ଏମ୍‌ଏଲ୍‌ଏ ଲ୍ୟାଡ୍‌ ଖର୍ଚ୍ଚକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲ୍ୟାଡ୍‌) ମନ୍ଦିର ମରାମତି, ରକ୍ଷଣାବେକ୍ଷଣ କିମ୍ବା ମନ୍ଦିର ଜାଗାରେ କୌଣସି ପ୍ରକାର ନିର୍ମାଣରେ ଖର୍ଚ୍ଚ କରାଯାଇପାରିବ ନାହିଁ। ତେବେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍‌ଏଲ୍‌ଏ ଲ୍ୟାଡ୍‌) ଏ ଦିଗରେ ଖର୍ଚ୍ଚ ହୋଇପାରିବ। ଏଥିପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ରହିଛି ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ପ୍ରଶ୍ନୋତ୍ତର ବେଳେ ସୂଚନା ଦେଇଛନ୍ତି।
ଭାଜପା ସଭ୍ୟ ଜୟନ୍ତ କୁମାର ଷଡ଼ଙ୍ଗୀ ମୂଳପ୍ରଶ୍ନରେ କହିଥିଲେ ଯେ, ଏମ୍‌ପି ଓ ଏମ୍‌ଏଲ୍‌ଏ ଲ୍ୟାଡ୍‌ ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ କେଉଁ କେଉଁ ନୀତିନିୟମ ଓ ପଦ୍ଧତିରେ ଖର୍ଚ୍ଚ କରାଯାଏ। କେଉଁ ପୂର୍ବତନ ବିଧାୟକ ଓ ଏମ୍‌ପିଙ୍କ ପାଣ୍ଠିରୁ କେତେ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି। କେତୋଟି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପୂର୍ଣ୍ଣ ହୋଇଛି। ଆଦୌ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ପ୍ରକଳ୍ପର ନାମ, ଖର୍ଚ୍ଚ ପରିମାଣ କେତେ ସେ ସମ୍ପର୍କରେ ସରକାର ଗୃହକୁ ଅବଗତ କରିବାକୁ ପଚାରିଥିଲେ।
ମନ୍ତ୍ରୀ କହିଥିଲେ ଯେ, ଏମ୍‌ପି ଓ ଏମ୍‌ଏଲ୍‌ଏ ଲ୍ୟାଡ୍‌ ମାର୍ଗଦର୍ଶିତା ଅନୁଯାୟୀ ଅନୁମୋଦିତ ମଞ୍ଜୁର ପ୍ରକଳ୍ପଗୁଡ଼ିକ ପଞ୍ଚାୟତସ୍ତରରେ ପଞ୍ଚାୟତିବିଭାଗ, ମ୍ୟୁନିସିପାଲିଟି ସ୍ତରରେ ନଗର ଉନ୍ନୟନ ବିଭାଗ ପ୍ରଚଳିତ ନିୟମାନୁଯାୟୀ କାର୍ଯ୍ୟକାରୀ କରାଯାଏ। ଏପର୍ଯ୍ୟନ୍ତ ପୂର୍ବତନ ଏମ୍‌ପି ଲ୍ୟାଡ୍‌ରେ ଅନୁମୋଦିତ ଅର୍ଥରେ ୯୨.୭୩% ଅର୍ଥ ଖର୍ଚ୍ଚ ହୋଇ ୧ ଲକ୍ଷ ୩୮ହଜାର ୪୧୧ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ପୂର୍ବତନ ବିଧାୟକଙ୍କ ଏମ୍‌ଏଲ୍‌ଏ ଲ୍ୟାଡ୍‌ରୁ ୮୪.୦୪% ଅର୍ଥ ଖର୍ଚ୍ଚ ହୋଇ ୨ ଲକ୍ଷ ୭୭ ହଜାର ୯୪୫ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଏମ୍‌ପି ଓ ଏମ୍‌ଏଲ୍‌ଏ ଲ୍ୟାଡ୍‌ରେ ଯଥାକ୍ରମେ ୧୧୪୨ ଓ ୫୩୪୦ଟି ପ୍ରକଳ୍ପ ଆରମ୍ଭ ହୋଇ ପାରି ନାହିଁ।
ମୂଳ ପ୍ରଶ୍ନକର୍ତ୍ତା ପୁଣି ପଚାରିଥିଲେ ବହୁ ଏମ୍‌ଏଲ୍‌ଏ ପ୍ରକଳ୍ପ କାର୍ଯ୍ୟାଦେଶ ଥାଇ ମଧ୍ୟ କାମ ହେଉନାହିଁ। ସେଗୁଡ଼ିକ କେବେ କାର୍ଯ୍ୟକାରୀ ହେବ। ମନ୍ତ୍ରୀ କହିଥିଲେ ଓ୍ବାର୍କଅର୍ଡର ହେବାର ୬ ମାସ ମଧ୍ୟରେ ପଇସା ଖର୍ଚ୍ଚ ହେବା କଥା। ଯଦି ପ୍ରକଳ୍ପ ନ ହୁଏ ତେବେ ସେ ଅର୍ଥ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରାଯାଇପାରିବ। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଗଣେଶ ରାମ ସିଂ ଖୁଣ୍ଟିଆ, ବିଜେଡି ସଭ୍ୟ ସୌଭିକ ବିଶ୍ୱାଳ, ଭାଗୀରଥି ସେଠୀ, ପ୍ରଦୀପ ଅମାତ ପ୍ରମୁଖ ଏମଏଲ୍‌ଏ ଲ୍ୟାଡ୍‌ ଖର୍ଚ୍ଚ ନେଇ ଆପତ୍ତି ଉଠାଇଥିଲେ। ଯେଉଁ ଏମ୍‌ପି ଲ୍ୟାଡ୍‌ ଅର୍ଥ ମନ୍ଦିର ମରାମତି, ପୁନରୁଦ୍ଧାର ଓ ତିଆରି ପାଇଁ ଖର୍ଚ୍ଚ କରାଯାଇଛି ସେଗୁଡ଼ିକର ତଦନ୍ତ କରାଯାଇଛି। ଏମ୍‌ଏଲ୍‌ଏ ଲ୍ୟାଡ୍‌ ଅର୍ଥ ମନ୍ଦିର କିମ୍ବା ସ୍କୁଲ ଘର ନିର୍ମାଣରେ ଖର୍ଚ୍ଚ କରିବା ଲାଗି ଯୋଜନା ଓ ସଂଯୋଜନା ବିଭାଗର ଅଫିସରମାନେ ମନା କରୁଛନ୍ତି। ସ୍ପେଶାଲ ଡେଭଲପ୍‌ମେଣ୍ଟ ଫଣ୍ଡ ଅଛି ନା ଏହାକୁ ଉଚ୍ଛେଦ କରାଯାଇଛି। ମନ୍ତ୍ରୀ କହିଥିଲେ ଯେ, ଏମ୍‌ଏଲ୍‌ଏ ଲ୍ୟାଡ୍‌ ଅର୍ଥ ସ୍କୁଲ ଓ ମନ୍ଦିର ପୁନରୁଦ୍ଧାର କରିବାରେ ଖର୍ଚ୍ଚ କରାଯାଇପାରିବ। ଯଦି କୌଣସି ଅଫିସର ମନା କରିଛନ୍ତି ଲିଖିତ ଆକାରରେ ଜଣାଇଲେ ତାହା ସମାଧାନ ହୋଇପାରିବ। ରାଜ୍ୟ ସରକାର ୨୦୨୦-୨୧ ବଜେଟରେ ଏମ୍‌ଏଲ୍‌ଏ ଲ୍ୟାଡ୍‌କୁ ୧ କୋଟିରୁ ୩ କୋଟିକୁ ବୃଦ୍ଧି କରିଛନ୍ତି। ତେବେ ପୂର୍ବରୁ ପ୍ରଚଳିତ ହୋଇଆସୁଥିବା ସ୍ପେଶାଲ ଡେଭଲପ୍‌ମେଣ୍ଟ ଫଣ୍ଡକୁ ଉଚ୍ଛେଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଏହି ପାଣ୍ଠି ପାଇଁ ପ୍ରତ୍ୟେକ ବିଧାନସଭା କ୍ଷେତ୍ରକୁ ୫୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଉଥିଲା। ଏମ୍‌ଏଲ୍‌ଏ ଲ୍ୟାଡ୍‌ ପାଣ୍ଠି ବଢ଼ାଇବା ପରେ ଏହାକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri