ଏମ୍‌ଏସ୍‌ଏମ୍‌ଇଙ୍କଠୁ ୫୦% ସାମଗ୍ରୀ କିଣନ୍ତୁ ରାଜ୍ୟ ପିଏସ୍‌ୟୁ

ଭୁବନେଶ୍ୱର,୧୩-୮(ବ୍ୟୁରୋ): କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ) ଗୁଡିକଠାରୁ ୨୫% ସାମଗ୍ରୀ କିଣିବା ପାଇଁ ସରକାର ନୀତି ଆଣିଛନ୍ତି। ମାତ୍ର ରାଜ୍ୟସ୍ତରରେ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ମିଳୁନାହିଁ। ରାଜ୍ୟ ପିଏସ୍‌ୟୁଗୁଡିକ ଧାର୍ଯ୍ୟ ଲକ୍ଷ୍ୟ ୨୦% ସାମଗ୍ରୀ ଏମ୍‌ଏସ୍‌ଏମ୍‌ଇଠାରୁ କ୍ରୟ କରୁ ନ ଥିବା ଦେଖାଯାଉଛି। ଫଳରେ କ୍ଷୁଦ୍ର ଶିଳ୍ପଗୁଡିକୁ ଏହାର ଲାଭ ମିଳୁନାହିଁ। ଏପରି ସ୍ଥିତିରେ ରାଜ୍ୟ ପିଏସ୍‌ୟୁଗୁଡିକ ପାଇଁ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇଙ୍କ ଠାରୁ ୨୫% ସାମଗ୍ରୀ କ୍ରୟ କରିବା ନେଇ ନୀତି ହେବା ପ୍ରୟୋଜନ। ସେହିଭଳି କେଉଁ ପିଏସ୍‌ୟୁ କେତେ ପରିମାଣର ସାମଗ୍ରୀ କ୍ଷୁଦ୍ର ଶିଳ୍ପଗୁଡିକରୁ କିଣୁଛନ୍ତି, ତାର ତର୍ଜମା କରାଯାଉନାହିଁ। ଏହାହେଲେ ଏମ୍‌ଏସ୍‌ଏମ୍‌ଇଗୁଡିକରୁ ବାର୍ଷିକ କେତେ ସାମଗ୍ରୀ କିଣା ହେଉଛି ତାର ପ୍ରକୃତ ସ୍ଥିତି ଜଣାପଡନ୍ତା। ଉକ୍ତ କ୍ଷୁଦ୍ରଶିଳ୍ପଗୁଡିକରୁ ଉତ୍ପାଦିତ ସାମଗ୍ରୀର ୫୦% କେବଳ ରାଜ୍ୟ ପିଏସ୍‌ୟୁଗୁଡିକ କ୍ରୟ କଲେ ସଂସ୍ଥାଗୁଡିକ ଉନ୍ନତ ଲାଭ ଅର୍ଜନ କରିବାକୁ ସକ୍ଷମ ହୁଅନ୍ତେ। ଏହାବାଦ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି) ଏମ୍‌ଏସ୍‌ଏମ୍‌ଇ ସାମଗ୍ରୀର ଅଧିକ ବିକ୍ରି ଏବଂ ଉନ୍ନତ ରପ୍ତାନି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶିଳ୍ପ ସଂଘ ଓସ୍‌ମେ ପକ୍ଷରୁ ଏଠାରେ ଅନୁଷ୍ଠିତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ସମିଟ୍‌ରେ ମତପ୍ରକାଶ ପାଇଛି।
କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ କହିଛନ୍ତି ଯେ, ଏଣ୍ଟରପ୍ରିନ୍ୟେରମାନଙ୍କର ବିକାଶ ଲାଗି ରାଜ୍ୟ ସରକାର ଅନେକ ସ୍କିମ ଘୋଷଣା କରିଛନ୍ତି। ମାତ୍ର ଏହାର ଲାଭ ସେମାନେ ନେଉ ନାହାନ୍ତି। ସରକାରୀ ସ୍ତରରେ ଉଦ୍ୟୋଗୀମାନଙ୍କର ଅନେକ ଆବେଦନ ଖାରଜ ହେଉଛି। ଯୋଜନାର ଲାଭ ନେବା ଲାଗି ସେମାନେ ଉତ୍ସାହ ଦେଖାନ୍ତୁ ବୋଲି ନାଥ ସଂସ୍ଥାଗୁଡିକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, କ୍ଷୁଦ୍ର ଶିଳ୍ପଗୁଡିକ ସାମଗ୍ରୀ କିଣିବା କ୍ଷେତ୍ରରେ ଭଲ କାମ କରୁଛନ୍ତି, ମାତ୍ର ଭେଣ୍ଡର ଉନ୍ନତିକରଣ ଦିଗରେ ଆହୁରି ଉନ୍ନତି ଆଣିବାକୁ ହେବ। ଏ କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାକୁ ପଡିବ। ରାଜ୍ୟରେ ବ୍ୟବସାୟ ବାତାବରଣ ସହଜ କରିବା ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ସେହିଭଳି ଉଦ୍ୟୋଗୀଙ୍କ ଲାଗି ବିଭିନ୍ନ ଯୋଜନା ଘୋଷଣା କରାଯିବ ବୋଲି ନାଥ ସ୍ପଷ୍ଟ କରିଛନ୍ତି।
ଏମ୍‌ଏସ୍‌ଏମ୍‌ଇ ଡିଆଇ କଟକର ଡାଇରେକ୍ଟର ଇନ୍‌ଚାର୍ଜ ଏସ୍‌.କେ. ସାହୁ କହିଛନ୍ତି ଯେ, କ୍ଷୁଦ୍ର ଶିଳ୍ପଠାରୁ ପିଏସ୍‌ୟୁଗୁଡିକର ଉତ୍ପାଦ ସଂଗ୍ରହ ଉନ୍ନତ ହେଲେ ଏହା ଦୀର୍ଘମିଆଦୀ ଭିତ୍ତିରେ ସଂସ୍ଥାଗୁଡିକର ବିକାଶରେ ସହାୟକ ହେବ। ମହିଳା ଉଦ୍ୟୋଗୀଙ୍କ ଲାଗି ରହିଥିବା ସ୍ବତନ୍ତ୍ର ସ୍କିମ ଉପରେ ସେ ଏଠାରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଓସ୍‌ମେ ଅଧ୍ୟକ୍ଷ ଗୌରୀ ଶଙ୍କର ଦାସ, ମହାସଚିବ ସାତ୍ୱିକ ସ୍ବାଇଁ, ଏମ୍‌ସିଏଲ୍‌ ମହାପ୍ରବନ୍ଧକ ମିହିର ଚନ୍ଦ୍ର, ଏନ୍‌ଏସ୍‌ଆଇସି ଏସ୍‌ଟି ଏସ୍‌ସି ହବ୍‌ ମୁଖ୍ୟ ଶୁଭାଶିଷ ଦାସ ଏବଂ ଏମ୍‌ଏସ୍‌ଏମ୍‌ଇ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଦୁଇଦିନ ଧରି ଚାଲିଥିବା ଏମ୍‌ଏସ୍‌ଏମ୍‌ଇ ସମିଟ୍‌ ସୋମବାର ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri