ଐତିହ୍ୟ ଶିଶୁପାଳଗଡ଼ କାଟି କଲେ ରାସ୍ତା

ପୁରୁଣା ଭୁବନେଶ୍ୱର,୬।୯(ଡି.ଏନ.ଏ.) : ଏକଦା ଐତିହ୍ୟ ଶିଶୁପାଳଗଡ ଏ୫୬୨. ୬୦୦ ଡିସିମିଲରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ଥିବାବେଳେ ଏବେ ମାତ୍ର ଏ.୦.୭୭୭ ଡିସିମିଲରେ ଏହା ରହିଛି। ସମ୍ପ୍ରତି ଶିଶୁପାଳଗଡରେ ମହାଭୋଇ ଶାସନ, ଶିଶୁପାଳ, ବଡଧାନପୁର, ଏଭଳି କେତେଗୋଟି ମୌଜାକୁ ସଂରକ୍ଷଣ ନିମନ୍ତେ ଏଏସଆଇ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନିଷ୍କ୍ରିୟତା ପାଇଁ ଏଭଳି ଐତିହ୍ୟ ଜାଗାଟି ସତ୍ତା ହରାଇବାକୁ ବସିଛି। ଐତିହ୍ୟ ଗଡ଼ର ଚତୁଃପାର୍ଶ୍ୱଠାରୁ ଏଏସ୍‌ଆଇର ଗାଇଡଲାଇନ ଅନୁସାରେ, ୧୦୦ ମିଟର ମଧ୍ୟରେ କୌଣସି ଖନନ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଯଦି କୌଣସି ସରକାରୀ କିମ୍ବା ଘରୋଇ ବ୍ୟକ୍ତି ବିଶେଷ ଏଠାରେ ଉଭୟ ନୟମକୁ ଭଙ୍ଗ କରନ୍ତି ସେଥିପାଇଁ ଜେଲ ଓ ଜରିମାନା ଦଣ୍ଡବିଧାନ ଅଛି। ମାତ୍ର ଏହାକୁ ଖାତିର ନ କରି ଘରୋଇ ଓ ଜବରଦଖଲକାରୀମାନେ ୧୦୦ ମିଟର ତ ଦୂରର କଥା ବିରାଟ ଗଡର ପାଚେରିକୁ କାଟି ସମତୁଲ କରି ରାସ୍ତା ନେଉଛନ୍ତି। ଅନେକ ସ୍ଥାନରେ ଗଡକୁ ଜେସିବି ଲଗାଇ କାଟି କଲୋନୀ ମଧ୍ୟ କରାଗଲାଣି। ଏଭଳି କାରନାମାକୁ ବିଭାଗୀୟ ଅଧିକାରୀମାନେ ପ୍ରଚ୍ଛଦ ପଟରେ ପ୍ରୋତ୍ସାହନ ଦେଉଥିବା ଘଟଣାରୁ ସ୍ପଷ୍ଟ ହେଉଛି। ଐତିହ୍ୟ ପାଚେରି ଖୋଳି ଘରୋଇ ଲୋକଙ୍କୁ ସୁବିଧା ଦେବାକୁ ଯାଇ ଗଡ କାଟି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ବସାଯାଇଛି। ଏହି ଘଟଣାରେ ସରକାରୀ ଅଧିକାରୀମାନେ ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ମିଳିଥିବା ଖବର ମୁତାବକ, ନୂଆ ଜଗନ୍ନାଥ ବାଇପାସ୍‌ ରାସ୍ତାରେ ଗଡ଼କୁ କାଟି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ କରାଯାଇଛି। ସେହିଭଳି ଗଡର ପୂର୍ବପଟ ପାଚେରିକୁ କାଟି ମଧ୍ୟ ରାସ୍ତା ନିଆଯାଇଥିବା ଖବର ମିଳିଛି। ସେହିଭଳି ମହାଭୋଇ ଶାସନ ମୌଜା ତଥା ପଶ୍ଚିମ ପଟେ ଯାଇଥିବା ଗଡ ପାଚେରିକୁ କଟାଯାଇଛି। ତୁରନ୍ତ ଶିଶୁପାଳଗଡ ଐତିହ୍ୟ ସ୍ଥଳକୁ ସୁରକ୍ଷା ଦେଇ ଜବରଦଖଲକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏକାମ୍ର ଜନଜାଗରଣ ମଞ୍ଚ। ନଚେତ୍‌ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତ୍ରୈଲୋକ୍ୟନାଥ ବେହେରାଙ୍କୁ ପଚାରିବାରେ ଘଟଣା ସମ୍ବନ୍ଧରେ ଅଭିଯୋଗ ପାଇବା ପରେ ତୁରନ୍ତ ବିଡିଓଙ୍କୁ ଚିଠି ଲେଖିବୁ। ସତ୍ୟାସତ୍ୟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri