‘ଏମ୍‌ଏସ୍‌ଏମ୍‌ଇ ପ୍ରତି ନରମ ହୁଅନ୍ତୁ ବ୍ୟାଙ୍କ’

ଭୁବନେଶ୍ୱର,୧୨-୮(ବ୍ୟୁରୋ): ନିଯୁକ୍ତି ସୃଷ୍ଟିରେ ସରକାରଙ୍କୁ ସହାୟତା କରିଥାଏ ଏମ୍‌ଏସ୍‌ଏମ୍‌ଇ ଜଗତ। ଏହି ସେକ୍ଟର ଲୋକଙ୍କୁ ଜୀବିକା ପ୍ରଦାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛିି। ସବୁ ବ୍ୟବସାୟୀ ବିଜୟ ମାଲ୍ୟା କିମ୍ବା ନୀରବ ମୋଦି ନୁହନ୍ତି। ସମସ୍ତେ ବ୍ୟାଙ୍କ ଅର୍ଥକୁ ଠକି ବିଦେଶ ପଳାୟନ କରିବେ ନାହିଁ। ସେହିଭଳି ଋଣ ପରିଶୋଧ କରିବା ଲାଗି ସମୟ ଦରକାର। ବଡ ଭାଗ ଋଣ ପରିଶୋଧ କରିଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କଗୁଡିକ ନରମ ମନୋଭାବ ପୋଷଣ କରିବାକୁ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।
ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମଠାରେ ଓସ୍‌ମେ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌ ଅବସରରେ ଷଡଙ୍ଗୀ କହିଛନ୍ତି ଯେ, ବ୍ୟବସାୟୀ ମାନଙ୍କୁ ବକେୟା ଋଣ ପରିଶୋଧ ଲାଗି ସମୟ ଦେବା ଉଚିତ। ଦେଶର ମାନୁଫାକଚରିଂ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇର ଅବଦାନ ୪୫% ରହିଛି। ଏହାବାଦ ମୋଟ୍‌ ରପ୍ତାନିକୁ ୨୦ ଏବଂ ଦେଶର ଜିଡିପିକୁ ଏହି କ୍ଷେତ୍ରର ଅବଦାନ ୨୮%। ନିଯୁକ୍ତି ସୃଷ୍ଟିରେ କୃଷି ପରେ ଏହା ଦ୍ୱିତୀୟ ବଡ କ୍ଷେତ୍ର। ଉକ୍ତ କ୍ଷେତ୍ର ରୁଗ୍‌ଣ ହେଲେ ଏହା ଦେଶର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ। ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଯୁବତୀଯୁବକଙ୍କ ଉଦ୍ୟୋଗୀ ହେବା ସ୍ବପ୍ନକୁ ପୂରଣ କରିବା ଦିଗରେ ଓସ୍‌ମେ କାର୍ଯ୍ୟ କରୁ ବୋଲି ସେ ଆହ୍ବାନ ଦେଇଛନ୍ତି।
ମିଟ୍‌ରେ ଯୋଗ ଦେଇ ରାଜ୍ୟପାଳ ଗଣେଶୀ ଲାଲ୍‌ ଶିଳ୍ପାୟନ ଯୋଗୁ ହେଉଥିବା ପରିବେଶ କ୍ଷତି ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଳ୍ପ ଜଗତରେ ଉଭୟ ପରିବେଶ ଏବଂ ମଣିଷ ବଞ୍ଚି ରହିବା ଆବଶ୍ୟକ। ପୃଥିବୀକୁ ପରିବେଶ ଜନିତ ବିପଦ ଏବଂ ଜୈବ ଅସମାନତାଠାରୁ ବଞ୍ଚାଇବାର ସମୟ ଆସିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ପଶ୍ଚିମ ଓଡ଼ିଶାର କେସିଙ୍ଗାରେ ଏକ କ୍ଲଷ୍ଟର ନିର୍ମାଣ କରାଯିବ। ରାଜ୍ୟରେ ଏଭଳି ୨ କ୍ଲଷ୍ଟର ସ୍ଥାପନ ଯୋଜନା ରହିଥିବା ବେଳେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ। ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଫନୀ ଦ୍ୱାରା ପ୍ରଭାବିତ ହୋଇଥିବାରୁ ସେମାନଙ୍କ ଲାଗି କେନ୍ଦ୍ର ସରକାର ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାସ ସ୍ବାଗତ ଭାଷଣ ଦେଇଥିଲେ। ଏସ୍‌ଏସ୍‌ଜି ଉତ୍ପାଦଗୁଡିକୁ ରାଜ୍ୟ ସରକାର ସିଧାସଳଖ କିଣିବା ଏବଂ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଏକ ଜେଇଏମ୍‌ ପୋର୍ଟାଲ ବିକଶିତ କରିବାକୁ ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ ଦାବି କରିଛନ୍ତି। ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସଚିବ ଅରୁଣ ପଣ୍ଡା, ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦଙ୍କ ସମେତ ଶିଳ୍ପଜଗତର ପ୍ରତିନିଧିମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri