆଇନଜୀବୀ ଭଗବାନ ସାହୁ, ମାଗୁଣି ଚରଣ ପଲାଇ, ପୀତବାସ ପଣ୍ଡା, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ନିରଞ୍ଜନ ପ୍ରସାଦ ନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ଶିଶିର କୁମାର ପାଣି, ନିରଞ୍ଜନ ପାଢୀ, ପ୍ରଦୀପ ଦାସ, ଏମ୍.ଏସ୍. ସାଦମାନୀ, ଅରୁଣ କୁମାର ରାଉତ, ଶରତ ଚନ୍ଦ୍ର ଦାଶ ଏବଂ ରଘୁନାଥ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ View All
ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା ସଦର ମହକୁମାକୁ ନୂଆବର୍ଷର ଭେଟି
ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...
ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...
ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍
ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି...
ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍ ଆସିଲା ଭାଲୁ : ପରେ…
ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...
ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...
୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍ ତଥ୍ୟ
ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
Archives


