ଏଲ୍‌ପିଜି ଯୋଗାଣ ବିଳମ୍ବିତ କଲା ସୌଦି ଆରବ:ଚାହିଦା ମେଣ୍ଟାଇବା ନେଇ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୭।୯:ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଦୁଇଟି ତୈଳ କୂଅ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତକୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବାକୁ ଯାଉଛି। ଏଲ୍‌ପିଜି ଯୋଗାଣ ବିଳମ୍ବିତ ହେବ ବୋଲି ସୌଦି ଆରବ କହିବା ପରେ ଦେଶର ୩ ତୈଳ କମ୍ପାନୀଙ୍କ ମୁଣ୍ଡବ୍ୟଥା ବଢ଼ିଯାଇଛି। ଆଗକୁ ଦଶହରା ସମେତ ଦୀପାବଳି ଆସୁଛି। ଏହି ସମୟରେ ଭାରତରେ ଏଲ୍‌ପିଜି ଚାହିଦା ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ଏବେ ଦେଶର ତୈଳ କମ୍ପାନୀମାନେ ଅନ୍ୟ ବଜାର ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି।
ଇଣ୍ଡିଆନ ଅଏଲ କର୍ପୋରେଶନର ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି ଯେ, ଏସିଆ ବଜାରରେ ଚାହିଦା ବୃଦ୍ଧି ପାଇଥିବାରୁ ଏବେ ବର୍ଦ୍ଧିତ ଏଲ୍‌ପିଜି କେଉଁଠୁ ଆସିବ ସେ ନେଇ ଭାଳେଣି ପଡିଲାଣି। କାରଣ ଭାରତ ପେଟ୍ରୋଲିୟମ ପକ୍ଷରୁ ଏହାକୁ କିଣିବା ଲାଗି ଟେଣ୍ଡର ଜାରି କରାଯାଇଥିଲେ ସୁଦ୍ଧା କୌଣସି ଯୋଗାଣକାରୀ ରାଷ୍ଟ୍ର ଅଦ୍ୟାବଧି ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ସେ କହିଛନ୍ତି ଯେ, ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସୌଦି ଆରବରୁ ଅକ୍ଟୋବର ପାଇଁ ଏଲ୍‌ପିଜି ଆସିବା ବିଳମ୍ବିତ ହେବ। ଆରାମ୍‌କୋ ସମେତ ଅନ୍ୟ ତୈଳ କମ୍ପାନୀମାନେ ଏ ସମ୍ପର୍କରେ ଭାରତକୁ ଜଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ପାର୍ବଣ ଋତୁରେ ଏଲ୍‌ପିଜି ଚାହିଦା ନିଶ୍ଚିତ ଭାବେ ଅଧିକ ରହିବ ବୋଲି ଉଲ୍ଲେଖ କରି ସିଂ କହିଛନ୍ତି ଯେ, ଅଧିକ ଏଲ୍‌ପିଜି ଯୋଗାଡ କରିବା ଲାଗି ଯଥାସାଧ୍ୟ ପ୍ରୟାସ ଚାଲିଛି। ଦେଶ ପାଇଁ ଅକ୍ଟୋବର-ନଭେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ତୈଳ କମ୍ପାନୀ ପକ୍ଷରୁ ଅଧିକ ଏଲ୍‌ପିଜି ଯୋଗାଡ ଲାଗି ଚେଷ୍ଟା ଚାଲିଛି। ସୂଚନାଥାଉ କି, ଏଲ୍‌ପିଜି ଆମଦାନୀ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଦେଶ। ଏହା ନିଜର ଚାହିଦାର ଅର୍ଦ୍ଧାଧିକ ସୌଦି ଆରବ, କାତାର, ଓମାନ ଓ କୁଏତ୍‌ରୁ ହାସଲ କରିଥାଏ। ସେପ୍ଟେମ୍ବରରେ ମୌସୁମୀ ବର୍ଷା ବନ୍ଦ ହେବା ପରେ ଏଲ୍‌ପିଜି ଚାହିଦା ସାଧାରଣତଃ ବଢ଼ିଥାଏ ବୋଲି ସିଂ କହିଛନ୍ତି। ଏହାଛଡ଼ା ଉଜ୍ଜ୍ୱଳା ଯୋଜନା କାରଣରୁ ଦେଶରେ ଏବେ ଏଲ୍‌ପିଜି ଚାହିଦା ଯଥେଷ୍ଟ ବଢ଼ିଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଚଳିତ ସପ୍ତାହରେ ଆରାମ୍‌କୋର ନିଅଣ୍ଟକୁ ଆବୁଧାବୀ ନ୍ୟାଶନାଲ ଅଏଲ୍‌ କୋ. ପୂରଣ କରିଥିଲା। ଦୁଇଟି ଜାହାଜ ଆସନ୍ତା ୨ ସପ୍ତାହ ମଧ୍ୟରେ ଭାରତ ପହଞ୍ଚତ୍ବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୪ରେ ଟୁଇଟ୍‌ କରିଥିଲେ। ତେବେ ସିଂ ଦେଶବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, ଦେଶରେ ଏଲ୍‌ପିଜିର ସଙ୍କଟ ନାହିଁ। ତେବେ ଆଗାମୀ ଦିନରେ ଅତିରିକ୍ତ ଚାହିଦା ମେଣ୍ଟାଇବା ଲାଗି ପୂର୍ବରୁ ପ୍ରସ୍ତୁତ ହେଉଛୁ। ସେ କହିଛନ୍ତି ଯେ, ସୌଦି ଆରବରୁ ପ୍ରାୟ ୬ ଲକ୍ଷ ଟନ ଏଲ୍‌ପିଜି ଆସିବା କମିବ। ବିପିସିଏଲ୍‌ ରିଫାଇନେରିଜ ନିର୍ଦ୍ଦେଶକ ଆର୍‌.ରାମଚନ୍ଦ୍ରନ କହିଛନ୍ତି ଯେ, ଆମ ନିକଟରେ ବିକଳ୍ପ ନାହିଁ। ବିଦେଶରୁ ସର୍ବଦା ଏଲ୍‌ପିଜି ଆମଦାନୀ କରିବାକୁ ହେବ ଏବଂ ସବୁଦିନ ବିଦେଶୀ ଜାହାଜ ଭାରତକୁ ଆସୁଥାଉ ବୋଲି ରାମଚନ୍ଦ୍ରନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri