ଏମ୍‌ଏସ୍‌ଏମ୍‌ଇଙ୍କଠୁ ୫୦% ସାମଗ୍ରୀ କିଣନ୍ତୁ ରାଜ୍ୟ ପିଏସ୍‌ୟୁ

ଭୁବନେଶ୍ୱର,୧୩-୮(ବ୍ୟୁରୋ): କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ) ଗୁଡିକଠାରୁ ୨୫% ସାମଗ୍ରୀ କିଣିବା ପାଇଁ ସରକାର ନୀତି ଆଣିଛନ୍ତି। ମାତ୍ର ରାଜ୍ୟସ୍ତରରେ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ମିଳୁନାହିଁ। ରାଜ୍ୟ ପିଏସ୍‌ୟୁଗୁଡିକ ଧାର୍ଯ୍ୟ ଲକ୍ଷ୍ୟ ୨୦% ସାମଗ୍ରୀ ଏମ୍‌ଏସ୍‌ଏମ୍‌ଇଠାରୁ କ୍ରୟ କରୁ ନ ଥିବା ଦେଖାଯାଉଛି। ଫଳରେ କ୍ଷୁଦ୍ର ଶିଳ୍ପଗୁଡିକୁ ଏହାର ଲାଭ ମିଳୁନାହିଁ। ଏପରି ସ୍ଥିତିରେ ରାଜ୍ୟ ପିଏସ୍‌ୟୁଗୁଡିକ ପାଇଁ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇଙ୍କ ଠାରୁ ୨୫% ସାମଗ୍ରୀ କ୍ରୟ କରିବା ନେଇ ନୀତି ହେବା ପ୍ରୟୋଜନ। ସେହିଭଳି କେଉଁ ପିଏସ୍‌ୟୁ କେତେ ପରିମାଣର ସାମଗ୍ରୀ କ୍ଷୁଦ୍ର ଶିଳ୍ପଗୁଡିକରୁ କିଣୁଛନ୍ତି, ତାର ତର୍ଜମା କରାଯାଉନାହିଁ। ଏହାହେଲେ ଏମ୍‌ଏସ୍‌ଏମ୍‌ଇଗୁଡିକରୁ ବାର୍ଷିକ କେତେ ସାମଗ୍ରୀ କିଣା ହେଉଛି ତାର ପ୍ରକୃତ ସ୍ଥିତି ଜଣାପଡନ୍ତା। ଉକ୍ତ କ୍ଷୁଦ୍ରଶିଳ୍ପଗୁଡିକରୁ ଉତ୍ପାଦିତ ସାମଗ୍ରୀର ୫୦% କେବଳ ରାଜ୍ୟ ପିଏସ୍‌ୟୁଗୁଡିକ କ୍ରୟ କଲେ ସଂସ୍ଥାଗୁଡିକ ଉନ୍ନତ ଲାଭ ଅର୍ଜନ କରିବାକୁ ସକ୍ଷମ ହୁଅନ୍ତେ। ଏହାବାଦ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି) ଏମ୍‌ଏସ୍‌ଏମ୍‌ଇ ସାମଗ୍ରୀର ଅଧିକ ବିକ୍ରି ଏବଂ ଉନ୍ନତ ରପ୍ତାନି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶିଳ୍ପ ସଂଘ ଓସ୍‌ମେ ପକ୍ଷରୁ ଏଠାରେ ଅନୁଷ୍ଠିତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ସମିଟ୍‌ରେ ମତପ୍ରକାଶ ପାଇଛି।
କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ କହିଛନ୍ତି ଯେ, ଏଣ୍ଟରପ୍ରିନ୍ୟେରମାନଙ୍କର ବିକାଶ ଲାଗି ରାଜ୍ୟ ସରକାର ଅନେକ ସ୍କିମ ଘୋଷଣା କରିଛନ୍ତି। ମାତ୍ର ଏହାର ଲାଭ ସେମାନେ ନେଉ ନାହାନ୍ତି। ସରକାରୀ ସ୍ତରରେ ଉଦ୍ୟୋଗୀମାନଙ୍କର ଅନେକ ଆବେଦନ ଖାରଜ ହେଉଛି। ଯୋଜନାର ଲାଭ ନେବା ଲାଗି ସେମାନେ ଉତ୍ସାହ ଦେଖାନ୍ତୁ ବୋଲି ନାଥ ସଂସ୍ଥାଗୁଡିକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, କ୍ଷୁଦ୍ର ଶିଳ୍ପଗୁଡିକ ସାମଗ୍ରୀ କିଣିବା କ୍ଷେତ୍ରରେ ଭଲ କାମ କରୁଛନ୍ତି, ମାତ୍ର ଭେଣ୍ଡର ଉନ୍ନତିକରଣ ଦିଗରେ ଆହୁରି ଉନ୍ନତି ଆଣିବାକୁ ହେବ। ଏ କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାକୁ ପଡିବ। ରାଜ୍ୟରେ ବ୍ୟବସାୟ ବାତାବରଣ ସହଜ କରିବା ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ସେହିଭଳି ଉଦ୍ୟୋଗୀଙ୍କ ଲାଗି ବିଭିନ୍ନ ଯୋଜନା ଘୋଷଣା କରାଯିବ ବୋଲି ନାଥ ସ୍ପଷ୍ଟ କରିଛନ୍ତି।
ଏମ୍‌ଏସ୍‌ଏମ୍‌ଇ ଡିଆଇ କଟକର ଡାଇରେକ୍ଟର ଇନ୍‌ଚାର୍ଜ ଏସ୍‌.କେ. ସାହୁ କହିଛନ୍ତି ଯେ, କ୍ଷୁଦ୍ର ଶିଳ୍ପଠାରୁ ପିଏସ୍‌ୟୁଗୁଡିକର ଉତ୍ପାଦ ସଂଗ୍ରହ ଉନ୍ନତ ହେଲେ ଏହା ଦୀର୍ଘମିଆଦୀ ଭିତ୍ତିରେ ସଂସ୍ଥାଗୁଡିକର ବିକାଶରେ ସହାୟକ ହେବ। ମହିଳା ଉଦ୍ୟୋଗୀଙ୍କ ଲାଗି ରହିଥିବା ସ୍ବତନ୍ତ୍ର ସ୍କିମ ଉପରେ ସେ ଏଠାରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଓସ୍‌ମେ ଅଧ୍ୟକ୍ଷ ଗୌରୀ ଶଙ୍କର ଦାସ, ମହାସଚିବ ସାତ୍ୱିକ ସ୍ବାଇଁ, ଏମ୍‌ସିଏଲ୍‌ ମହାପ୍ରବନ୍ଧକ ମିହିର ଚନ୍ଦ୍ର, ଏନ୍‌ଏସ୍‌ଆଇସି ଏସ୍‌ଟି ଏସ୍‌ସି ହବ୍‌ ମୁଖ୍ୟ ଶୁଭାଶିଷ ଦାସ ଏବଂ ଏମ୍‌ଏସ୍‌ଏମ୍‌ଇ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଦୁଇଦିନ ଧରି ଚାଲିଥିବା ଏମ୍‌ଏସ୍‌ଏମ୍‌ଇ ସମିଟ୍‌ ସୋମବାର ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri