ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିମାନ କମ୍ପାନୀରେ ନନ୍‌ ରେସିଡେଣ୍ଟ ଇଣ୍ଡିଆନ(ଏନ୍‌ ଆରଆଇ) ବା ପ୍ରବାସୀ ଭାରତୀୟମାନେ ୧୦୦% ଅଂଶଧନ କିଣିପାରିବେ। କେନ୍ଦ୍ର କ୍ୟାପିନେଟ ପକ୍ଷରୁ ବୁଧବାର ଏ ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ହୋଇଥିବା ନିୟମରେ ସରକାର ଏନ୍‌ଆରଇଙ୍କ ଲାଗି ୪୯% ଅଂଶଧନ କିଣିବା ନେଇ ଅନୁମତି ଦେଇଥିଲେ। ୨୦୧୮ରେ ଏୟାର ଇଣ୍ଡିଆର ଘରୋଇକରଣ ନେଇ ସରକାରଙ୍କ ପ୍ରୟାସ ବିଫଳ ହୋଇଥିଲା। ଏହି ସମୟରେ ସରକାର ବିମାନ କମ୍ପାନୀର ୭୬% ଅଂଶଧନ ବିକ୍ରି କରିବା ଲାଗି ଯୋଜନା ହାତକୁ ନେଇଥିଲେ। ଏୟାର ଇଣ୍ଡିଆ ଉପରେ ବର୍ତ୍ତମାନ ପ୍ରାୟ ୮୦ ହଜାର କୋଟି ଟଙ୍କାର ଋଣ ରହିଛି। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ଏୟାର ଇଣ୍ଡିଆକୁ ୮,୫୫୬ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା।

ଏହି ବିମାନ କମ୍ପାନୀରେ ହେବାକୁ ଥିବା ନିବେଶ ପ୍ରତ୍ୟକ୍ଷ ରୁଟ୍‌ରେ ହେବ। ଏଥି ଲାଗି ସାମ୍ଭାବ୍ୟ ବିଡରଙ୍କ ମଧ୍ୟରେ ଟାଟା ଗ୍ରୁପ ଏବଂ ଲଣ୍ଡନର ଏନ୍‌ଆରଆଇ ହିନ୍ଦୁଜା ଗ୍ରୁପର ନାମ ସାମିଲ ରହିଛି। ଏଥି ଲାଗି ବିଡିଂ କରିବାକୁ ସରକାର ୨୭ ଜାନୁୟାରୀ ଯାଏ ସମୟ ସୀମା ଧାର୍ଯ୍ୟ କରିଥିଲେ। ବର୍ତ୍ତମାନର ପ୍ରସ୍ତାବ ମୁତାବକ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୦୦% ଅଂଶଧନ ବିକ୍ରିରେ ପ୍ରସ୍ତାବ ରହିଛି। ସେହିଭଳି ଯୌଥ ଉଦ୍ୟୋଗ ଏଆଇଏସ୍‌ଏଟିଏସ୍‌ର ୫୦% ଅଂଶଧନ ବିକ୍ରି କରିବାକୁ ପ୍ରସ୍ତାବ ରହିଛି। ଏୟାର ଇଣ୍ଡିଆ ଲାଗି ବିଡିଂର ଚୂଡାନ୍ତ ତାରିଖ ୧୭ ମାର୍ଚ୍ଚ ରହିଛି।

ବ୍ୟାଙ୍କ ମିଶ୍ରଣକୁ ମଞ୍ଜୁରୀ
୧୦ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। ୧୦ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ ହେବ। କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ଦ୍ୱାରା ନୂଆ ବ୍ୟାଙ୍କ ଗଠନ ହେବ। ସେହିଭଳି ୟୁନିୟନ ବ୍ୟାଙ୍କ ସହ ଆନ୍ଧ୍ର ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ ମିଶ୍ରଣ ହେବା ନେଇ ଯୋଜନା ରହିଛି। ଏପ୍ରିଲ ପହିଲାଠାରୁ ବ୍ୟାଙ୍କ ମିଶ୍ରଣ ପଦକ୍ଷେପ କାର୍ଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।

କମ୍ପାନୀ ଆଇନରେ ସଂଶୋଧନ
କମ୍ପାନୀ ଆଇନରେ ବିଭିନ୍ନ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ଦ୍ୱାରା କମ୍ପାନୀ ଆଇନ ୨୦୧୭ରେ ପ୍ରାୟ ୭୨ ପରିବର୍ତ୍ତନ କରାଯିବାର ପ୍ରସ୍ତାବ ରହିଛି। ଆଇନରେ ରହିଥିବା ବିଭିନ୍ନ ପ୍ରସ୍ତାବ ଦ୍ୱାରା ବ୍ୟବସାୟ ଧାରାକୁ ସୁଗମ କରିବା ଏବଂ ଡିକ୍ରିମିନାଇଜ ଭଳି ଦିଗକୁ ଧ୍ୟାନ ରଖାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri