Posted inଫୁରସତ

ଏହି ତିନି ଦିନ କାମାକ୍ଷା ମନ୍ଦିରରେ ପ୍ରବେଶ କରନ୍ତିନି କେହି…

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ ମା’ଙ୍କ ଯୋନି ପୂଜା କରାଯାଏ। ନୀଳାଚଳକୁ ମଧ୍ୟ କାମଗିରି କୁହାଯାଏ। ଶାସ୍ତ୍ର ମତରେ, ସତୀଙ୍କ ଅଙ୍ଗର ୫୧ ଅଂଶବିଶେଷ ଯେଉଁସ୍ଥାନରେ ପଡ଼ିଲା, ସେଠାରେ ଶକ୍ତିପୀଠ ସ୍ଥାପିତ ହେଲା। ଏହି ସମସ୍ତ ଶକ୍ତିପୀଠ ମଧ୍ୟରେ କାମାକ୍ଷା ପୀଠକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ। ମା’ କାମାକ୍ଷା ମନ୍ଦିର ହେଉଛି ଏକ ସିଦ୍ଧ ଶକ୍ତିପୀଠ। ଏଠାରେ ପ୍ରତିବର୍ଷ ଅମ୍ବୁବାଚୀ ମେଳା ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଜୁନ୍‌ ୨୨ରୁ ଏଠାରେ ଏହି ମେଳା ଆରମ୍ଭ ହୋଇଛି। ଏହି ସମୟରେ ତିନିଦିନ ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ ହୋଇଥାଏ। ଚତୁର୍ଥ ଦିନ ମନ୍ଦିର ଦ୍ୱାର ଖୋଲେ ଏବଂ ବିଶେଷ ପୂଜା ପରେ ଭକ୍ତଙ୍କୁ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ମିଳେ। କୁହାଯାଏ ଏହି ତିନିଦିନ ମା ରଜସ୍ବଳା ହୋଇଥାନ୍ତି। ଶାରଦୀୟ ଦୁର୍ଗା ପୂଜା ଏଠାରେ ବେଶ୍‌ ଧୂମ୍‌ଧାମରେ ପାଳିତ ହୁଏ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ଏଠାରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଦଶମହାବିଦ୍ୟାରେ ବର୍ଣ୍ଣିତ ମା’ଙ୍କର କାଳୀ, ଧୂମାବତୀ, ମାଙ୍ଗତୀ, ବଗଳା, ତାରା, କମଳା, ଭୈରବୀ, ଛିନ୍ନମସ୍ତା, ଭୁବନେଶ୍ୱରୀ ଓ ତ୍ରିପୁରା ସୁନ୍ଦରୀ ପ୍ରଭୃତି ୧୦ଟି ରୂପ ମଧ୍ୟ କାମାକ୍ଷା ମନ୍ଦିର ପରିସରରେ ପୂଜା ପାଆନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

ଉପନିର୍ବାଚନନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri