ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ମିଳିପାରି ନ ଥିଲା। ଯେଉଁ କାରଣରୁ ଏହି ଛାତ୍ରୀଛାତ୍ର ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ, ଏପରି କି ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ଦର୍ଶାଇ ଆନ୍ଦୋଳନ କରିଥିଲେ। ତେବେ କାହିଁକି ଏହି ଛାତ୍ରୀଛାତ୍ରଙ୍କୁ ସାର୍ଟିଫିକେଟ୍‌ ମିଳିବାରେ ବାଧା ସୃଷ୍ଟି ହେଲା ତା’ ଉପରେ ତଦନ୍ତ ହେବାରୁ ବେଆଇନ ନାମଲେଖା କଥା ପଦାକୁ ଆସିଥିଲା। ଯେହେତୁ ଏହା ଛାତ୍ରୀଛାତ୍ରଙ୍କ ତ୍ରୁଟି ନୁହେଁ ତେଣୁ ସରକାର ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ୧୨୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨୧ ଜଣଙ୍କ ବିଶ୍ୱବିଦ୍ୟାଳୟ ପଞ୍ଜୀକରଣ ସଂଖ୍ୟା ମହାବିଦ୍ୟାଳୟକୁ ଆସିଯାଇଛି। ଅବଶିଷ୍ଟ ୩ ଜଣ ସାର୍ଟିଫିକେଟ୍‌ ପାଇବା ନେଇ ଆନ୍ତରିକତା ପ୍ରକାଶ କରି ନ ଥିବା ଅଧ୍ୟକ୍ଷ ନୀତାରାଣୀ କର ସୂଚନା ଦେଇଛନ୍ତି।
କର କହିଛନ୍ତି, ଏଣିକି ୧୨୧ ଛାତ୍ରୀଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ପାଇବା ପାଇଁ ଆବେଦନ କରି ଏହା ହାସଲ କରିପାରିବେ। ତେବେ ଏଭଳି ବେଆଇନ ନାମଲେଖା ପାଇଁ ମହାବିଦ୍ୟାଳୟର ୨ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ ଚାକିରିରୁ ବହିଷ୍କୃତ କରି ଦିଆଯାଇଛି। ସେମାନେ ହେଲେ ଯୁକ୍ତ ତିନି ବିଭାଗ ଡିଇଓ ପ୍ରଦୀପ୍ତ କୁମାର ଜେନା ଓ ଯୁକ୍ତ ଦୁଇର ବିଜ୍ଞାନ ମିହିର ମହାନ୍ତି। ସେହିପରି ସେ ସମୟରେ ନାମଲେଖା ଦାୟିତ୍ୱରେ ଥିବା ବାଣିଜ୍ୟ ବିଭାଗ ଅଧ୍ୟାପକ ଧୀରେନ କୁମାର ମହାନ୍ତିଙ୍କ ଦରମା ବନ୍ଦ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ସାସ୍ବତ ମିଶ୍ର ଚିଠି କରିଛନ୍ତି। ଏଥିସହ ମହାନ୍ତିଙ୍କୁ ସବୁଦିନ ପାଇଁ ଗ୍ରାଣ୍ଟ ଇନ୍‌ ଏଡ୍‌ (ଦରମା) ବନ୍ଦ ସଂକ୍ରାନ୍ତୀୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ବେଆଇନ ଭାବେ ଛାତ୍ରୀଛାତ୍ରଙ୍କୁ ନାମ ଲେଖାଇଥିବାରୁ କାହିଁକି ତୁମର ଗ୍ରାଣ୍ଟ ଇନ୍‌ ଏଡ୍‌ (ଦରମା) ବନ୍ଦ କରି ଦିଆ ନ ଯିବ ତା’ର ଉତ୍ତର ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଦିଅ। ଏହି ପ୍ରସଙ୍ଗ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।
୨୦୧୫ରେ ଯୁକ୍ତ ତିନିରେ ନାମ ଲେଖାଇଥିବା ୧୨୪ ଛାତ୍ରୀଛାତ୍ରଙ୍କୁ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ନ ମିଳିବାରୁ ସେମାନେ ଅଭିଯୋଗ କଲାପରେ ଏହା ଉପରେ ତଦନ୍ତ ହୋଇଥିଲା। ଶେଷରେ ଜଣାଯାଇଥିଲା, ପାସ୍‌ କରିଥିବା ୧୨୪ ଛାତ୍ରୀଛାତ୍ରଙ୍କ ନାମଲେଖା ଅନିୟମିତତା ଭିତ୍ତିରେ ହୋଇଛି। ଅର୍ଥାତ୍‌ ଯେଉଁ ମାଧ୍ୟମରେ ନାମଲେଖା ହେବା କଥା ତାହା କାଗଜପତ୍ରରେ ଠିକ ଭାବେ କରାଯାଇ ନାହିଁ। ଏପରି କି ଅନେକଙ୍କ ନାମରେ ଜାଲ ଦସ୍ତଖତ ହୋଇଥିଲା। ଅନୁଧ୍ୟାନ ସମୟରେ ତତ୍କାଳୀନ ଅଧ୍ୟକ୍ଷଙ୍କ ଜାଲ ଦସ୍ତଖତ ସଭ୍ୟଙ୍କୁ ବିସ୍ମିତ କରିଥିଲା। କୌଣସି ବାଟରେ ରସିଦ୍‌ କଟାଯାଇ ନାମ ଲେଖା ଯାଇଥିଲା। ମହାବିଦ୍ୟାଳୟ ତରଫରୁ ପରିଚାଳନା ସମିତି ସଭାପତି ତଥା ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଭେଟି ସବୁ କଥା କହିବା ସହ ପ୍ରତିକାର ପାଇଁ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ୨ ଡିଇଓଙ୍କୁ କାର୍ଯ୍ୟରୁ ନିବୃତ୍ତ ରଖାଯାଇଥିଲା। କେବଳ ଏତିକି ନୁହେଁ ରିଡର ମହାନ୍ତି ଅନ୍ୟ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ଗତମାସ ୨୫ ତାରିଖରେ ବିଭାଗର ଅନ୍ୟତମ କନିଷ୍ଠ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ସହ ତାଙ୍କର ବିଭାଗୀୟ ସେମିନାରକୁ ନେଇ ଗଣ୍ଡଗୋଳ ହୋଇଥିଲା। ୨୭ ତାରିଖରେ ରିଡର ମହାନ୍ତି ୫ ଭଡାଟିଆ ବାହୁବଳୀଙ୍କୁ ଆଣି ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗକ୍ରମେ ଗିରଫ ହୋଇ ଜେଲ ଯାଇଥିଲେ। ସେତେବେଳେ ୫ ବାହୁବଳୀ ଓ ଭଡାରେ ଆସିଥିବା କାର ଚାଳକ ମଧ୍ୟ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ନିକଟରୁ ଏକ ୦.୩୨ ଏମ୍‌ଏମ୍‌ ରିଭରଭର, ୬ ରାଉଣ୍ଡ ଜୀବନ୍ତ ଗୁଳି ଓ କାର (ସଂଖ୍ୟା ଓଡି ୦୫ଟି ୦୦୭୪) ଜବତ ହୋଇଥିଲା। ମାମଲାରେ ମହାନ୍ତିଙ୍କୁ ନିଲମ୍ବନ ପରିବର୍ତ୍ତେ ପୁନଃ କାର୍ଯ୍ୟରେ ଯୋଗ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ପ୍ରସଙ୍ଗ ମଧ୍ୟ ଏବେ ଅଡୁଆ ସ୍ଥିତିରେ ଅଛି। କାରଣ ସରକାରୀ ନିୟମ ଅନୁଯାୟୀ କେହି କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ଜେଲରେ ରହିଲେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବ। ଏହି ନିୟମ ମହାନ୍ତିଙ୍କ କ୍ଷେତ୍ରରେ ଲାଗୁ କରାଯାଇନାହିଁ। ଅନ୍ୟପକ୍ଷରେ ଅଧ୍ୟାପକ ବେହେରା ଛୁରୀ ଧରି ଗୋଡାଇଥିବା ସମ୍ପର୍କରେ ରିଡର ମହାନ୍ତି ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଏହା ଉପରେ ଏକ ପାଲଟା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ସେ ଗିରଫ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri