ଜଗତ୍ସିଂହପୁର ଅଫିସ୍, ୨୫।୧
ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍ଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲରେ ହେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଫର୍ମ ପୂରଣ ପାଇଁ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। କିନ୍ତୁ ବିଗତ ବର୍ଷଗୁଡିକ ଫି’ ତୁଳନାରେ ଚଳିତବର୍ଷ ଅହେତୁକ ବୃଦ୍ଧି କରାଯାଇଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ଶୁକ୍ରବାର ମହାବିଦ୍ୟାଳୟରେ ଆନ୍ଦୋଳନ କରିଥିଲେ। ଅଧ୍ୟକ୍ଷା ନୀତାରାଣୀ କର ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କଲାପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଅଧ୍ୟକ୍ଷା କର କହିଛନ୍ତି, ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ସରକାର ଫି’ ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ମୁତାବକ ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ମହାବିଦ୍ୟାଳୟ ଫର୍ମ ପୂରଣ ଫି’ ବୃଦ୍ଧି କରିଛନ୍ତି। ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ୨ୟ ସେମିଷ୍ଟର ଫର୍ମ ପୂରଣ ଫି’ ୧ମ ସେମିଷ୍ଟର ତୁଳନାରେ ବୃଦ୍ଧି ପାଇଛି। ଛାତ୍ରୀଛାତ୍ରମାନେ ଏହା ଜାଣି ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ବୋଲି ଅଧ୍ୟକ୍ଷା କହିଛନ୍ତି।
ସୂଚନାଯୋଗ୍ୟ ଯେ, କଲେଜର ୨ୟ ଓ ୩ୟ ବର୍ଷର ଛାତ୍ରୀଛାତ୍ରମାନେ ୧ମ ଓ ୨ୟ ସେମିଷ୍ଟର ଫି’ ବାବଦରେ ୪୫୦ ଟଙ୍କା ଲେଖାଏଁ ଦେଉଥିଲେ। ଚଳିତବର୍ଷ ଏହି ଫି ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ମାସିକ ଟ୍ୟୁଶନ୍ ଫି’ ମିଶାଯାଇ ଫର୍ମ ପୂରଣ ପୂର୍ବରୁ ନିଆଯାଉଛି। ତେଣୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
Posted inଜଗତ୍ସିଂହପୁର View All
କଲେଜ ଫେୟାରଓ୍ବେଲ୍ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…
ଜଗତ୍ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…
ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…
ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍ପିଏମ୍) ୩ରେ ବୁଧବାର ଲାଗିଛି।…
୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ
ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…
ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ
ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…
ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…
ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…
ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…
ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…
ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ
ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍ ଦିଗରେ…
ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ
ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…
Archives

