Posted inଖେଳ

ଏସିଆନ୍‌ ଉଷୁ ଚାମ୍ପିୟନଶିପ୍‌ :ବବଲୁ ମୁଣ୍ଡାଙ୍କୁ ରୌପ୍ୟ ପଦକ

ଯୋଡ଼ା/କେନ୍ଦୁଝର୨୪।୮(ଡି.ଏନ.ଏ.)- ବ୍ରୁନେଇଠାରେ ଅନୁଷ୍ଠିତ ୧୦ମ ଜୁନିୟର ଉଷୁ ଚାମ୍ପିୟନଶିିପ୍‌ରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡା ଗ୍ରାମର ବବଲୁ ମୁଣ୍ଡା ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ୧୬ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ୪୫ କେଜି ବର୍ଗରେ ସେ ଏହି ପଦକ ହାସଲ କରିଛନ୍ତି।
ସେମିଫାଇନାଲରେ ବବଲୁ ଭିଏତନାମ୍‌ ପ୍ରତିଯୋଗୀଙ୍କ ସହିତ କଡା ମୁକାବିଲା କରି ଫାଇନାଲରେ ପ୍ରବେଶ କରିଥିଲେ ା ଫାଇନାଲ୍‌ରେ ଉଚ୍ଚକୋଟ୍ଟୀର କୌଶଳ ପ୍ରଦର୍ଶନ ସତ୍ତ୍ୱେ ବବଲୁ ଇରାନ୍‌ ପ୍ରତିଯୋଗୀଙ୍କଠାରୁ ହାରିଯାଇଥିଲେ ା ବବଲୁ ୨ୟ ସ୍ଥାନରେ ରହି ହାସଲ କରିଥିବା ରୌପ୍ୟ ପଦକ ତାଙ୍କର ଦ୍ୱିତୀୟ ଆନ୍ତର୍ଜାତିକ ପଦକ ା ଏଥିପୂର୍ବରୁ ୨୦୧୮ ଜୁଲାଇରେ ବ୍ରାଜିଲଠାରେ ଅନୁଷ୍ଠିତ ୭ମ ବିଶ୍ୱ ଉଷୁ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଥିଲେ ା
ବ୍ରୁନେଇଠାରେ ଅନୁଷ୍ଠିତ ଉଷୁ ଚାମ୍ପିୟନଶିିପ୍‌ରେ ୧୬ ଦେଶରୁ ୩୯୮ ପ୍ରତିଯୋଗୀ ଭାଗ ନେଇଥିଲେ। ଏକମାତ୍ର ଓଡିଆ ଭାବେ ବବଲୁ ୨୨ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଥିଲେ ା ବବଲୁଙ୍କର ଏହି ସଫଳତା ପାଇଁ ତାଙ୍କ ପ୍ରଶିକ୍ଷକ ପଙ୍କଜ ମହାନ୍ତ, ଓଡିଶା ଉଷୁ ଆସୋସିଏଶନ, ଭାରତୀୟ ଉଷୁ ଆସୋସିଏଶନ, କେନ୍ଦୁଝର ଜିଲା ଉଷୁ ଆସୋସିଏସଶନ ଓ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି। ଏଥିସହିତ ଜେଏସପିଏଲ ଫାଉଣ୍ଡେଶନର ସହ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ବବଲୁଙ୍କୁ ଶୁଭେଛା ଜଣାଇ ଗ୍ରାମୀଣ ଅଞ୍ଚଳରେ ଥିବା ଏଭଳି ପ୍ରତିଭା ଖେଳାଳିଙ୍କୁ ଆଗକୁ ନେଇ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ଜେଏସପିଏଲ ଫାଉଣ୍ଡେଶନ ସବୁ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri