ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ

ଜଗତ୍‌ସିଂହପୁର ଅଫିସ୍‌,୨୮ା୧: ଜଗତ୍‌ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍‌ଭିଏମ୍‌) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ସୋମବାର ଉଗ୍ର ରୂପ ନେଇଛି। ରିଡର ମହାନ୍ତି ୫ ବାହୁବଳୀଙ୍କୁ ଆଣି ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏଥିସହ ବାହୁବଳୀ ୫ ଓ ଭଡାରେ ଆସିଥିବା କାର ଚାଳକ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ କଟକ ବଜ୍ରକବାଟୀରେ ରହୁଥିବା କେଉଁଝର ଜିଲା ହରିଚନ୍ଦନପୁର ଠାକୁରପଡ଼ାର ସୁନୀଲ ମହନ୍ତ (୩୦), କଟକ ଶଙ୍କରପୁର ଉପର ସାହିର ସର୍ବେଶ୍ୱର ସ୍ବାଇଁ(୫୦), ରାଜାବଗିଚାର ସନ୍ତୋଷ ଗୋଛାୟତ(୨୩), ସୁରେଶ ନାୟକ (୨୫), ଶଙ୍କରପୁର ବାଲିସାହିର ପ୍ରକାଶ ଚନ୍ଦ୍ର ଧଳ (୨୫) ଓ କାର ଚାଳକ ନୟାଗଡ଼ ଜିଲା ଖଣ୍ଡପଡ଼ା କୁମ୍ଭାର ସାହିର ପ୍ରଶାନ୍ତ ଦାସ। ଜଗତ୍‌ସିଂହପୁର ଥାନା ଏସ୍‌ଆଇ ରବିନାରାୟଣ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୩୪/୨୦ ରୁଜୁ କରି ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏଥିସହ ପୋଲିସ ଏକ ୦.୩୨ ଏମ୍‌ଏମ୍‌ ରିଭରଭ, ୬ ଜୀବନ୍ତ ଗୁଳି ଓ ଏକ କାର ଜବତ କରିଥିବା ଏସ୍‌ଡିପିସି ରବି ନାରାୟଣ ଶତପଥୀ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ କହିଛନ୍ତି, ସୋମବାର ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଯୋଗୁ ପରିସ୍ଥିତି ଅଣାୟତ୍ତ ହେଉଥିବା ଅଧ୍ୟକ୍ଷା ନୀତାରାଣୀ କର ସୂଚନା ଦେଇଥିଲେ। ଏହାପରେ ସେ ଏସ୍‌ଆଇ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପହଞ୍ଚତ୍ଥିଲେ। ଅଧ୍ୟକ୍ଷା ଓ ସେ ପିଲାଙ୍କୁ ଆନ୍ଦୋଳନରୁ ଓହରିଯିବାକୁ କହିଥିଲେ। ଫଳରେ କିଛି ସମୟ ପରିବେଶ ଶାନ୍ତ ହେଉଥିବାବେଳେ ପୁଣି ପିଲା ଆସି ହୋହଲ୍ଲା କରୁଥିଲେ। ଦାବି ଥିଲା ବାଣିଜ୍ୟ ବିଭାଗର ଅଧ୍ୟାପକ ବେହେରାଙ୍କ ଟ୍ୟୁସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଛାତ୍ରୀଛାତ୍ରଙ୍କ ଏହି ଦାବି ଉପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବିଚାର କରିବେ ବୋଲି କୁହାଯିବାରୁ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ହେଲେ କିଛି ସମୟ ପରେ ବାଣିଜ୍ୟ ବିଭାଗ ଆଡୁ ଏହି ଛାତ୍ରୀଛାତ୍ର ପୁଣି ଆସି ଅନୁରୂପ ଦାବି କରିଥିଲେ। କିଛି ସମୟ ପରେ ଜଣାଯାଇଥିଲାଯେ, ବାଣିଜ୍ୟ ବିଭାଗ ରିଡର ମହାନ୍ତି କଟକରୁ ବାହୁବଳୀ ଆଣି ଅଧ୍ୟାପକ ବେହେରାଙ୍କୁ ଭୟଭୀତ କରୁଛନ୍ତି। ଏହାଶୁଣି ଏସ୍‌ଆଇ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ବାଣିଜ୍ୟ ବିଭାଗ ନିକଟକୁ ଗଲାପରେ କାର ଭିତରେ ୪ ଓ ବାହାରେ ୨ ଜଣ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ରିଡର ମହାନ୍ତି ବିଭାଗ ପରିସରରେ ଥିଲେ। ପୋଲିସ କାର ଭିତରେ ଓ ବାହାରେ ଥିବା ୬ ଜଣଙ୍କ ପରିଚୟ ମାଗିବାରୁ ସେମାନେ ରିଡର ମହାନ୍ତିଙ୍କ ସାଥିରେ ଆସିଥିବା କହିଥିଲେ। ପରେ ରିଡର ମହାନ୍ତିଙ୍କୁ ପୋଲିସ ଡାକିଥିଲା। ରିଡର ମହାନ୍ତି ପହଞ୍ଚତ୍ଲା ପରେ ନିଜ ସୁରକ୍ଷା ପାଇଁ ବାହୁବଳୀଙ୍କୁ ଆଣିଥିବା ସ୍ବୀକାର କରିଥିଲେ। ୨୫ ତାରିଖରେ ବାଣିଜ୍ୟ ବିଭାଗ ସେମିନାର ଥିଲା। ଏହିଦିନ ରିଡର ମହାନ୍ତି ଓ ଅଧ୍ୟାପକ ବେହେରାଙ୍କ ଭିତରେ ହାତାହାତି ହୋଇଥିଲା। ମହାନ୍ତି ଏ ସମ୍ପର୍କରେ ଅଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ରିଡର ମହାନ୍ତିଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା କର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri