Posted inଖେଳ

ଏହି ଭାରତୀୟ ଖେଳାଳିଙ୍କୁ ‘ଗୋରା’ କରି ଇଂରେଜମାନେ ନିଜ ଦଳରେ ଖେଳାଇବାକୁ ଚାହୁଁଥିଲେ

ମୁମ୍ବାଇର ଏକ ଧନୀ ପରିବାରରେ ୧୨ ଅକ୍ଟୋବର ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କ୍ରିକେଟର ବିଜୟ ମର୍ଚ୍ଚାଣ୍ଟ। ପିଲାଦିନେ ତାଙ୍କ ଘରେ ନାଁ ଦେଇଥିଲେ ବିଜୟ ଠାକ୍‌ରେ। କିନ୍ତୁ ସ୍କୁଲରେ ପଢ଼ିବାବେଳେ ତାଙ୍କ ନାଁ ଠାକ୍‌ରେରୁ ମର୍ଚ୍ଚାଣ୍ଟ କରାଯାଇଥିଲା। ତାଙ୍କୁ ଭାରତ ବ୍ରାଡ୍‌ମ୍ୟାନ୍‌ କୁହାଯାଉଥିଲା। ବୋଲର୍‌ମାନେ ତାଙ୍କୁ ବୋଲିଂ କରିବାକୁ ଭୟ କରୁଥିଲେ। ଇଂଲଣ୍ଡ ବିପକ୍ଷରେ ସେ ନିଜ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ। ମର୍ଚ୍ଚାଣ୍ଟ ଭାରତ ପାଇଁ ମାତ୍ର ୧୦ଟି ଟେଷ୍ଟ ଖେଳି ୪୭.୭୨ ହାରରେ ମୋଟ ୮୫୯ ରନ୍‌ କରିଥିଲେ। ସେଥିରେ ୩ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଥିଲା। ଇଂଲଣ୍ଡ ଦଳ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଥିବାବେଳେ ମର୍ଚ୍ଚାଣ୍ଟଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ସେତେବେଳେ ସ୍ବାଧୀନତା ପାଇଁ ଲଢୁଥିବା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ସଂଗ୍ରାମୀଙ୍କୁ ଇଂରେଜମାନେ ଜେଲରେ ଭର୍ତ୍ତି କରିଦେଇଥିଲେ। ଏହାକୁ ବିରୋଧ କରି ବିଜୟ ମର୍ଚ୍ଚାଣ୍ଟ ଇଂଲଣ୍ଡ ଦଳ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲେ। ଏହାର ୪ ବର୍ଷ ପରେ ଅର୍ଥାତ୍‌ ୧୯୩୩-୩୪ରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ମର୍ଚ୍ଚାଣ୍ଟ ଟିମ୍‌ ସହ ଯାଇଥିଲେ। ମାତ୍ର ୨୨ ବର୍ଷ ବୟସରେ ସେ ଦଳ ପାଇଁ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଜୀବନର ଦ୍ୱିତୀୟ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରରେ ଶତକ ଅର୍ଜନ କରିଥିଲେ। ବିଜୟଙ୍କ ଏହି ବିଜୟ ଦେଖି ଇଂଲଣ୍ଡ କ୍ରିକେଟର ସିବି ଫ୍ରାଇ କହିଥିଲେ, ଚାଲ ବିଜୟଙ୍କ ରଙ୍ଗ ବଦଳାଇ ତାଙ୍କୁ ଇଂଲଣ୍ଡ ଦଳକୁ ନେଇଆସିବା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri