ଏମ୍‌ଏସ୍‌ଏମ୍‌ଇ ଓ ପାରାଦୀପ ବନ୍ଦରର ପ୍ରଥମ ସମନ୍ବୟ ବୈଠକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବାଟ ଫିଟିବ

ପାରାଦୀପ,୧୭ା୧୨(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ କେବଳ ଖଣିଜ ପଦାର୍ଥ, ଲୁହା, ଷ୍ଟିଲ ଓ କଣ୍ଟେନର ଆମଦାନୀ-ରପ୍ତାନି ହେଉଛି। କିନ୍ତୁ ଓଡ଼ିଶାର ଶିଳ୍ପୋଦ୍ୟୋଗୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପାରାଦୀପ ମାଛଧରା ବନ୍ଦର ସମେତ ଅନ୍ୟ ମାଛଧରା ବନ୍ଦରର ମାଛକୁ ବ୍ୟବସାୟୀ ଅନ୍ୟ ରାଜ୍ୟର ବନ୍ଦର ଦେଇ ବିଦେଶକୁ ରପ୍ତାନି କରୁଛନ୍ତି। ଏଥିସହ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ ସାମଗ୍ରୀ, ଶାଢ଼ି, ତାରକସି କାମ ଆଦିକୁ ମଧ୍ୟ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ଅନ୍ୟ ରାଜ୍ୟର ବନ୍ଦର ବାଟେ ଆମଦାନୀ-ରପ୍ତାନୀ କରୁଛନ୍ତି। ଏହି ପୁରୁଣା ବ୍ୟବସ୍ଥାର ପରିବର୍ତ୍ତନ ଲାଗି ସୋମବାର ପ୍ରଥମ କରି ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ(ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ବିଭାଗ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଗାମୀ ଦିନରେ ଏହି ବନ୍ଦର ଦେଇ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଆମଦାନୀ-ରପ୍ତାନି କରାଯିବାର ସମ୍ଭାବନା ସୃଷ୍ଟି କରାଯାଇଛି। ବୈଠକରେ ଏମ୍‌ଏସ୍‌ଏମ୍‌ଇର ଅତିରିକ୍ତ ସଚିବ ୟୁଏନ୍‌ ଦାସ, ଏକ୍ସପୋର୍ଟ ପ୍ରମୋଶନ ମାକେଟିଂ(ଇପିଏମ୍‌) ନିର୍ଦ୍ଦେଶକ ଶରଣ କୁମାର ଜେନା, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏଡିଏମ୍‌ କାହ୍ନୁଚରଣ ଧୀର, ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ମୀନାକୁମାରୀ ବେହେରା, ଡିଆଇସି ଜିଏମ୍‌ ଏସ୍‌କେ ସାହୁ, ପାରାଦୀପ ବନ୍ଦର ପକ୍ଷରୁ ମୁଖ୍ୟ ଯାନ୍ତ୍ରିକୀକରଣ ଯନ୍ତ୍ରୀ ସରୋଜ କୁମାର ଦାସ, ମ୍ୟାଟେରିଆଲ ମ୍ୟାନେଜର ଜେପି ଯୋଶୀ, ରାଜ୍ୟ କ୍ଷୁଦ୍ରଶିଳ୍ପ ମହାସଂଘ ସଭାପତି ସ୍ବାଭିକ ସ୍ବାଇଁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ୨୦୦୭ରୁ କାର୍ଯ୍ୟକାରୀ ହୋଇଥିଲେ ହେଁ ପାରାଦୀପ ବନ୍ଦର ବ୍ୟବହାର ସମ୍ପର୍କରେ କେବେ ବୈଠକ ହୋଇ ନ ଥିଲା। ଏବେ କେନ୍ଦ୍ର ସରକାର କ୍ଷୁଦ୍ର ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାରୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ବନ୍ଦରରେ ପ୍ରଚଳିତ ନିୟମ ଅନୁସାରେ ଏମ୍‌ଏସ୍‌ଏମ୍‌ଇର ୨୦ପ୍ରତିଶତ, ଅନୁସୂଚିତ ଜାତି, ଜନଜାତିର କ୍ଷୁଦ୍ରଶିଳ୍ପ ପାଇଁ ୪ ପ୍ରତିଶତ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ୩ ପ୍ରତିଶତ ପଣ୍ୟ ଆମଦାନୀ-ରପ୍ତାନି କରାଯିବା କଥା। କିନ୍ତୁ ପାରାଦୀପ ବନ୍ଦରରେ କ୍ଷୁଦ୍ରଶିଳ୍ପ ପାଇଁ ୬୯ ପ୍ରତିଶତ ପଣ୍ୟ କାରବାର ହେଉଥିଲେ ହେଁ ସେସବୁ ଓଡ଼ିଶାର ନୁହେଁ ବୋଲି ବୈଠକରେ ଆଲୋଚନା ହୋଇଥିଲା। କ୍ଷୁଦ୍ରଶିଳ୍ପର ୩୫୮ ପ୍ରକାର ସାମଗ୍ରୀ କାରବାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି। ଏଥିରୁ ଓଡ଼ିଶାର ୨୦୯ ପ୍ରକାର ସାମଗ୍ରୀ ରହିଛି। ସେସବୁକୁ କିପରି ବନ୍ଦର ଦ୍ୱାରା କାରବାର କରାଯିବ ସେଥିପାଇଁ ସଚିବ ଦାସ ପ୍ରସ୍ତାବ ଦେଇଥିଲେ।
ବନ୍ଦର ପକ୍ଷରୁ କୁହାଯାଇଥିଲା, ବନ୍ଦର ଆରମ୍ଭରୁ ଶୁଖିଲା ଖାଦ୍ୟ ସାମଗ୍ରୀ, ପରିବା, ମାଛ ଓ ଔଷଧ ଆଦି ପଣ୍ୟ ପାଇଁ ପାରାଦୀପ ବନ୍ଦରରେ ଭିତ୍ତିଭୂମି ନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ ବନ୍ଦର ୨୦୧୭-୧୮ରୁ ଉଦ୍ୟମ ଆରମ୍ଭ କରିଛି। ସ୍ମାର୍ଟ ଇଣ୍ଡଷ୍ଟିଆଲ ପୋର୍ଟ ସିଟି ଯୋଜନାରେ ଏବେ ଏକ ମଲ୍ଟି ମୋଡାଲ ହବ ରଙ୍ଗିଆଗଡ଼ରେ ନିର୍ମାଣାଧୀନ ଅଛି। ଏହାକୁ କଙ୍କର ନାମକ ସଂସ୍ଥା ନିର୍ମାଣ କରୁଛି। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଆମଦାନୀ-ରପ୍ତାନି ବାଟ ଫିଟିବ। ଏଥିପାଇଁ ସେପ୍ଟେମ୍ବର ମାସରୁ ଏହି ଉଦ୍ୟୋଗୀଙ୍କ ପାଇଁ ନୂଆ ଭେଣ୍ଡର କୋଡ୍‌ ଖୋଲାଯାଇଛି। ଏଥିରେ ଯେକୌଣସି କ୍ଷୁଦ୍ର ଉଦ୍ୟୋଗୀ, ମହିଳା ସମିତି ଆଦି ଅନ୍‌ଲାଇନରେ ଭାଗ ନେଇ ପାରିବେ। ଏପରି ଶିଳ୍ପ ହେଲେ ଓଡ଼ିଶାର ବ୍ୟବସାୟୀଙ୍କୁ ଆଉ ଅଧିକ ଖର୍ଚ୍ଚ କରି ଅନ୍ୟ ରାଜ୍ୟର ବନ୍ଦରକୁ ଯିବାକୁ ପଡ଼ିବ ନାହିଁ। ଅଧିକ କ୍ଷୁଦ୍ର ଉଦ୍ୟୋଗ, ହସ୍ତଶିଳ୍ପ, ଆମଦାନୀ ଭିତ୍ତିକ କାଠ ଶିଳ୍ପର ବିକାଶ ହେବ। ସେଥିରେ ଅଧିକ ମାତ୍ରାରେ ନିଯୁକ୍ତି ସୃଷ୍ଟିହେବ ବୋଲି ମତପ୍ରକାଶ ପାଇଥିଲା। ଏ ନେଇ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାର ଓ ବନ୍ଦର ବିଭାଗୀୟ ଅଧିକାରୀଙ୍କ ପୁଣି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri