ଏହି ଅଭିନେତାଙ୍କ ସହ ଡେଟ୍‌ କରୁଛନ୍ତି ପୂଜା ବାତ୍ରା

ଫିଲ୍ମଜଗତରେ ଅଭିନେତ୍ରୀ ପୂଜା ବାତ୍ରା ୨୦ ବର୍ଷ ପୂରଣ କରିସାରିଛନ୍ତି। ୨୦୧୭ରେ ଶେଷଥର ପାଇଁ ଫିଲ୍ମ ‘ମିରର ଗେମ୍‌’ରେ ନଜର ଆସିଥିଲେ ପୂଜା। ଏହା ପରଠାରୁ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ପୂଜା ମଡେଲିଂ କରୁଥିଲେ। ୧୯୯୩ରେ ଫେମିନା ମିସ୍‌ ଇଣ୍ଡିଆ ଭାବେ ଅନ୍ତର୍ଜାତୀୟସ୍ତରରେ ସ୍ଥାନ ପାଇବା ପରଠାରୁ ଆଫେୟାରକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ଘରେ ଘରେ ପରିଚିତ ଟିଭି ସିରିଏଲ ‘ଶକ୍ତିମାନ’ ତଥା ସଲମାନଙ୍କ ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତାଙ୍କ ସହ ପୂଜା ଡେଟ୍‌ କରୁଛନ୍ତି। ଏହି କଥା ସ୍ପଷ୍ଟ ଜଣାପଡ଼ିଛି ସୋସିଆଲ ମିଡିଆରେ ଏକ ଫଟୋରୁ। ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ରେ କାମ କରିଥିବା ନଓ୍ବାଜ ଶାହଙ୍କ ସହିତ ପୂଜାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

ନଓ୍ବାଜ ପୂଜା ବାତ୍ରାଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନଓ୍ବାଜ କିଛିଦିନ ଧରି ପୂଜାଙ୍କ ସହ ସୋସିଆଲ ମିଡିଆରେ ଲଗାତାର ଫଟୋ ପୋଷ୍ଟ କରିଚାଲିଛନ୍ତି। ପୂର୍ବରୁ ଚେହେରା ସ୍ପଷ୍ଟ ଜଣାପଡ଼ୁ ନ ଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଫଟୋ ପୋଷ୍ଟ ହୋଇଛି ସେଥିରେ ପୂଜାଙ୍କ ସମ୍ପୂର୍ଣ୍ଣ ଚେହେରା ନଜରକୁ ଆସୁଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଦୁହେଁ ଦୀର୍ଘଦିନ ଧରି ଡେଟ୍‌ କରୁଛନ୍ତି। ଫିଲ୍ମ ‘ବିଶ୍ୱବିଧାତା’ ଜରିଆରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପୂଜା।

ଏହା ପରେ ‘ବିରାସତ’, ‘ହସିନା ମାନ୍‌ ଜାଏଗୀ’, ‘ଯୋଡ଼ିଂ ନଂ – ୧’, ‘କହି ପ୍ୟାର ନ ହୋ ଜାୟେ’ ପରି ସୁପରହିଟ୍‌ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ୨୦୦୩ରେ ପୂଜା ଡ. ସୋନୁ ଏସ୍‌ ଆଲୁଓ୍ବାଲିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ପରେ କ୍ୟାରିୟର ଛାଡ଼ି ସେ ବିଦେଶ ଚାଲିଗଲେ। କିନ୍ତୁ ବିବାହର ୯ ବର୍ଷ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଁ ପୂଜା ନିଷ୍ପତ୍ତି ନେଇଥିଲେ। ଏହା ପରଠାରୁ ପୂଜା ରିଲେସନଶିିପ୍‌କୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri