ଏମ୍‌ଏଲ୍‌ଏ ଲ୍ୟାଡ୍‌ ଖର୍ଚ୍ଚକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲ୍ୟାଡ୍‌) ମନ୍ଦିର ମରାମତି, ରକ୍ଷଣାବେକ୍ଷଣ କିମ୍ବା ମନ୍ଦିର ଜାଗାରେ କୌଣସି ପ୍ରକାର ନିର୍ମାଣରେ ଖର୍ଚ୍ଚ କରାଯାଇପାରିବ ନାହିଁ। ତେବେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍‌ଏଲ୍‌ଏ ଲ୍ୟାଡ୍‌) ଏ ଦିଗରେ ଖର୍ଚ୍ଚ ହୋଇପାରିବ। ଏଥିପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ରହିଛି ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ପ୍ରଶ୍ନୋତ୍ତର ବେଳେ ସୂଚନା ଦେଇଛନ୍ତି।
ଭାଜପା ସଭ୍ୟ ଜୟନ୍ତ କୁମାର ଷଡ଼ଙ୍ଗୀ ମୂଳପ୍ରଶ୍ନରେ କହିଥିଲେ ଯେ, ଏମ୍‌ପି ଓ ଏମ୍‌ଏଲ୍‌ଏ ଲ୍ୟାଡ୍‌ ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ କେଉଁ କେଉଁ ନୀତିନିୟମ ଓ ପଦ୍ଧତିରେ ଖର୍ଚ୍ଚ କରାଯାଏ। କେଉଁ ପୂର୍ବତନ ବିଧାୟକ ଓ ଏମ୍‌ପିଙ୍କ ପାଣ୍ଠିରୁ କେତେ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି। କେତୋଟି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପୂର୍ଣ୍ଣ ହୋଇଛି। ଆଦୌ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ପ୍ରକଳ୍ପର ନାମ, ଖର୍ଚ୍ଚ ପରିମାଣ କେତେ ସେ ସମ୍ପର୍କରେ ସରକାର ଗୃହକୁ ଅବଗତ କରିବାକୁ ପଚାରିଥିଲେ।
ମନ୍ତ୍ରୀ କହିଥିଲେ ଯେ, ଏମ୍‌ପି ଓ ଏମ୍‌ଏଲ୍‌ଏ ଲ୍ୟାଡ୍‌ ମାର୍ଗଦର୍ଶିତା ଅନୁଯାୟୀ ଅନୁମୋଦିତ ମଞ୍ଜୁର ପ୍ରକଳ୍ପଗୁଡ଼ିକ ପଞ୍ଚାୟତସ୍ତରରେ ପଞ୍ଚାୟତିବିଭାଗ, ମ୍ୟୁନିସିପାଲିଟି ସ୍ତରରେ ନଗର ଉନ୍ନୟନ ବିଭାଗ ପ୍ରଚଳିତ ନିୟମାନୁଯାୟୀ କାର୍ଯ୍ୟକାରୀ କରାଯାଏ। ଏପର୍ଯ୍ୟନ୍ତ ପୂର୍ବତନ ଏମ୍‌ପି ଲ୍ୟାଡ୍‌ରେ ଅନୁମୋଦିତ ଅର୍ଥରେ ୯୨.୭୩% ଅର୍ଥ ଖର୍ଚ୍ଚ ହୋଇ ୧ ଲକ୍ଷ ୩୮ହଜାର ୪୧୧ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ପୂର୍ବତନ ବିଧାୟକଙ୍କ ଏମ୍‌ଏଲ୍‌ଏ ଲ୍ୟାଡ୍‌ରୁ ୮୪.୦୪% ଅର୍ଥ ଖର୍ଚ୍ଚ ହୋଇ ୨ ଲକ୍ଷ ୭୭ ହଜାର ୯୪୫ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଏମ୍‌ପି ଓ ଏମ୍‌ଏଲ୍‌ଏ ଲ୍ୟାଡ୍‌ରେ ଯଥାକ୍ରମେ ୧୧୪୨ ଓ ୫୩୪୦ଟି ପ୍ରକଳ୍ପ ଆରମ୍ଭ ହୋଇ ପାରି ନାହିଁ।
ମୂଳ ପ୍ରଶ୍ନକର୍ତ୍ତା ପୁଣି ପଚାରିଥିଲେ ବହୁ ଏମ୍‌ଏଲ୍‌ଏ ପ୍ରକଳ୍ପ କାର୍ଯ୍ୟାଦେଶ ଥାଇ ମଧ୍ୟ କାମ ହେଉନାହିଁ। ସେଗୁଡ଼ିକ କେବେ କାର୍ଯ୍ୟକାରୀ ହେବ। ମନ୍ତ୍ରୀ କହିଥିଲେ ଓ୍ବାର୍କଅର୍ଡର ହେବାର ୬ ମାସ ମଧ୍ୟରେ ପଇସା ଖର୍ଚ୍ଚ ହେବା କଥା। ଯଦି ପ୍ରକଳ୍ପ ନ ହୁଏ ତେବେ ସେ ଅର୍ଥ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରାଯାଇପାରିବ। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଗଣେଶ ରାମ ସିଂ ଖୁଣ୍ଟିଆ, ବିଜେଡି ସଭ୍ୟ ସୌଭିକ ବିଶ୍ୱାଳ, ଭାଗୀରଥି ସେଠୀ, ପ୍ରଦୀପ ଅମାତ ପ୍ରମୁଖ ଏମଏଲ୍‌ଏ ଲ୍ୟାଡ୍‌ ଖର୍ଚ୍ଚ ନେଇ ଆପତ୍ତି ଉଠାଇଥିଲେ। ଯେଉଁ ଏମ୍‌ପି ଲ୍ୟାଡ୍‌ ଅର୍ଥ ମନ୍ଦିର ମରାମତି, ପୁନରୁଦ୍ଧାର ଓ ତିଆରି ପାଇଁ ଖର୍ଚ୍ଚ କରାଯାଇଛି ସେଗୁଡ଼ିକର ତଦନ୍ତ କରାଯାଇଛି। ଏମ୍‌ଏଲ୍‌ଏ ଲ୍ୟାଡ୍‌ ଅର୍ଥ ମନ୍ଦିର କିମ୍ବା ସ୍କୁଲ ଘର ନିର୍ମାଣରେ ଖର୍ଚ୍ଚ କରିବା ଲାଗି ଯୋଜନା ଓ ସଂଯୋଜନା ବିଭାଗର ଅଫିସରମାନେ ମନା କରୁଛନ୍ତି। ସ୍ପେଶାଲ ଡେଭଲପ୍‌ମେଣ୍ଟ ଫଣ୍ଡ ଅଛି ନା ଏହାକୁ ଉଚ୍ଛେଦ କରାଯାଇଛି। ମନ୍ତ୍ରୀ କହିଥିଲେ ଯେ, ଏମ୍‌ଏଲ୍‌ଏ ଲ୍ୟାଡ୍‌ ଅର୍ଥ ସ୍କୁଲ ଓ ମନ୍ଦିର ପୁନରୁଦ୍ଧାର କରିବାରେ ଖର୍ଚ୍ଚ କରାଯାଇପାରିବ। ଯଦି କୌଣସି ଅଫିସର ମନା କରିଛନ୍ତି ଲିଖିତ ଆକାରରେ ଜଣାଇଲେ ତାହା ସମାଧାନ ହୋଇପାରିବ। ରାଜ୍ୟ ସରକାର ୨୦୨୦-୨୧ ବଜେଟରେ ଏମ୍‌ଏଲ୍‌ଏ ଲ୍ୟାଡ୍‌କୁ ୧ କୋଟିରୁ ୩ କୋଟିକୁ ବୃଦ୍ଧି କରିଛନ୍ତି। ତେବେ ପୂର୍ବରୁ ପ୍ରଚଳିତ ହୋଇଆସୁଥିବା ସ୍ପେଶାଲ ଡେଭଲପ୍‌ମେଣ୍ଟ ଫଣ୍ଡକୁ ଉଚ୍ଛେଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଏହି ପାଣ୍ଠି ପାଇଁ ପ୍ରତ୍ୟେକ ବିଧାନସଭା କ୍ଷେତ୍ରକୁ ୫୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଉଥିଲା। ଏମ୍‌ଏଲ୍‌ଏ ଲ୍ୟାଡ୍‌ ପାଣ୍ଠି ବଢ଼ାଇବା ପରେ ଏହାକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri