Posted inଖେଳ

ଏହି ଯୁବ କ୍ରିକେଟର୍‌ଙ୍କୁ ବ୍ୟାଟ୍‌ ଗିଫ୍ଟ କରିଥିଲେ ସଚିନ

ମୁମ୍ବାଇ, ୨୦।୬- ଭାରତୀୟ କ୍ରିକେଟ୍‌ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ୨୦୧୮ରେ ଜାତୀୟ ଦଳରେ ପଦାର୍ପଣ କରିବା ପୂର୍ବରୁ ଖବରର ଶିରୋନାମାରେ ରହିଥିଲେ। ୨୦୧୪ରେ ତାଙ୍କୁ ଯେତେବେଳେ ମାତ୍ର ୧୪ ବର୍ଷ ହୋଇଥିବା ସ୍କୁଲସ୍ତରୀୟ ଏକ କ୍ରିକେଟ୍‌ ପ୍ରତିଯୋଗିତାରେ ପୃଥ୍ବୀ ୫୪୬ ରନର ମାରାଥନ ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ। ଏହି ବିଶାଳ ଇନିଂସ ମଧ୍ୟରେ ସେ ୮୫ ଚୌକା ଓ ୫ଟି ଛକା ମାରିଥିଲେ। ତେବେ ନିକଟରେ ଏକ ସାକ୍ଷାତ୍‌କାର ଅବସରେ ୨୦ ବର୍ଷୀୟ ପୃଥ୍ବୀ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି। ପୃଥ୍ବୀ କହିଛନ୍ତି, ତାଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ହୋଇଥିଲା ସେତେବେଳେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏକ ବ୍ୟାଟ୍‌ ଗିଫ୍ଟ କରିଥିଲେ। ଏଥିସହ ମୋର ଭବିଷ୍ୟତ ପାଇଁ ଶୁଭକାମନା କରିଥିଲେ। ୨୦୦୮ ମସିହାର ଏହି ଘଟଣାକୁ ମନେ ପକାଇ ପୃଥ୍ବୀ କହିଛନ୍ତି ‘ମୁମ୍ବାଇର ଏମ୍‌ଆଇଜି କ୍ରିକେଟ୍‌ ଏକାଡେମୀରେ ଅଭ୍ୟାସ କରୁଥିବାବେଳେ ସଚିନ ଥରେ ସେଠାକୁ ବୁଲିବାକୁ ଆସିଥିଲେ। ସେତେବେଳେ ମୋତେ ୮ ବର୍ଷ ହୋଇଥିଲା। ଦୂରରୁ ଥାଇ ସେ ମୋ ଖେଳକୁ ଦେଖୁଥିଲେ। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ମୁଁ ଏକଥା ଜାଣି ନ ଥାଏ। ମୋ ଖେଳରେ ସଚିନ ଏତେମାତ୍ରାରେ ପ୍ରଭାବିତ ହୋଇଯାଇଥିଲେ ଯେ ଗିଫ୍ଟ ଆକାରରେ ଏକ ବ୍ୟାଟ୍‌ ପ୍ରଦାନ କରିଥିଲେ। ଏହାସହ ମୋତେ କହିଥିଲେ ତୁମେ ଏହି ବ୍ୟାଟରେ ଅନେକ ରନ୍‌ ସଂଗ୍ରହ କରିବ। ଏହି ଘଟଣାରେ ମୁଁ ଭାବବିହ୍ବଳ ହୋଇଯାଇଥିଲି’ ବୋଲି ପୃଥ୍ବୀ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଖେଳି ପୃଥ୍ବୀ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ଜାତୀୟ ଦଳ ପକ୍ଷରୁ ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri