ଏସ୍‌ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା

କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍‌ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍‌ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ବୁଧବାର ଭୋର ୫ଟାରେ ଏସ୍‌ସିବି ମେଡିକାଲ ଗସ୍ତ କରିଥିଲେ। ୫-ଟି ସଚିବ ଆସୁଛନ୍ତି ବୋଲି ମଙ୍ଗଳବାର ମଧ୍ୟରାତ୍ରରୁ ସୂଚନା ମିଳିଯାଇଥିଲା। ଫଳରେ ସନ୍ଧ୍ୟା ୫ଟାରୁ ଘରକୁ ପଳାଇଥିବା ଉଚ୍ଚ ଅଧିକାରୀ ଓ ଡାକ୍ତରମାନେ ରାତି ଅନିଦ୍ରା ହୋଇ ଜଗି ବସିଥିଲେ। କାଜୁଆଲ୍‌ଟିରେ ହସ୍ପିଟାଲ ମ୍ୟାନେଜର ବସିଥିବା ବେଳେ ଆର୍‌ଡିସି (ଆଞ୍ଚଳିକ ନିଦାନ କେନ୍ଦ୍ର)ରେ ମେଡିକାଲ ପ୍ରଶାସନିକ ଅଧିକାରୀ ଓ ଅଧୀକ୍ଷକଙ୍କ ଅଫିସରେ ପ୍ରଫେସରମାନେ ଉପସ୍ଥିତ ଥିଲେ। ପ୍ରଥମେ ସେମାନେ ପଲ୍‌ମନାରି ମେଡିସିନ ବିଭାଗ ବାଟ ଦେଇ ମେଡିକାଲ ଖେଳ ପଡ଼ିଆକୁ ଯାଇଥିଲେ। ସେଠାରେ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ(ବୋସ୍‌) ଗଡ଼ା ନିକଟକୁ ଏକ ରାସ୍ତା ଖୋଲିବା ପାଇଁ ଆଲୋଚନା କରିଥିଲେ। ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ପ୍ରଶସ୍ତୀକରଣ ଉପରେ ତର୍ଜମା କରାଯାଇଥିଲା। ଏହାପରେ ମେଡିକାଲର ପୁରୁଣା ଆଉଟ୍‌ଡୋର ନିକଟସ୍ଥ ଜାଗା ବୁଲି ଦେଖିଥିଲେ। ମୁଖ୍ୟତଃ କେଉଁଠି ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ କରାଯିବ ସେ ସମ୍ପର୍କରେ ମେଡିକାଲ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଥିଲା। ପରେ ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ଚାମ୍ବରରେ ଅନୁଷ୍ଠିତ ବୈଠକରେ ସେମାନେ ଯୋଗଦେଇଥିଲେ। ବୈଠକ ଶେଷକରି ସକାଳ ୬ଟା ସୁଦ୍ଧା ସେମାନେ ଭୁବନେଶ୍ୱର ଫେରିଯାଇଥିଲେ।
ପ୍ରିନ୍ସିପାଲଙ୍କ ଚାମ୍ବରରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ସଚିବାଳୟରେ ଏସ୍‌ସିବିର ସମସ୍ତ ବିଭାଗର ମୁଖ୍ୟ, ଅଧୀକ୍ଷକ, ପ୍ରିନ୍ସିପାଲ ଓ ପ୍ରଶାସନିକ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏସ୍‌ସିବି ମେଡିକାଲ ପାଇଁ ବହୁକୋଟି ଟଙ୍କାର ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ତେବେ ପାଣ୍ଡିଆନ ଓ ଅନ୍ୟ ଦୁଇ ଆଇଏଏସ୍‌ ଅଧିକାରୀଙ୍କ ଗସ୍ତକୁ ନେଇ ସାମାଜିକ କର୍ମୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ସାମାଜିକ କର୍ମୀ ଉମେଶ ବିଶ୍ୱାଳ କହିଛନ୍ତି, ଯଦି ୫-ଟି ସଚିବ ଏସ୍‌ସିବି ମେଡିକାଲର ପ୍ରକୃତ ଅବସ୍ଥା ଜାଣିବାକୁ ଇଚ୍ଛା କରୁଥିଲେ, ତେବେ ଭୋର ସମୟରେ ନ ଆସି ପୂର୍ବାହ୍ନ ୧୦ଟା ପରେ ଆସିଥିଲେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିଥାନ୍ତେ। ନିରାମୟ କେନ୍ଦ୍ରଠାରୁ ଆରମ୍ଭ କରି ନିଦାନ କେନ୍ଦ୍ର ପର୍ଯ୍ୟନ୍ତ ରୋଗୀଙ୍କର ଲମ୍ବା ଲାଇନ କେତେ କଷ୍ଟ ତାହା ହୃଦ୍‌ବୋଧ କରିଥାନ୍ତେ। ଯାଜପୁର ଅଞ୍ଚଳରୁ ଆସିଥିବା ମନୋରଞ୍ଜନ ସିଂ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ କୁହନ୍ତି, ୫-ଟି ସଚିବ ମେଡିକାଲ ରାସ୍ତା ଦେଇ ଚାଲିଗଲେ। ୱାର୍ଡ ଭିତରକୁ ପଶିଥିଲେ ଭିତିରି କଥା ଜାଣିଥାନ୍ତେ। ରାସ୍ତା ଦେଇ ଚାମ୍ବରରେ ବୈଠକ କରିବାର ମାନେ କିଛି ନାହିଁ। ତେବେ ୫-ଟି ସଚିବଙ୍କ ଏହି ଗସ୍ତ ସମୟରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ୱର ସିଂ, ଏସ୍‌ସିବି ମେଡିକାଲ କଲେଜ ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସରୋଜକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri