ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣା

ଜେକେପୁର, ୨୨।୫(ଡି.ଏନ୍‌.ଏ.)- ଜେକେପୁର ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍‌ ପୋଲିସଠାରୁ ଆରମ୍ଭ କରି ଜିଲା ସାଇଣ୍ଟିଫିକ୍‌ ଟିମ ସହ ଚାନ୍ଦିଲି ଥାନା ପୋଲିସ ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ ଟେର ପାଉନି ପୋଲିସ। ଅପରପକ୍ଷେ ବ୍ୟାଙ୍କ କର୍ତ୍ତୃପକ୍ଷ ତଦନ୍ତରେ ସହଯୋଗ କରୁ ନ ଥିବା ପୋଲିସ କହିଛି। ଏହି ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ହାତ ଥାଇପାରେ ବୋଲି ଚାନ୍ଦିଲି ପୋଲିସ ଅନୁମାନ କରୁଛି। ତେବେ ଲୁଟ୍‌ ଦିନରୁ ଏଟିଏମ୍‌ଟି ବନ୍ଦ ରହିଥିବା ଯୋଗୁ ଲୋକେ ହଇରାଣ ହେଉଛନ୍ତି। ଜେକେପୁର ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଏଠି ବାହାରୁ ମଧ୍ୟ ଅନେକ ଲୋକ ଆସନ୍ତି। ଆବଶ୍ୟକ ମୁତାବକ ଟଙ୍କା ନ ଥିବାରୁ ହଇରାଣ ହେଉଥିବା ସେମାନେ କହିଛନ୍ତି। ତେବେ ଏଟିଏମ୍‌କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ୨୦ ଦିନ ତଳେ ଚାବି ଦିଆ ଯାଇଥିଲେ ମଧ୍ୟ ସେମାନେ ତାହା କାର୍ଯ୍ୟକ୍ଷମ କରାଇ ନାହାନ୍ତି। ଏ ନେଇ ଚ୍ୟାନେଲ ମ୍ୟାନେଜର ରାଜାରାମ ସାମଲଙ୍କୁ ପଚାରିବାରୁ, ସେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କିଛି କହିପାରିବେ ନାହିଁ ା ଏହି ଘଟଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପୋଲିସକୁ ପ୍ରଦାନ କରାଯାଇଛି, ସେଠାରୁ ସଂଗ୍ରହ କରନ୍ତୁ ବୋଲି ବେପାରୁଆ ଭାବେ ଉତ୍ତର ରଖିଛନ୍ତି। ସୂଚନାଯୋଗ୍ୟ ଯେ, ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର-କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାର ଏଲପିଏସ୍‌ ସ୍କୁଲ ସମ୍ମୁଖସ୍ଥ ଏସ୍‌ବିଆଇ ଏଟିଏମକୁ ମାର୍ଚ୍ଚ ୨୩ରେ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। ଖବର ପାଇ ଏସ୍‌ପି ଶ୍ରବଣ ବିବେକ ଏମ୍‌, ରାୟଗଡା ଏସ୍‌ଡିପିଓ ତପନ ନାରାୟଣ ରଥ, ଡିଏସପି ସତ୍ୟପ୍ରକାଶ ଭୂୟାଁ ଓ ଚାନ୍ଦିଲି ପୋଲିସକୁ ଘଟଣାର ତଦନ୍ତ ଭାର ଦେଇଥିଲେ। ଡଗ୍‌ସ୍କ୍ବାଡ଼୍‌, ସାଇଣ୍ଟିଫିକ୍‌ ଟିମ୍‌ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ୪ଜଣ ସାମିଲ ଥିବା ସିସିଟିଭି ଫୁଟେଜ୍‌ରେ ଦେଖା ଯାଇଥିଲେ ସୁଦ୍ଧା ସେମାନଙ୍କ ଚେହେରା ସ୍ପଷ୍ଟ ହୋଇ ପାରି ନ ଥିଲା। ଦୁର୍ବୃତ୍ତମାନେ ଏଟିଏମ୍‌କୁ ମେଶିନ୍‌କୁ ଏକ ବୋଲେରୋ (ଓଆର-୧୯ଏ-୪୮୬୦)ରେ ନେଇ ଯାଇଥିଲେ। ଉକ୍ତ ଗାଡିକୁ ପୋଲିସ ଘଟଣାର ପରଦିନ ୩୨୬ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଘାଟି ପୂର୍ବରୁ ଥିବା ଲିଙ୍ଗାଗୁଡା ଗ୍ରାମ ନିକଟରୁ ଉଦ୍ଧାର କରିଥିଲା। ତେଲ ସରି ଯାଇଥିବାରୁ ଲୁଟେରାମାନେ ଏହି ଗାଡିକୁ ଛାଡି ଚାଲି ଯାଇଥିଲେ। ତେବେ ଘଟଣା ଦିନ ସକାଳେ ଗାଡି ଚୋରି ହୋଇଥିବା ନେଇ ମାଲିକ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲେ ମଧ୍ୟ ପୋଲିସ କୌଣସି ସୁରାକ୍‌ ପାଇ ନ ଥିଲା। ଏହି ଏଟିଏମ୍‌ରେ ୧୩ଲକ୍ଷ ୨୫ହଜାର ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri