ଏହି ବଲିଉଡ୍‌ ମୁଭିର ସେଟ୍‌ ତିଆରି କରିବାକୁ ଲାଗିଥିଲା ୩ ମାସ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଷ୍ଟାରକାଷ୍ଟରେ ନିର୍ମାଣ ହେଉଥିବା ଫିଲ୍ମ ‘ବାଗି ୩’ ଘୋଷଣା ହେବା ଦିନରୁ ହିଁ ଅଛି ଚର୍ଚ୍ଚାରେ। ଏହାର ଗୀତ ହେଉ ଅବା ଟ୍ରେଲର ପୁଣି ଶୁଟିଂ ସେଟ୍‌ର ଫଟୋ ସବୁକିଛି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅହମଦ ଖାଁଙ୍କ ନିର୍ଦ୍ଦେଶିତ ଓ ସାଜିଦ ନାଡିୟାଡଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର, ଅଙ୍କିତା ଲୋଖଣ୍ଡେ ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର ବିଶେଷତ୍ୱ ହେଉଛି ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାଗି’ପରେ ଶ୍ରଦ୍ଧା କପୁର ଦ୍ୱିତୀୟ ଥର ଲାଗି ଟାଇଗରଙ୍କ ସହ ସ୍କ୍ରିନ୍‌ ଶେୟାର କରୁଛନ୍ତି। ଏହି ଫିଲ୍ମରେ ସିରିଆର ଏକ ଧ୍ୱଂସ ସହରକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେଣୁ ସିରିଆରେ ଯାଇ ଶୁଟିଂ କରିବା ସମ୍ଭବ ନ ଥିବାରୁ ଏଭଳି ଏକ ସେଟ୍‌ ତିଆରି କରିବାର ଥିଲା। ତେଣୁ ଏହାକୁ ତିଆରି କରିବାକୁ ପାଖାପାଖି ୩ ମାସ ସମୟ ଲାଗିଥିଲା ବୋଲି କୁହନ୍ତି ଫିଲ୍ମର ଅନ୍ୟତମ କଳାକାର ରିତେଶ ଦେଶମୁଖ। ଆଉ ଏହି ସେଟ୍‌ ତିଆରି ହେବା ପରେ ଶୁଟିଂ କରିବା ବେଳେ ସମ୍ପୂର୍ଣ୍ଣ ଭାବେ ସିରିଆର ଅନୁଭୂତି ମିଳଥିବା କୁହନ୍ତି ରିତେଶ। ଉକ୍ତ ସେଟ୍‌ରେ ଏକ ବିଶେଷ ଆକ୍ସନ ସିକୁଏନ୍ସ ଶୁଟ୍‌ କରାଯାଇଛି। ସବୁଠାରୁ ବଡ କଥା ହେଲା ଶୁଟିଂ ସମୟରେ ଅସଲ ବିସ୍ଫୋରକ ବ୍ୟବହାର କରାଯାଇଥିଲା ଓ ଏହାପରେ ସେଟଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଫିଲ୍ମଟି ଆକ୍ସନ ଓ ମନୋରଞ୍ଜନରେ ଭରପୂର ହୋଇଥିବା ବେଳେ ଏଥିପାଇଁ ବିଦେଶୀ ଆକ୍ସନ କୋରିଓଗ୍ରାଫର ଟିମ୍‌ ଆସିଥିଲେ। ଏହାସହ ଟାଇଗରଙ୍କ ଷ୍ଟଣ୍ଟ ଫିଲ୍ମକୁ ଆହୁରି ସୁନ୍ଦର କରିପାରିଛି ବୋଲି କହିଛନ୍ତି ରିତେଶ। ଏହା ମାର୍ଚ୍ଚ ପ୍ରଥମ ସପ୍ତାହରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri